ଘନଉଛି ଯୁଦ୍ଧ, ଏଥିରେ ଧୋକା ଦେଲା ସ୍ୱାସ୍ଥ୍ୟ, ପାକ୍ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ହସ୍ପିଟାଲରେ ଭର୍ତ୍ତି

ରାୱଲପିଣ୍ଡି ୨୯।୪: ଜମ୍ମୁ-କାଶ୍ମୀର ପହଲଗାମରେ ଆତଙ୍କୀ କାଣ୍ଡ ପରେ ପାକିସ୍ତାନ ବିରୋଧରେ ଭାରତ ସରକାର ଗୋଟାକ ପରେ ଗୋଟେ କଡ଼ା ନିଷ୍ପତ୍ତି ନେଉଛନ୍ତି। ଏଥିରେ ଭାରତ ପାକ୍ ସୀମା ସିଲ କରିବା ସହ ପାକିସ୍ତାନ ସହିତ କୁଟନୈତିକ ସମ୍ପର୍କ ସମାପ୍ତ କରିଦେଇଛନ୍ତି। ଏଥିରେ ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇ ଦିଆଯାଇଛି। ଭାରତ ସରକାରଙ୍କ ଧଡ଼ାଧଡ଼ ନିଷ୍ପତ୍ତିରେ ଭୟଭୀତ ପାକିସ୍ତାନ ଯୁଦ୍ଧ ଧମକ ଦେଉଛି। ତେବେ ଭାରତ ଏବେବି ଦୃଢ ଜବାବ ଦେବାଇଁ ଦୀର୍ଘ ମିଆଦୀ ରଣନୀତି ଉପରେ କାମ କରୁଥିବା ବେଳେ ପାକ୍ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଥିରୁ ଲାଗୁଛି ଏଲଓସିରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିରେ ପାକ୍ ପ୍ରଧାନମନ୍ତ୍ରୀ ଭୟଭୀତ ହୋଇ ପଡିଛନ୍ତି ଓ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ଗୋପନ କାଗଜପତ୍ର ଲିକ୍ ହୋଇଯାଇଛି। ହସ୍ପିଟାଲ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ପାକ୍ ପ୍ରଧାନମନ୍ତ୍ରୀ ପାଇଲସ୍ ରେ ପୀଡ଼ିତ ହୋଇଥିବା ବେଳେ ତାଙ୍କୁ ରାୱଲପିଣ୍ଡି ଆର୍ମି ହସ୍ପିଟାଲରେ ଭର୍ତ୍ତି  ହେବାକୁ ପଡିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ଅଛି ସେ ନେଇ ବିସ୍ତୃତ ତଥ୍ୟ ମିଳିନଥିବା ବେଳେ ସେ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରହି ଚିକିତ୍ସିତ ହେଉଥିବା ଜଣାପଡିଛି। ଶାହବାଜ ସରିଫ ଅସୁସ୍ଥ ହୋଇଥିବା ଖବର ଏକ ଗୋପନ କାଗଜପତ୍ରରୁ ଲିକ୍ ହୋଇଛି, ଯାହା ରାୱଲପିଣ୍ଡି ଆର୍ମି

ଘନଉଛି ଯୁଦ୍ଧ, ଏଥିରେ ଧୋକା ଦେଲା ସ୍ୱାସ୍ଥ୍ୟ, ପାକ୍ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ହସ୍ପିଟାଲରେ ଭର୍ତ୍ତି

ରାୱଲପିଣ୍ଡି ୨୯।୪: ଜମ୍ମୁ-କାଶ୍ମୀର ପହଲଗାମରେ ଆତଙ୍କୀ କାଣ୍ଡ ପରେ ପାକିସ୍ତାନ ବିରୋଧରେ ଭାରତ ସରକାର ଗୋଟାକ ପରେ ଗୋଟେ କଡ଼ା ନିଷ୍ପତ୍ତି ନେଉଛନ୍ତି। ଏଥିରେ ଭାରତ ପାକ୍ ସୀମା ସିଲ କରିବା ସହ ପାକିସ୍ତାନ ସହିତ କୁଟନୈତିକ ସମ୍ପର୍କ ସମାପ୍ତ କରିଦେଇଛନ୍ତି। ଏଥିରେ ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇ ଦିଆଯାଇଛି। ଭାରତ ସରକାରଙ୍କ ଧଡ଼ାଧଡ଼ ନିଷ୍ପତ୍ତିରେ ଭୟଭୀତ ପାକିସ୍ତାନ ଯୁଦ୍ଧ ଧମକ ଦେଉଛି। ତେବେ ଭାରତ ଏବେବି ଦୃଢ ଜବାବ ଦେବାଇଁ ଦୀର୍ଘ ମିଆଦୀ ରଣନୀତି ଉପରେ କାମ କରୁଥିବା ବେଳେ ପାକ୍ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। 

