ଘଡ଼ଘଡ଼ି ସହ କୁଆପଥର ବର୍ଷା, ନଷ୍ଟ ହେଲା ଶହଶହ ହେକ୍ଟର ପରିବା ଚାଷ
କେନ୍ଦୁଝର,୨୦ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନରେ କିଛି ସମୟ ଧରି ପ୍ରବଳ ଘଡ଼ଘଡ଼ି ବର୍ଷା ହେବା ସହ କୁଆପଥର ବର୍ଷା ହୋଇଛି। ଫଳରେ କିଛି ଦିନ ହେଲା ଗରମ ହୋଇ ପଡ଼ିଥିବା ପରିବେଶ ଥଣ୍ଡା ଅନୁଭୂତ ହୋଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ପୂର୍ବାନୁମାନ ଅନୁଯାୟୀ, ଜିଲାରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ହଠାତ୍ ଏଭଳି ବର୍ଷା ଯୋଗୁ ଜିଲାର କେତେକ ସ୍ଥାନରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ଗ୍ରାମର ବିଭିନ୍ନ ଅଞ୍ଚଳରେ ଦେଖିବାକୁ […] The post ଘଡ଼ଘଡ଼ି ସହ କୁଆପଥର ବର୍ଷା, ନଷ୍ଟ ହେଲା ଶହଶହ ହେକ୍ଟର ପରିବା ଚାଷ appeared first on Dharitri Odia News.
କେନ୍ଦୁଝର,୨୦ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନରେ କିଛି ସମୟ ଧରି ପ୍ରବଳ ଘଡ଼ଘଡ଼ି ବର୍ଷା ହେବା ସହ କୁଆପଥର ବର୍ଷା ହୋଇଛି। ଫଳରେ କିଛି ଦିନ ହେଲା ଗରମ ହୋଇ ପଡ଼ିଥିବା ପରିବେଶ ଥଣ୍ଡା ଅନୁଭୂତ ହୋଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ପୂର୍ବାନୁମାନ ଅନୁଯାୟୀ, ଜିଲାରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ହଠାତ୍ ଏଭଳି ବର୍ଷା ଯୋଗୁ ଜିଲାର କେତେକ ସ୍ଥାନରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ଗ୍ରାମର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳୁଥିବା ପନିପରିବା କ୍ଷେତରେ କୁଆପଥର ବିଛାଡି ପଡ଼ିଥିବା ଦେଖିବାକୁ ମିଳିଥିବା ବେଳେ ଗ୍ରାମାଞ୍ଚଳରେ କୁଢ଼କୁଢ଼ କୁଆପଥର ଗଦା ଦେଖିବାକୁ ମିଳୁଛି।
ମିଳିଥିବା ସୂଚନାନୁଯାୟୀ, ପରିବା ଫସଲ ପ୍ରଭାବିତ ହୋଇଛି। ବର୍ଷା ଯୋଗୁ ଜିଲାର ଅନେକ ସ୍ଥାନ ତଥା ଓ ଖଣି ଅଞ୍ଚଳର ଲୋକମାନେ ଚାରିଆଡ଼େ ଧୂଳି ଯୋଗୁ ସୃଷ୍ଟି ହେଉଥିବା ବାୟୁ ପ୍ରଦୂଷଣରୁ ଆଶ୍ୱସ୍ତି ପାଉଛନ୍ତି। ଏହାବ୍ୟତୀତ ଚଳିତ ବର୍ଷ ହଠାତ୍ ତାପମାତ୍ରା ବୃଦ୍ଧି ପାଇଥିବାରୁ ଏହି ବର୍ଷା ଯୋଗୁ ଲୋକମାନେ ଗରମରୁ ମୁକ୍ତି ପାଇଛନ୍ତି। ସଦର, ଝୁମ୍ପୁରା ବ୍ଲକ ଅଞ୍ଚଳର ଅଧିକାଂଶ ସ୍ଥାନରେ ଅଦିନିଆ ବର୍ଷା ଓ କୁଆ ପଥର ଯୋଗୁ କୋବି, ଟମାଟୋ, ବାଇଗଣ ଆଦି ପନିପରିବା ଫସଲ ନଷ୍ଟ ହୋଇଯାଇଛି। ପନିପରିବା ବର୍ଷା ପାଣିରେ ବୁଡି ଯାଇଥିବାରୁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ କରିଛନ୍ତି। ଫଳରେ ବହୁ ଖର୍ଚ୍ଚାନ୍ତ ହୋଇ ଏବଂ ପରିଶ୍ରମ କରି ପନିପରିବା ଚାଷ କରିଥିବା ଗରିବ ଚାଷୀମାନେ କ୍ଷତି ସହୁଛନ୍ତି। କେନ୍ଦୁଝର ଜିଲା ସଦର ମହକୁମା ସମେତ ଯୋଡ଼ା ଖଣି ଅଞ୍ଚଳ ସମେତ ଅନ୍ୟନ୍ୟ ସହରରେ ବର୍ଷା ଯୋଗୁ ଧୂଳି ପ୍ରଦୂଷଣ ଓ ଗରମରୁ କିଛିମାତ୍ରାରେ ଆଶ୍ୱସ୍ତି ପାଉଛନ୍ତି। ମଦନ ନାଏକ , ସଦର ବ୍ଲକ ଚାଷୀ କହିଛନ୍ତି, ‘ଆମେ କଠିନ ପରିଶ୍ରମ କରିଥିଲୁ ଏବଂ ପନିପରିବା ଚାଷ କରିଥିଲୁ। କିନ୍ତୁ ଏଭଳି ବର୍ଷା ଯୋଗୁ ଅନେକ କ୍ଷତିଗ୍ରସ୍ତ ହୋଇଛନ୍ତି। ତେଣୁ ସରକାର ସେହି କୃଷକମାନଙ୍କୁ ସାହାଯ୍ୟ କରିବା ଉଚିତ। କେନ୍ଦୁଝର ମୁଖ୍ୟ ଜିଲା କୃଷି ଅଧିକାରୀ ପର୍ଶୁରାମ ବେହେରା କହିଛନ୍ତି, ଏହି ବର୍ଷା ଚାଷରେ ସହାୟକ ହେବ। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ଅଭିଯୋଗ ଆସିନାହିଁ।
The post ଘଡ଼ଘଡ଼ି ସହ କୁଆପଥର ବର୍ଷା, ନଷ୍ଟ ହେଲା ଶହଶହ ହେକ୍ଟର ପରିବା ଚାଷ appeared first on Dharitri Odia News.