ଗ୍ୟାସ୍ ସିଲିଣ୍ଡର ଫାଟି ଜଳିଗଲା ୧୦ ବଖରା, ସବୁ ଜଳିପୋଡ଼ି ଛାରଖାର
ଖଲ୍ଲିକୋଟ,୨୮ା୧୦(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ତୁଳସୀପୁର ପଞ୍ଚାୟତର କମଳାପଦର ଗ୍ରାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୩ ପରିବାରର ୧୦ ବଖରାରୁ ଅଧିକ ଘର ଜଳିପୋଡ଼ି ଛାରଖାର ହୋଇଯାଇଛି। ଗ୍ରାମର ଭୁବନୀ ପାହାନ, ଅର୍ଜୁନ ପାହାନ ଓ କାମ୍ପ ଜେନାଙ୍କ ଘରେ ସୋମବାର ଭୋର୍ ସମୟରେ ନିଆଁ ଲାଗି ଯାଇଥିଲା। ୩ ପରିବାରର ୧୦ ବଖରା ଘର ସହିତ ସମସ୍ତ ଆସବାବପତ୍ର ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି। ଘରେ ଥିବା ଏକ ଗ୍ୟାସ୍ […] The post ଗ୍ୟାସ୍ ସିଲିଣ୍ଡର ଫାଟି ଜଳିଗଲା ୧୦ ବଖରା, ସବୁ ଜଳିପୋଡ଼ି ଛାରଖାର appeared first on Dharitri Odia News.
ଖଲ୍ଲିକୋଟ,୨୮ା୧୦(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ତୁଳସୀପୁର ପଞ୍ଚାୟତର କମଳାପଦର ଗ୍ରାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୩ ପରିବାରର ୧୦ ବଖରାରୁ ଅଧିକ ଘର ଜଳିପୋଡ଼ି ଛାରଖାର ହୋଇଯାଇଛି। ଗ୍ରାମର ଭୁବନୀ ପାହାନ, ଅର୍ଜୁନ ପାହାନ ଓ କାମ୍ପ ଜେନାଙ୍କ ଘରେ ସୋମବାର ଭୋର୍ ସମୟରେ ନିଆଁ ଲାଗି ଯାଇଥିଲା। ୩ ପରିବାରର ୧୦ ବଖରା ଘର ସହିତ ସମସ୍ତ ଆସବାବପତ୍ର ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି।
ଘରେ ଥିବା ଏକ ଗ୍ୟାସ୍ ସିଲିଣ୍ଡର ବିସ୍ପୋରଣ ଘଟିଥିବା ବେଳେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ସେପଟେ ବିଦ୍ୟୁତ୍ ଶଟ୍ସର୍କିଟ୍ରୁ ନିଆଁ ଲାଗି ଯାଇଥିବା ସନ୍ଦେହ କରାଯାଉ ଥିବା ବେଳେ ଖବର ପାଇ ଖଲ୍ଲିକୋଟ ଅଗ୍ନିଶମ ବାହିନୀ ଗ୍ରାମରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି।
The post ଗ୍ୟାସ୍ ସିଲିଣ୍ଡର ଫାଟି ଜଳିଗଲା ୧୦ ବଖରା, ସବୁ ଜଳିପୋଡ଼ି ଛାରଖାର appeared first on Dharitri Odia News.