ଆସିବ ମୋଦିଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍
ନୂଆଦିଲ୍ଲୀ,୬ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ଆସିବ। ଏହି ବଜେଟ୍ ଆସନ୍ତା ୨୩ ତାରିଖରେ ଉପସ୍ଥାପନ କରାଯିବ ବୋଲି ଶନିବାର କେନ୍ଦ୍ରୀୟ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି। ସେ କହିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୨ ଜୁଲାଇରେ ସଂସଦରେ ବଜେଟ୍ ଅଧିବେଶନ ଉପରେ ମୋହର ଲଗାଇବେ। ୨୩ ଜୁଲାଇରେ ଲୋକ ସଭାରେ ବଜେଟ୍ ଉପସ୍ଥାପନ କରାଯିବ। ଏହି ବଜେଟ୍ ଅଗଷ୍ଟ ୧୨ ପର୍ଯ୍ୟନ୍ତ […] The post ଆସିବ ମୋଦିଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ appeared first on Dharitri Odia News.
ନୂଆଦିଲ୍ଲୀ,୬ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ଆସିବ। ଏହି ବଜେଟ୍ ଆସନ୍ତା ୨୩ ତାରିଖରେ ଉପସ୍ଥାପନ କରାଯିବ ବୋଲି ଶନିବାର କେନ୍ଦ୍ରୀୟ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି। ସେ କହିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୨ ଜୁଲାଇରେ ସଂସଦରେ ବଜେଟ୍ ଅଧିବେଶନ ଉପରେ ମୋହର ଲଗାଇବେ। ୨୩ ଜୁଲାଇରେ ଲୋକ ସଭାରେ ବଜେଟ୍ ଉପସ୍ଥାପନ କରାଯିବ। ଏହି ବଜେଟ୍ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ଫେବୃୟାରୀରେ ଶେଷ ବଜେଟ୍ ଉପସ୍ଥାପନ କରିଥିଲେ। ଏହି ବଜେଟ୍ ଉପସ୍ଥାପନ ସମୟରେ ସୀତାରମଣ କହିଥିଲେ, କେନ୍ଦ୍ର ସରକାର ଦେଶର ନାଗରିକଙ୍କ ଜୀବନରେ ସୁଧାର ପାଇଁ ସମର୍ପିତ ଏବଂ ଏଥିପାଇଁ ନିରନ୍ତର ପ୍ରୟାସ କରୁଛନ୍ତି। ଲୋକ ସଭା ନିର୍ବାଚନ ୨୦୨୪ ପରେ ୨୪ ଜୁନ୍ରେ ସଂସଦର ବିଶେଷ ଉତ୍ସବ ଆୟୋଜନ କରାଯାଇଥିଲା। ଯେଉଁଠି ନୂଆ ସଦସ୍ୟମାନେ ଶପଥ ନେଇଥିଲେ ଏବଂ ୨୭ ଜୁନ୍ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେମାନଙ୍କୁ ଶପଥପାଠ କରାଇଥିଲେ।
The post ଆସିବ ମୋଦିଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ appeared first on Dharitri Odia News.