ବାଲେଶ୍ୱର ସହରର ଜଣେ ଯୁବତୀଙ୍କୁ ଦେଖା କରିବାକୁ ବାରମ୍ବାର ଦିଲ୍ଲୀରୁ ଆସୁଥିଲେ ଯୁବବ, ଏବେ ହୋଟେଲ୍ ରୁମରୁ
ବାଲେଶ୍ୱର,୯।୨(ବାଞ୍ଛାନିଧି ଦେ): ବାଲେଶ୍ୱର ସହଦେଖୁଣ୍ଟା ଥାନା ଅଞ୍ଚଳର ଏକ ହୋଟେଲ ରୁମରୁ ଶନିବାର ରାତିରେ ଜଣେ ଦିଲ୍ଲୀ ଯୁବକଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଜବତ କରିଛି। ମୃତ ଯୁବକ ହେଲେ ଦିଲ୍ଲୀ କରୁଆଲନଗର ଥାନା ସାହାଦତପୁର ଅଞ୍ଚଳର ରାହୁଲ ଚୌଧୁରୀ (୨୭)। ସେ ଗତ ଜାନୁଆରୀ ୨୯ ତାରିଖରୁ ଏହି ହୋଟେଲରେ ରହୁଥିଲେ। ସକାଳେ ଓ ଦ୍ୱିପ୍ରହର ସମୟରେ ଖାଇବା ଅର୍ଡର ନ ହେବାରୁ ହୋଟେଲ କର୍ମଚାରୀ ତାଙ୍କ ରୁମ କବାଟରେ ଠକ ଠକ କରିଥିଲେ। ଭିତରୁ […] The post ବାଲେଶ୍ୱର ସହରର ଜଣେ ଯୁବତୀଙ୍କୁ ଦେଖା କରିବାକୁ ବାରମ୍ବାର ଦିଲ୍ଲୀରୁ ଆସୁଥିଲେ ଯୁବବ, ଏବେ ହୋଟେଲ୍ ରୁମରୁ appeared first on Dharitri Odia News.
ବାଲେଶ୍ୱର,୯।୨(ବାଞ୍ଛାନିଧି ଦେ): ବାଲେଶ୍ୱର ସହଦେଖୁଣ୍ଟା ଥାନା ଅଞ୍ଚଳର ଏକ ହୋଟେଲ ରୁମରୁ ଶନିବାର ରାତିରେ ଜଣେ ଦିଲ୍ଲୀ ଯୁବକଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଜବତ କରିଛି। ମୃତ ଯୁବକ ହେଲେ ଦିଲ୍ଲୀ କରୁଆଲନଗର ଥାନା ସାହାଦତପୁର ଅଞ୍ଚଳର ରାହୁଲ ଚୌଧୁରୀ (୨୭)। ସେ ଗତ ଜାନୁଆରୀ ୨୯ ତାରିଖରୁ ଏହି ହୋଟେଲରେ ରହୁଥିଲେ। ସକାଳେ ଓ ଦ୍ୱିପ୍ରହର ସମୟରେ ଖାଇବା ଅର୍ଡର ନ ହେବାରୁ ହୋଟେଲ କର୍ମଚାରୀ ତାଙ୍କ ରୁମ କବାଟରେ ଠକ ଠକ କରିଥିଲେ। ଭିତରୁ କୌଣସି ଶବ୍ଦ ନଆସିବାରୁ ସନ୍ଦେହ ଉପୁଜିଥିଲା । ଜଣେ କର୍ମଚାରୀ ଝରକା ପାର୍ଶ୍ୱକୁ ଯାଇ ଯୁବକ ଜଣକ ଫ୍ୟାନରେ ଫାଶୀ ଦେଇଥିବା ଦେଖିବାକୁ ପାଇଥିଲେ। ସେ ରହିଥିବା ରୁମରେ ଶନିବାର ଦିନତମାମ କବାଟ ଭିତରପଟୁ ବନ୍ଦ ଥିଲା । ଏ ନେଇ ହୋଟେଲ କର୍ମଚାରୀ ରାତିରେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ, ମାଜିଷ୍ଟ୍ରେଟ ଓ ପୋଲିସ ପହଞ୍ଚି ରୁମ ଭିତରପଟ କୁଣ୍ଡି ଭାଙ୍ଗି ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଥିଲେ ଏ ସମ୍ପର୍କରେ ଥାନାରେ ଏକ ଅପମୃତ୍ୟୁ ମାମଲା ନଂ ୬/୨୫ ରୁଜୁ ହୋଇ ତଦନ୍ତ ଜାରି ରହିଥିବା ଆଇଆଇସି ଜୟନ୍ତ ବେହେରା କହିଛନ୍ତି । ତେବେ ବାଲେଶ୍ୱର ସହରର ଜଣେ ଯୁବତୀଙ୍କୁ ଦେଖା କରିବାକୁ ଆସି ରାହୁଲ ନିୟମିତ ବ୍ୟବଧାନରେ ସହରର ବିଭିନ୍ନ ହୋଟେଲରେ ରହିଥାନ୍ତି ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି। ମୃତ ଯୁବକଙ୍କ ମୋବାଇଲ ଫୋନରୁ ନମ୍ବର ନେଇ ତାଙ୍କ ପରିବାର ଲୋକଙ୍କ ସହ ପୋଲିସ ଯୋଗାଯୋଗ କରିଛି। ପରିବାର ଲୋକେ ଏଠାରେ ପହଞ୍ଚିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି
The post ବାଲେଶ୍ୱର ସହରର ଜଣେ ଯୁବତୀଙ୍କୁ ଦେଖା କରିବାକୁ ବାରମ୍ବାର ଦିଲ୍ଲୀରୁ ଆସୁଥିଲେ ଯୁବବ, ଏବେ ହୋଟେଲ୍ ରୁମରୁ appeared first on Dharitri Odia News.