ଏଥିରୁ ଲାଗୁଛି ଏଲଓସିରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିରେ ପାକ୍ ପ୍ରଧାନମନ୍ତ୍ରୀ ଭୟଭୀତ ହୋଇ ପଡିଛନ୍ତି ଓ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ଗୋପନ କାଗଜପତ୍ର ଲିକ୍ ହୋଇଯାଇଛି। ହସ୍ପିଟାଲ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ପାକ୍ ପ୍ରଧାନମନ୍ତ୍ରୀ ପାଇଲସ୍ ରେ ପୀଡ଼ିତ ହୋଇଥିବା ବେଳେ ତାଙ୍କୁ ରାୱଲପିଣ୍ଡି ଆର୍ମି ହସ୍ପିଟାଲରେ ଭର୍ତ୍ତି  ହେବାକୁ ପଡିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ଅଛି ସେ ନେଇ ବିସ୍ତୃତ ତଥ୍ୟ ମିଳିନଥିବା ବେଳେ ସେ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରହି ଚିକିତ୍ସିତ ହେଉଥିବା ଜଣାପଡିଛି। 

ଶାହବାଜ ସରିଫ ଅସୁସ୍ଥ ହୋଇଥିବା ଖବର ଏକ ଗୋପନ କାଗଜପତ୍ରରୁ ଲିକ୍ ହୋଇଛି, ଯାହା ରାୱଲପିଣ୍ଡି ଆର୍ମି ହସ୍ପିଟାଲ ପକ୍ଷରୁ ଜାରି କରାଯାଇଛି। ଏହି ଡକ୍ୟୁମେଣ୍ଟରେ ତାଙ୍କ ଅସୁସ୍ଥତାର କାରଣ ମଧ୍ୟ ଦର୍ଶାଯାଇଛି। ଏହା ଛଡା ଏଥିରେ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଗଣମାଧ୍ୟମ ଓ ସର୍ବସାଧାରଣଙ୍କୁ ନ ଜଣାଇବା ପାଇଁ ମଧ୍ୟ କୁହାଯାଇଛି। ହସ୍ପିଟାଲ ପକ୍ଷରୁ କଥାକୁ ଗୋପନ ରଖିବାକୁ କୁହାଯାଇଛି। ତେବେ ସରିଫ ଏପ୍ରିଲ ୨୭ ତାରିଖରୁ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ଏହି କାଗଜପତ୍ରରୁ ମଙ୍ଗଳବାର ଜଣାପଡିଛି। 

ପହଲଗାମ ଆକ୍ରମଣ ପରେ ପାକିସ୍ତାନ ଲାଗି ଭାରତ ନୀତି କଡ଼ାକଡ଼ି କରିଛି। ଏଥିରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଯିବା ବେଳେ ସାରା ପାକିସ୍ତାନ ଆତଙ୍କିତ ଅବସ୍ଥାରେ ରହିଛି। ପହଲଗାମ ଘଟଣା ପରେ ଭାରତକୁ ବିଭିନ୍ନ ଦେଶରୁ ସମର୍ଥନ ମିଳିବାରେ ଲାଗିଛି। ଅନ୍ୟପକ୍ଷରେ ପାକିସ୍ତାନ କୂଟନୈତିକ ରୂପେ ନିଜ ପାଇଁ ସମର୍ଥନ ଯୋଗାଡ କରିପାରୁ ନଥିବା ଜଣାପଡିଛି। ଏଣୁ ଘଟଣାକୁ ନେଇ ସାରା ବିଶ୍ୱରେ ପାକିସ୍ତାନର ଏବେ ନିନ୍ଦା ହେଉଛି।