ରତ୍ନଭଣ୍ଡାରକୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ କମିଟି ସଦସ୍ୟ: କହିଲେ, ସନ୍ଦେହ ବଢୁଛି

ଭୁବନେଶ୍ୱର,୨୯।୭: ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏସବୁ ଭିତରେ ରତ୍ନଭଣ୍ଡାରକୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ରତ୍ନଭଣ୍ଡାର ଖୋଲିବା ପାଇଁ ଗଢା ଯାଇଥିବା ଉଚ୍ଚସ୍ତରୀୟ କମିଟି ସଦସ୍ୟ ଜଗଦୀଶ ମହାନ୍ତି। ସେ କହିଛନ୍ତି, ଯେଉଁ ଚାବି ମିଳିଥିଲା ସେଥିରେ ରତ୍ନଭଣ୍ଡାର ତାଲା ଖୋଲି ନ ଥିଲା। ତେଣୁ ତାଲା ଭଙ୍ଗାଯାଇଥିଲା। ରତ୍ନଭଣ୍ଡାରରୁ ଚୋରି ହୋଇଥିବା ନେଇ ସନ୍ଦେହ ପ୍ରକାଶ ପାଉଛି। ତେଣୁ […] The post ରତ୍ନଭଣ୍ଡାରକୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ କମିଟି ସଦସ୍ୟ: କହିଲେ, ସନ୍ଦେହ ବଢୁଛି appeared first on Dharitri Odia News.

ରତ୍ନଭଣ୍ଡାରକୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ  କମିଟି ସଦସ୍ୟ: କହିଲେ, ସନ୍ଦେହ ବଢୁଛି

ଭୁବନେଶ୍ୱର,୨୯।୭: ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏସବୁ ଭିତରେ ରତ୍ନଭଣ୍ଡାରକୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ରତ୍ନଭଣ୍ଡାର ଖୋଲିବା ପାଇଁ ଗଢା ଯାଇଥିବା ଉଚ୍ଚସ୍ତରୀୟ କମିଟି ସଦସ୍ୟ ଜଗଦୀଶ ମହାନ୍ତି। ସେ କହିଛନ୍ତି, ଯେଉଁ ଚାବି ମିଳିଥିଲା ସେଥିରେ ରତ୍ନଭଣ୍ଡାର ତାଲା ଖୋଲି ନ ଥିଲା। ତେଣୁ ତାଲା ଭଙ୍ଗାଯାଇଥିଲା। ରତ୍ନଭଣ୍ଡାରରୁ ଚୋରି ହୋଇଥିବା ନେଇ ସନ୍ଦେହ ପ୍ରକାଶ ପାଉଛି। ତେଣୁ ଅପରାଧିକ ମାମଲା ରୁଜୁ କରାଯାଇପାରେ। ଗଣତିମଣତି ପରେ ସବୁକିଛି ସ୍ପଷ୍ଟ ହେବ।
ଅନ୍ୟପକ୍ଷରେ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ବୈଠକ ପରେ ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି, ପ୍ରଥମେ ରତ୍ନଭଣ୍ଡାର ଭିତରେ ଥିବା ଖାଲି ଆଲମିରାକୁ କାଯିବ। ସେହି ଆଲମିରାକୁ ମନ୍ଦିର ପ୍ରଶାସନ ନିର୍ଦ୍ଧାରଣ କରିଥିବା ରୁମକୁ ସ୍ଥାନାନ୍ତରିତ କରାଯିବ। ସରକାର ଏଏସ୍‌ଆଇ ସହ କଥାବାର୍ତ୍ତା କରିବ। ଯାହା ଆବଶ୍ୟକ ତାହା କରାଯିବ।

The post ରତ୍ନଭଣ୍ଡାରକୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ କମିଟି ସଦସ୍ୟ: କହିଲେ, ସନ୍ଦେହ ବଢୁଛି appeared first on Dharitri Odia News.