IPL ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦକୁ ବଡ଼ ଝଟକା, ୧ କୋଟି ଦେଇ କିଣିଥିବା ଖେଳାଳି ଦଳରୁ ପଡ଼ିଲେ ବାଦ୍
ନୂଆଦିଲ୍ଲୀ,୬।୩: IPL ୨୦୨୫ ଆରମ୍ଭ ହେବାର ପ୍ରାୟ ଦୁଇ ସପ୍ତାହ ପୂର୍ବରୁ, ସନରାଇଜର୍ସ ହାଇଦ୍ରାବାଦ (SRH) ତାର ଦଳରେ ପରିବର୍ତ୍ତନ କରିଛି। ଇଂଲଣ୍ଡର ବ୍ରାଇଡନ କାର୍ସେ ଆଘାତ ଯୋଗୁ ଟୁର୍ନାମେଣ୍ଟରୁ ବାଦ୍ ପଡ଼ିଛନ୍ତି, ତାଙ୍କ ସ୍ଥାନରେ SRH ଦଳରେ ଭିଆନ ମୁଲଡରଙ୍କୁ ସାମିଲ କରିଛି। ମୁଲଡର ଜଣେ ଦକ୍ଷିଣ ଆଫ୍ରିକା ଖେଳାଳି ଏବଂ ଜଣେ ଦ୍ରୁତ ବୋଲିଂ ଅଲରାଉଣ୍ଡର। ଆଗାମୀ ସିଜିନରେ ଖେଳିବା ପାଇଁ ଭିଆନ ମୁଲଡରଙ୍କୁ ୭୫ ଲକ୍ଷ ଟଙ୍କା ଦରମା ଦିଆଯିବ। କହି ରଖୁଛୁ […] The post IPL ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦକୁ ବଡ଼ ଝଟକା, ୧ କୋଟି ଦେଇ କିଣିଥିବା ଖେଳାଳି ଦଳରୁ ପଡ଼ିଲେ ବାଦ୍ appeared first on Dharitri Odia News.
ନୂଆଦିଲ୍ଲୀ,୬।୩: IPL ୨୦୨୫ ଆରମ୍ଭ ହେବାର ପ୍ରାୟ ଦୁଇ ସପ୍ତାହ ପୂର୍ବରୁ, ସନରାଇଜର୍ସ ହାଇଦ୍ରାବାଦ (SRH) ତାର ଦଳରେ ପରିବର୍ତ୍ତନ କରିଛି। ଇଂଲଣ୍ଡର ବ୍ରାଇଡନ କାର୍ସେ ଆଘାତ ଯୋଗୁ ଟୁର୍ନାମେଣ୍ଟରୁ ବାଦ୍ ପଡ଼ିଛନ୍ତି, ତାଙ୍କ ସ୍ଥାନରେ SRH ଦଳରେ ଭିଆନ ମୁଲଡରଙ୍କୁ ସାମିଲ କରିଛି। ମୁଲଡର ଜଣେ ଦକ୍ଷିଣ ଆଫ୍ରିକା ଖେଳାଳି ଏବଂ ଜଣେ ଦ୍ରୁତ ବୋଲିଂ ଅଲରାଉଣ୍ଡର। ଆଗାମୀ ସିଜିନରେ ଖେଳିବା ପାଇଁ ଭିଆନ ମୁଲଡରଙ୍କୁ ୭୫ ଲକ୍ଷ ଟଙ୍କା ଦରମା ଦିଆଯିବ।
କହି ରଖୁଛୁ ଯେ ବ୍ରାଇଡନ କାର୍ସେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଟୁର୍ନାମେଣ୍ଟ ସମୟରେ ଆହତ ହୋଇଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କର ପାଦରେ ଆଘାତ ଲାଗିଥିଲା, ଯାହା ପରେ ତାଙ୍କୁ ଟୁର୍ନାମେଣ୍ଟରୁ ବାଦ୍ ଦିଆଯାଇଛି। ପୂର୍ବରୁ ଭାରତ ବିପକ୍ଷ ଧଳା ବଲ ସିରିଜ ସମୟରେ ମଧ୍ୟ ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଜରେ ମଧ୍ୟ ସେ ତାଙ୍କର ସର୍ବୋତ୍ତମ ଫର୍ମରେ ଥିବା ପରି ଦେଖାଯାଇ ନଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ସେ ମାତ୍ର ୭ ଓଭରରେ ୬୯ ରନ ଦେଇଥିଲେ।
IPL ୨୦୨୫ର ମେଗା ନିଲାମରେ, ସନରାଇଜର୍ସ ହାଇଦ୍ରାବାଦ ୧ କୋଟିରେ ବ୍ରାଇଡନଙ୍କୁ କିଣିଥିଲା। ବ୍ରାଇଡନ ଟି-୨୦ ରେକର୍ଡ ବହୁତ ଭଲ ରହିଛି। ଜଣେ ବୋଲିଂ ଅଲରାଉଣ୍ଡର ଭାବେ ସେ ଏପର୍ଯ୍ୟନ୍ତ ତାଙ୍କ ଟି-୨୦ କ୍ୟାରିୟରରେ ୫୩ଟି ଉଇକେଟ୍ ନେବା ସହିତ ୭୮୩ ରନ କରିଛନ୍ତି, ଯେଉଁଥିରେ ୨ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ। ଏପରି ପରିସ୍ଥିତିରେ, ଏହାକୁ SRH ପାଇଁ ଏକ ବଡ଼ ବିପର୍ଯ୍ୟୟ କୁହାଯାଇପାରେ।
The post IPL ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦକୁ ବଡ଼ ଝଟକା, ୧ କୋଟି ଦେଇ କିଣିଥିବା ଖେଳାଳି ଦଳରୁ ପଡ଼ିଲେ ବାଦ୍ appeared first on Dharitri Odia News.