ଘଟଣା ପରେ ଚେତିଲା କୋଲକାତା ପୋଲିସ, ନେଲା ବଡ଼ ନିଷ୍ପତ୍ତି, ଚାକିରିରୁ ହେବେ ବିଦା…
କୋଲକାତା,୧।୯: କୋଲକାତା କାଣ୍ଡ ପରେ ସାରା ଦେଶରେ ଉତ୍ତେଜନା ଦେଖାଦେଇଛି। ୧୯ ଦିନ ଧରି ସିବିଆଇ ଏହି ମାମଲାର ତଦନ୍ତ କରୁଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ସିବିଆଇ ଲଗାତାର ଜେରା କରୁଛି। ସେ ନ୍ୟାୟିକ ହେପାଜତରେ ଅଛନ୍ତି। ଏବେ ସ୍ବେଚ୍ଛାସେବୀମାନେ କୋଲକାତା ପୋଲିସର ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି ବୋଲି କୁହାଯାଉଛି। ସାମ୍ପ୍ରତିକ ସମୟରେ ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି କୋଲକାତା ପୋଲିସ ଆକ୍ସନ ମୋଡ୍କୁ ଆସିଛି।ଏଥିପାଇଁ ପୋଲିସ ବଡ଼ ନିଷ୍ପତ୍ତି ନେଇଥିବା […] The post ଘଟଣା ପରେ ଚେତିଲା କୋଲକାତା ପୋଲିସ, ନେଲା ବଡ଼ ନିଷ୍ପତ୍ତି, ଚାକିରିରୁ ହେବେ ବିଦା… appeared first on Dharitri Odia News.
କୋଲକାତା,୧।୯: କୋଲକାତା କାଣ୍ଡ ପରେ ସାରା ଦେଶରେ ଉତ୍ତେଜନା ଦେଖାଦେଇଛି। ୧୯ ଦିନ ଧରି ସିବିଆଇ ଏହି ମାମଲାର ତଦନ୍ତ କରୁଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ସିବିଆଇ ଲଗାତାର ଜେରା କରୁଛି। ସେ ନ୍ୟାୟିକ ହେପାଜତରେ ଅଛନ୍ତି। ଏବେ ସ୍ବେଚ୍ଛାସେବୀମାନେ କୋଲକାତା ପୋଲିସର ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି ବୋଲି କୁହାଯାଉଛି। ସାମ୍ପ୍ରତିକ ସମୟରେ ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି କୋଲକାତା ପୋଲିସ ଆକ୍ସନ ମୋଡ୍କୁ ଆସିଛି।ଏଥିପାଇଁ ପୋଲିସ ବଡ଼ ନିଷ୍ପତ୍ତି ନେଇଥିବା କୁହାଯାଉଛି।
ପୋଲିସ ବିଭାଗରେ କାମ କରୁଥିବା ଏହି ସ୍ବେଚ୍ଛାସେବୀମାନେ ଯଦି ସାଧାରଣ ନାଗରିକଙ୍କ ସହ ଅସଦାଚରଣ କରନ୍ତି କିମ୍ବା ମଦ୍ୟପାନ ଅବସ୍ଥାରେ ଡ୍ୟୁଟି କରନ୍ତି ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଚାକିରିରୁ ମଧ୍ୟ ତଡା ଖାଇ ପାରନ୍ତି।
