ଗ୍ୟାଙ୍ଗ୍‌ଷ୍ଟର ଗୋଲ୍ଡି ବ୍ରାର୍‌ ଆତଙ୍କବାଦୀ ଘୋଷିତ

ନୂଆଦିଲ୍ଲୀ,୨।୧: ବେଆଇନ ଖଲିସ୍ତାନୀ ସଂଗଠନ ବାବର ଖାଲ୍‌ସା ଇଣ୍ଟରନ୍ୟାଶନାଲ ସହ ସମ୍ପୃକ୍ତ ଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାରଙ୍କୁ କେନ୍ଦ୍ର ସରକାର ଆତଙ୍କବାଦୀ ଘୋଷଣା କରିଛନ୍ତି। ବେଆଇନ କାର୍ଯ୍ୟକଳାପ (ପ୍ରତିକାର) ଆଇନ ଅନୁଯାୟୀ ବ୍ରାରଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବିଜ୍ଞପ୍ତିରୁ ଜଣାପଡ଼ିଛି। ସୋମବାର ଜାରି ବିଜ୍ଞପ୍ତିରେ କୁହାଯାଇଛି, ବ୍ରାରଙ୍କ ପଛରେ ବହୁ ବିଦେଶୀ ଆତଙ୍କବାଦୀ ସଂଗଠନର ସମର୍ଥନ ରହିଛି। ୨୦୨୨ରେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସଓ୍ବୋଲା ହତ୍ୟାକାଣ୍ଡର ସେ ମାଷ୍ଟରମାଇଣ୍ଡ ଥିବା ପୋଲିସ କହିଥିଲା। The post ଗ୍ୟାଙ୍ଗ୍‌ଷ୍ଟର ଗୋଲ୍ଡି ବ୍ରାର୍‌ ଆତଙ୍କବାଦୀ ଘୋଷିତ appeared first on Dharitri Odia News.

ଗ୍ୟାଙ୍ଗ୍‌ଷ୍ଟର ଗୋଲ୍ଡି ବ୍ରାର୍‌ ଆତଙ୍କବାଦୀ ଘୋଷିତ

ନୂଆଦିଲ୍ଲୀ,୨।୧: ବେଆଇନ ଖଲିସ୍ତାନୀ ସଂଗଠନ ବାବର ଖାଲ୍‌ସା ଇଣ୍ଟରନ୍ୟାଶନାଲ ସହ ସମ୍ପୃକ୍ତ ଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାରଙ୍କୁ କେନ୍ଦ୍ର ସରକାର ଆତଙ୍କବାଦୀ ଘୋଷଣା କରିଛନ୍ତି। ବେଆଇନ କାର୍ଯ୍ୟକଳାପ (ପ୍ରତିକାର) ଆଇନ ଅନୁଯାୟୀ ବ୍ରାରଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବିଜ୍ଞପ୍ତିରୁ ଜଣାପଡ଼ିଛି। ସୋମବାର ଜାରି ବିଜ୍ଞପ୍ତିରେ କୁହାଯାଇଛି, ବ୍ରାରଙ୍କ ପଛରେ ବହୁ ବିଦେଶୀ ଆତଙ୍କବାଦୀ ସଂଗଠନର ସମର୍ଥନ ରହିଛି। ୨୦୨୨ରେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସଓ୍ବୋଲା ହତ୍ୟାକାଣ୍ଡର ସେ ମାଷ୍ଟରମାଇଣ୍ଡ ଥିବା ପୋଲିସ କହିଥିଲା।

The post ଗ୍ୟାଙ୍ଗ୍‌ଷ୍ଟର ଗୋଲ୍ଡି ବ୍ରାର୍‌ ଆତଙ୍କବାଦୀ ଘୋଷିତ appeared first on Dharitri Odia News.