ଘଟଗାଁରେ ଅଘଟଣ: ଭୋଗ ଦୋକାନରେ ଲାଗିଲା ନିଆଁ
କେନ୍ଦୁଝର,୧୧।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ମା’ ତାରିଣୀ ପୀଠରେ ଭୋଗ ଦୋକାନରେ ନିଆଁ ଲାଗିବାରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ଯାଇଛି। ତେବେ ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ। ମନ୍ଦିର ବେଢ଼ା ବାହାରେ ରାସ୍ତା କଡ଼ରେ ହଠାତ୍ ନିଆଁ ଲାଗିଯିବାରୁ ଦଶରୁ ଅଧିକ ଭୋଗ ଦୋକାନ ପୋଡିଯାଇଛି। ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ସବୁ ପୋଡ଼ି ପାଉଁଶ ହୋଇଯାଇଛି। କ୍ଷତିଗ୍ରସ୍ତମାନଙ୍କୁ ସ୍ଥାୟୀ ଭାବେ ଅନ୍ୟତ୍ର ଥଇଥାନ କରିବାକୁ ଦାବି ହେଉଛି। […] The post ଘଟଗାଁରେ ଅଘଟଣ: ଭୋଗ ଦୋକାନରେ ଲାଗିଲା ନିଆଁ appeared first on Dharitri Odia News.
କେନ୍ଦୁଝର,୧୧।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ମା’ ତାରିଣୀ ପୀଠରେ ଭୋଗ ଦୋକାନରେ ନିଆଁ ଲାଗିବାରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ଯାଇଛି। ତେବେ ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ। ମନ୍ଦିର ବେଢ଼ା ବାହାରେ ରାସ୍ତା କଡ଼ରେ ହଠାତ୍ ନିଆଁ ଲାଗିଯିବାରୁ ଦଶରୁ ଅଧିକ ଭୋଗ ଦୋକାନ ପୋଡିଯାଇଛି। ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ସବୁ ପୋଡ଼ି ପାଉଁଶ ହୋଇଯାଇଛି। କ୍ଷତିଗ୍ରସ୍ତମାନଙ୍କୁ ସ୍ଥାୟୀ ଭାବେ ଅନ୍ୟତ୍ର ଥଇଥାନ କରିବାକୁ ଦାବି ହେଉଛି। କିଛି ମାସ ତଳେ ଏଭଳି ନିଆଁ ଲାଗି ଦୋକାନ ପଡ଼ିଯାଇଥିଲେ ହେଁ ପ୍ରଶାସନ ବଡ ଦୁର୍ଘଟଣା ଘଟିବା ଆଗରୁ ପଦକ୍ଷେପ ନେବାକୁ ଦାବି ହେଉଛି।
The post ଘଟଗାଁରେ ଅଘଟଣ: ଭୋଗ ଦୋକାନରେ ଲାଗିଲା ନିଆଁ appeared first on Dharitri Odia News.