ସଞ୍ଜୟଙ୍କ ଘଟଣା ପରେ ନିକଟରେ ଅନ୍ୟ ଜଣେ ସ୍ବେଚ୍ଛାସେବୀଙ୍କ ମାମଲା ସାମ୍ନାକୁ ଆସିଛି। କୋଲକାତାରେ ଆନ୍ଦୋଳନ ଚାଲିଥିବାବେଳେ ଜଣେ ମଦ୍ୟପ ସ୍ବେଚ୍ଛାସେବୀ ବାଇକ୍ ଯୋଗେ ଗହଳି ଭିତରକୁ ଧସେଇ ପଶିଥିଲେ। ପୋଲିସ ବ୍ୟାରିକେଡ ଉପରେ ଠେଲି ପଶିବା ସହ ଜଣେ ଛାତ୍ରଙ୍କୁ ବାଇକ୍ରେ ଧକ୍କା ଦେଇଥିଲେ। ତେବେ ଡାକ୍ତରୀ ଛାତ୍ର ତାଙ୍କୁ ଧରିଥିଲେ ମଧ୍ୟ କୋଲକାତା ପୋଲିସ ତାଙ୍କୁ ନିର୍ଦ୍ଦୋଷ ଭାବି ଛାଡି ଦେଇଥିଲେ।
ଯାହାପରେ ବିରୋଧ ଜୋର ଧରିଥିଲା। ଚାପରେ ପଡି ପୋଲିସ ସେହି ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଏହି ଘଟଣା ଉଗ୍ରରୂପ ଧରିବା ପରେ କୋଲକାତା ପୋଲିସ ସ୍ବେଚ୍ଛାସେବୀ ଏବଂ ହୋମ ଗାର୍ଡଙ୍କ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି।
RGKar ବଳାତ୍କାର ଓ ହତ୍ୟା ମାମଲା ପରେ କୋଲକାତା ପୋଲିସର ଅବହେଳା ଓ ଅନିୟମିତତା ପାଇଁ ସମାଲୋଚନା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି କୋଲକାତା ପୋଲିସ ଏହି ପ୍ରସଙ୍ଗରେ କଡା ନିର୍ଦ୍ଦେଶ ଜାରି କରିଛି। ଯଦି କୌଣସି ହୋମଗାର୍ଡ କିମ୍ବା ସ୍ବେଚ୍ଛାସେବୀ ମଦ୍ୟପାନ କରନ୍ତି, ତେବେ ତାଙ୍କୁ କଠୋର ଦଣ୍ଡ ଦିଆଯିବ। ଏଥିସହ ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଏପରି ନିର୍ଦ୍ଦେଶ ଦିଆଯାଇଛି। କୁହାଯାଇଛି ଯେ, ହୋମ ଗାର୍ଡ ଏବଂ ସାଧାରଣ ସ୍ବେଚ୍ଛାସେବୀମାନେ ଜନସାଧାରଣଙ୍କ ସହିତ କାରବାର କରୁଥିବାବେଳେ ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ।
ନିର୍ଦ୍ଦେଶରେ କୁହାଯାଇଛି ଯେ ଡ୍ୟୁଟିରେ ଥିବାବେଳେ ବହୁ ପୋଲିସ କର୍ମଚାରୀ ମଦ୍ୟପାନ କରିଥିବା ବେଳେ ଅନେକ ମାମଲା ସାମ୍ନାକୁ ଆସିଛି। ଏହା ସଂପୂର୍ଣ୍ଣ ଗ୍ରହଣୀୟ ନୁହେଁ। ଏପରି ଆଚରଣରେ ଲିପ୍ତ ଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡ ଦିଆଯିବା ଉଚିତ। ଏଥିସହ ଡ୍ୟୁଟିରେ ନ ଥିଲେ ବି ସର୍ବସାଧାରଣ ସ୍ଥାନରେ ସମ୍ମାନଜନକ ତଥା ସଭ୍ୟ ଆଚରଣ କରିବା ଉଚିତ, ଯେପରି ଏକ ଶୃଙ୍ଖଳିତ ବାହିନୀର ସଦସ୍ୟଙ୍କ ଉପରେ ଆଶା କରାଯାଏ।
The post ଘଟଣା ପରେ ଚେତିଲା କୋଲକାତା ପୋଲିସ, ନେଲା ବଡ଼ ନିଷ୍ପତ୍ତି, ଚାକିରିରୁ ହେବେ ବିଦା… appeared first on Dharitri Odia News.