ଗ୍ରୋସରୀ ଦୋକାନରୁ ଚୋରି ପରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ
ବାଲେଶ୍ବର: ବାଲେଶ୍ବର ଜିଲ୍ଲା ସିଙ୍ଗାଖୁଣ୍ଟା ବଜାରରେଥିବା ଏକ ଗ୍ରୋସରୀ ଦୋକାନରୁ ଚୋରି କରିବା ପରେ ଦୋକାନରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ସିଙ୍ଗାଖୁଣ୍ଟା ପଞ୍ଚାୟତ ଗୁଜଡ଼ିହା ଗ୍ରାମର ଉପେନ୍ଦ୍ର ଦୀକ୍ଷିତ ଦୀର୍ଘଦିନ ଧରି ଏହି ବଜାରରେ ଏକ ଗ୍ରୋସରୀ ଓ ଭେରାଇଟି ଷ୍ଟୋର କରିଛନ୍ତି। ପ୍ରତିଦିନ ଭଳି ଗତକାଲି ଦୋକାନ ବନ୍ଦ ଘରକୁ ଯାଇଥିଲେ। ମାତ୍ର ବିଳମ୍ବିତ ରାତିରେ ଚୋରମାନେ ଦୋକାନରେ ପଶି ଚୋରି କରିବାକୁ ଉଦ୍ୟମ କରି ଦୋକାନର ସଟରକୁ ଗ୍ୟାସ କଟରରେ କାଟିଥିଲେ। ଏହି […]

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ସିଙ୍ଗାଖୁଣ୍ଟା ବଜାରରେଥିବା ଏକ ଗ୍ରୋସରୀ ଦୋକାନରୁ ଚୋରି କରିବା ପରେ ଦୋକାନରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ସିଙ୍ଗାଖୁଣ୍ଟା ପଞ୍ଚାୟତ ଗୁଜଡ଼ିହା ଗ୍ରାମର ଉପେନ୍ଦ୍ର ଦୀକ୍ଷିତ ଦୀର୍ଘଦିନ ଧରି ଏହି ବଜାରରେ ଏକ ଗ୍ରୋସରୀ ଓ ଭେରାଇଟି ଷ୍ଟୋର କରିଛନ୍ତି। ପ୍ରତିଦିନ ଭଳି ଗତକାଲି ଦୋକାନ ବନ୍ଦ ଘରକୁ ଯାଇଥିଲେ। ମାତ୍ର ବିଳମ୍ବିତ ରାତିରେ ଚୋରମାନେ ଦୋକାନରେ ପଶି ଚୋରି କରିବାକୁ ଉଦ୍ୟମ କରି ଦୋକାନର ସଟରକୁ ଗ୍ୟାସ କଟରରେ କାଟିଥିଲେ। ଏହି ସମୟରେ ଦୋକାନରୁ ଚୋରି କରିବା ସହିତ ନିଆଁ ଲଗାଇଦେଇଥିଲେ। ସ୍ଥାନୀୟ ଲୋକେ ଜାଣିପାରି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିବା ସହ ସୋର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀ ଗୋଟିଏ ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମାତ୍ର ସେତେବେଳକୁ ଦୋକାନଟି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଥିଲା। ଏଥିରେ ୧ କୋଟିରୁ ଅଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି।
ସୂଚନା ଯୋଗ୍ୟ, ଗତ ୫ଦିନ ତଳେ ଉପେନ୍ଦ୍ର ଦୋକାନ ବନ୍ଦ କରି ଘରକୁ ଯାଉଥିବାବେଳେ ୨ ଟି ବାଇକରେ ୪ ଜଣ ଯୁବକ ତାଙ୍କୁ ମାରଣାସ୍ତ୍ର ଦେଖାଇ ୫ ହଜାର ଟଙ୍କା ଓ ମୋବାଇଲ ଗୋଟିଏ ନେଇଯାଇଥିବା ନେଇ ଥନାରେ ଅଭିଯୋଗ ହୋଇଥିଲା। ଏହି ରାଗରେ ଦୁର୍ବୃତ୍ତମାନେ ତାଙ୍କ ଦୋକାନରେ ନିଆଁ ଲଗାଇଥିବା ଉପେନ୍ଦ୍ର ସନ୍ଦେହ କରୁଛନ୍ତି।