ଗ୍ୟାଙ୍ଗଷ୍ଟର ଭୂମିକାରେ ମୋନା
ମୁମ୍ବାଇ: ଅଭିନେତ୍ରୀ ମୋନା ସିଂ କେବଳ ଟିଭି ପରଦାରେ ନୁହେଁ ବରଂ ବଲିଉଡ୍ରେ ମଧ୍ୟ ନିଜ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ନିକଟରେ ତାଙ୍କୁ ଗୋଟିଏ ପରେ ଗୋଟିଏ ବଡ଼ ପ୍ରଡକ୍ସନ୍ ହାଉସ୍ର ଫିଲ୍ମରେ ମଧ୍ୟ କାର୍ଯ୍ୟ କରିବାକୁ ସୁଯୋଗ ମିଳିଛି। ହରର କମେଡି ଫିଲ୍ମ ‘ମୁଁଜ୍ୟା’ରେ ନିଜର ଚମତ୍କାର ଅଭିନୟ ଦ୍ୱାରା ମୋନା ଦର୍ଶକଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇଛନ୍ତି। ଏହି ଫିଲ୍ମ ବକ୍ସ ଅଫିସରେ ୧୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରି ହିଟ୍ […] The post ଗ୍ୟାଙ୍ଗଷ୍ଟର ଭୂମିକାରେ ମୋନା appeared first on Dharitri Odia News.
ମୁମ୍ବାଇ: ଅଭିନେତ୍ରୀ ମୋନା ସିଂ କେବଳ ଟିଭି ପରଦାରେ ନୁହେଁ ବରଂ ବଲିଉଡ୍ରେ ମଧ୍ୟ ନିଜ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ନିକଟରେ ତାଙ୍କୁ ଗୋଟିଏ ପରେ ଗୋଟିଏ ବଡ଼ ପ୍ରଡକ୍ସନ୍ ହାଉସ୍ର ଫିଲ୍ମରେ ମଧ୍ୟ କାର୍ଯ୍ୟ କରିବାକୁ ସୁଯୋଗ ମିଳିଛି। ହରର କମେଡି ଫିଲ୍ମ ‘ମୁଁଜ୍ୟା’ରେ ନିଜର ଚମତ୍କାର ଅଭିନୟ ଦ୍ୱାରା ମୋନା ଦର୍ଶକଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇଛନ୍ତି। ଏହି ଫିଲ୍ମ ବକ୍ସ ଅଫିସରେ ୧୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରି ହିଟ୍ ସାବ୍ୟସ୍ତ ହୋଇଛି।
ମୋନାଙ୍କୁ ଆଗାମୀ ଦିନରେ ଅଭିନେତା ଆମିର୍ ଖାନ୍ଙ୍କ ଦ୍ୱାରା ପ୍ରଯୋଜିତ ‘ହାପି ପଟେଲ ଖତରନାକ୍ ଜାସୁସ୍’ ଫିଲ୍ମରେ ଦେଖିବାକୁ ମିଳିବ। ଏହି ଫିଲ୍ମ ଯୋଗେ ମୋନାଙ୍କୁ ତୃତୀୟ ଥର ପାଇଁ ଆମିର୍ଙ୍କ ସହ କାର୍ଯ୍ୟ କରିବାକୁ ସୁଯୋଗ ମିଳୁଛି, ଯାହାକୁ ନେଇ ସେ ବହୁତ ଉତ୍ସାହିତ ଅଛନ୍ତି। ଫିଲ୍ମ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଚଳିତ ବର୍ଷ ଦୀପାବଳି ଉପଲକ୍ଷେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମରେ ମୋନା ଜଣେ ଗ୍ୟାଙ୍ଗଷ୍ଟର ଭୂମିକାରେ ନଜର ଆସିବେ। ନିକଟରେ ଏହି ଆଡ୍ଭେଞ୍ଚର କମେଡି ଫିଲ୍ମରେ ମୋନାଙ୍କ ଶୁଟିଂ ଶେଷ ହୋଇଛି।
‘ଜସ୍ସି ଜେସି କୋଇ ନେହିଁ (୨୦୦୩-୨୦୦୬)’ ଧାରାବାହିକରୁ ମୋନା ଛୋଟ ପରଦାରେ ନିଜ ପରିଚୟ ସୃଷ୍ଟି କରିପାରିଥିଲେ। ଏହାପରେ ସେ ଛୋଟ ପରଦାର ଅନେକ ଧାରାବାହିକରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଁଟିବାରେ ସଫଳ ହୋଇଥିଲେ। ପରେ ସେ ବଲିଉଡ୍ରେ ମଧ୍ୟ କେତେକ ଫିଲ୍ମରେ ଅଭିନୟ କରି ନିଜ ଜଲ୍ଓ୍ବା ଦେଖାଇଛନ୍ତି।
The post ଗ୍ୟାଙ୍ଗଷ୍ଟର ଭୂମିକାରେ ମୋନା appeared first on Dharitri Odia News.