କ୍ରୀଡ଼ା ସଂଘ କାର୍ଯ୍ୟକ୍ଷମ ଦାବି: ଉପଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ପଦ୍ମପୁର,୩।୬ (ପ୍ରଦୀପ୍ତ ଦାଶ): ବିଗତ ୩୦-୩୫ ବର୍ଷ ଧରି ପଦ୍ମପୁର ସବଡିଭିଜନ ସ୍ତରୀୟ କ୍ରୀଡା ସଂଘ ଅଚଳ ଅବସ୍ଥାରେ ପଡ଼ି ରହିଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଦାୟିତ୍ୱରେ ଥିବା ପ୍ରାଶାସନିକ ଅଧିକାରୀ ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଦୁଇ ମାସ ପୂର୍ବରୁ ଏକ ପ୍ରତିନିଧି ଦଳ ପଦ୍ମପୁର ଅତିରିକ୍ତ ଜିଲାପାଳ ଓ ଉପଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ସଭାପତି ଦାୟିତ୍ୱରେ ଥିବା ଉପଜିଲ୍ଲାପାଳ ଏକ ମାସ ଭିତରେ ସମାଧାନ କରି ନୂତନ କମିଟି ଗଠନ […] The post କ୍ରୀଡ଼ା ସଂଘ କାର୍ଯ୍ୟକ୍ଷମ ଦାବି: ଉପଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା appeared first on Dharitri Odia News.

କ୍ରୀଡ଼ା ସଂଘ କାର୍ଯ୍ୟକ୍ଷମ ଦାବି: ଉପଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ପଦ୍ମପୁର,୩।୬ (ପ୍ରଦୀପ୍ତ ଦାଶ): ବିଗତ ୩୦-୩୫ ବର୍ଷ ଧରି ପଦ୍ମପୁର ସବଡିଭିଜନ ସ୍ତରୀୟ କ୍ରୀଡା ସଂଘ ଅଚଳ ଅବସ୍ଥାରେ ପଡ଼ି ରହିଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଦାୟିତ୍ୱରେ ଥିବା ପ୍ରାଶାସନିକ ଅଧିକାରୀ ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଦୁଇ ମାସ ପୂର୍ବରୁ ଏକ ପ୍ରତିନିଧି ଦଳ ପଦ୍ମପୁର ଅତିରିକ୍ତ ଜିଲାପାଳ ଓ ଉପଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ସଭାପତି ଦାୟିତ୍ୱରେ ଥିବା ଉପଜିଲ୍ଲାପାଳ ଏକ ମାସ ଭିତରେ ସମାଧାନ କରି ନୂତନ କମିଟି ଗଠନ କରିବା ପାଇଁ ପ୍ରତିଶୃତି ଦେଇଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି କି ଯେ, ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ମଙ୍ଗଳବାର ବାଧ୍ୟ ହୋଇ ଉପଖଣ୍ଡସ୍ଥରିୟ କ୍ରିଡାବିତ୍‌ ସଂଘ ପଦ୍ମପୁର ଉପଜିଲାପାଳଙ୍କ କାର୍ଯାଲୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି ।

The post କ୍ରୀଡ଼ା ସଂଘ କାର୍ଯ୍ୟକ୍ଷମ ଦାବି: ଉପଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା appeared first on Dharitri Odia News.