ଗ୍ରୀଷ୍ମ ପ୍ରବାହ: ରାଇକିଆ ପଞ୍ଚାୟତ ପକ୍ଷରୁ ଜଳଛତ୍ର

ରାଇକିଆ: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଇକିଆ ପଞ୍ଚାୟତ ପକ୍ଷରୁ ଜଳଛତ୍ର ଖୋଲାଯାଇଛି। ସ୍ଥାନୀୟ ବସ୍ ଷ୍ଟାଣ୍ଡଠାରେ ଥିବା ଯାତ୍ରୀ ବିଶ୍ରାମଗାର, ବିଜୟ ଉଚ୍ଚ ବିଦ୍ୟାଳୟ ସମ୍ମୁଖ, ଜନଗହଳିପୂର୍ଣ୍ଣ ସ୍ଥାନରେ ପଞ୍ଚାୟତ ପକ୍ଷରୁ ଜଳଛତ୍ର ଖୋଲାଯାଇଛି। ଆଗକୁ ଆହୁରି ବିଭିନ୍ନ ସ୍ଥାନରେ ମଧ୍ୟ ଜଳଛତ୍ର ଖୋଲାଯିବାକୁ ସ୍ଥିର ହୋଇଛି। ସେହିପରି ଯେଉଁ ସବୁ ୱାର୍ଡରେ ଜଳ ସମସ୍ୟା ରହିଛି ସେଠାରେ ମଧ୍ୟ ଟ୍ୟାଙ୍କରରେ ପାନୀୟଜଳ ଯୋଗାଇ ଦିଆଯିବ ବୋଲି ସରପଞ୍ଚ ଗୀତାଞ୍ଜଳି ନାୟକ ସୂଚନା ଦେଇଛନ୍ତି।