ଘନେଇଲା ପୋଲାଭରମ ରାଜନୀତି, ଗ୍ରାଉଣ୍ଡ ଜିରୋ ଅଭିମୁଖେ ବାହାରିଲା ବିଜେଡି ଟିମ୍
ଭୁବନେଶ୍ବର: ଘନେଇଲା ପୋଲାଭରମ ରାଜନୀତି । ପୋଲାଭରମ ପ୍ରକଳ୍ପର ସ୍ଥିତି ପରଖିବା ପାଇଁ ଗ୍ରାଉଣ୍ଡ ଜିରୋକୁ ବାହାରିଲା ବିଜେଡି ଟିମ୍ । ବୁଧବାର ଏହି ଟିମ୍ ଟ୍ରେନ ଯୋଗେ ଗସ୍ତ କରିଛନ୍ତି । ଗୁରୁବାର ପୋଲାଭରମ ପ୍ରକଳ୍ପ ଓ ନିକଟବର୍ତ୍ତୀ ଓଡ଼ିଶାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବ ଟିମ୍। ଏହା ସହ କୋରାପୁଟ ଜିଲ୍ଲା ମୋଟୁ, ପଡ଼ିଆ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ ମଧ୍ୟ କରିବେ।ଏହି ଟିମ୍ରେ ରହିଛନ୍ତି ବରିଷ୍ଠ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ, ଭୃଗୁ ବକ୍ସିପାତ୍ର, ଝିନ୍ନ ହିକ୍କକା ପ୍ରମୁଖ । ଟିମ୍ ଗ୍ରାଉଣ୍ଡ ଜିରୋରେ ଅନୁଧ୍ୟାନ କରିବା ପରେ ସଭାପତି ନବୀନ ପଟ୍ଟନାୟକ ଙ୍କୁ ରିପୋର୍ଟ ପ୍ରଦାନ କରିବେ।ସୂଚନାଥାଉକି, ପୋଲାଭରମ ପ୍ରକଳ୍ପକୁ ନେଇ ବିଜେଡି ପ୍ରତିବାଦ କରିଆସୁଛି। କେନ୍ଦ୍ର ବଜେଟରେ ପ୍ରକଳ୍ପ ପାଇଁ ଅର୍ଥ ଆବଣ୍ଟନ ପରେ ରାଜନୀତି ମଧ୍ୟ ଜୋର ଧରିଥିଲା। ତେବେ ଗ୍ରାଉଣ୍ଡ ଜିରୋକୁ ଗସ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ସବ୍ୟସାଚୀ ନାୟକ। ସେ କହିଛନ୍ତି ‘ବର୍ତ୍ତମାନ ସେଠାରେ କିଭଳି ସ୍ଥିତି ରହିଛି, ଖାସ କରି ବର୍ଷା ଦିନେ କ’ଣ ସ୍ଥିତି ଅଛି ତାହାର ଅନୁଧ୍ୟାନ କରିବୁ । ଆଇନଗତ ବ୍ୟବସ୍ଥାକୁ ଯାଇଛୁ । କୌଣସି ଆକଳନ ନକରି କେନ୍ଦ୍ର ସରକାର ପ୍ରକଳ୍ପକୁ ଆଗେଇ ନେବା ଓ ଅର୍ଥ ଆବଣ୍ଟନ କରିଛନ୍ତି। ତେଣୁ ଖୁବ ଶୀଘ୍ର ଗ୍ରାଉଣ୍ଡ ଜିରୋ ଅନୁଧ୍ୟାନ କରି ରିପୋର୍ଟ ବିଜେଡି ସୁପ୍ରିମୋଙ୍କ ପା
ଭୁବନେଶ୍ବର: ଘନେଇଲା ପୋଲାଭରମ ରାଜନୀତି । ପୋଲାଭରମ ପ୍ରକଳ୍ପର ସ୍ଥିତି ପରଖିବା ପାଇଁ ଗ୍ରାଉଣ୍ଡ ଜିରୋକୁ ବାହାରିଲା ବିଜେଡି ଟିମ୍ । ବୁଧବାର ଏହି ଟିମ୍ ଟ୍ରେନ ଯୋଗେ ଗସ୍ତ କରିଛନ୍ତି । ଗୁରୁବାର ପୋଲାଭରମ ପ୍ରକଳ୍ପ ଓ ନିକଟବର୍ତ୍ତୀ ଓଡ଼ିଶାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବ ଟିମ୍। ଏହା ସହ କୋରାପୁଟ ଜିଲ୍ଲା ମୋଟୁ, ପଡ଼ିଆ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ ମଧ୍ୟ କରିବେ।
ଏହି ଟିମ୍ରେ ରହିଛନ୍ତି ବରିଷ୍ଠ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ, ଭୃଗୁ ବକ୍ସିପାତ୍ର, ଝିନ୍ନ ହିକ୍କକା ପ୍ରମୁଖ । ଟିମ୍ ଗ୍ରାଉଣ୍ଡ ଜିରୋରେ ଅନୁଧ୍ୟାନ କରିବା ପରେ ସଭାପତି ନବୀନ ପଟ୍ଟନାୟକ ଙ୍କୁ ରିପୋର୍ଟ ପ୍ରଦାନ କରିବେ।
ସୂଚନାଥାଉକି, ପୋଲାଭରମ ପ୍ରକଳ୍ପକୁ ନେଇ ବିଜେଡି ପ୍ରତିବାଦ କରିଆସୁଛି। କେନ୍ଦ୍ର ବଜେଟରେ ପ୍ରକଳ୍ପ ପାଇଁ ଅର୍ଥ ଆବଣ୍ଟନ ପରେ ରାଜନୀତି ମଧ୍ୟ ଜୋର ଧରିଥିଲା।
ତେବେ ଗ୍ରାଉଣ୍ଡ ଜିରୋକୁ ଗସ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ସବ୍ୟସାଚୀ ନାୟକ। ସେ କହିଛନ୍ତି ‘ବର୍ତ୍ତମାନ ସେଠାରେ କିଭଳି ସ୍ଥିତି ରହିଛି, ଖାସ କରି ବର୍ଷା ଦିନେ କ’ଣ ସ୍ଥିତି ଅଛି ତାହାର ଅନୁଧ୍ୟାନ କରିବୁ । ଆଇନଗତ ବ୍ୟବସ୍ଥାକୁ ଯାଇଛୁ । କୌଣସି ଆକଳନ ନକରି କେନ୍ଦ୍ର ସରକାର ପ୍ରକଳ୍ପକୁ ଆଗେଇ ନେବା ଓ ଅର୍ଥ ଆବଣ୍ଟନ କରିଛନ୍ତି। ତେଣୁ ଖୁବ ଶୀଘ୍ର ଗ୍ରାଉଣ୍ଡ ଜିରୋ ଅନୁଧ୍ୟାନ କରି ରିପୋର୍ଟ ବିଜେଡି ସୁପ୍ରିମୋଙ୍କ ପାଖରେ ଦାଖଲ କରିବୁ।’’