ରକ୍ତମୁଖା ଇସ୍ରାଏଲ ସେନା, ଗାଜା ବାଳିକା ବିଦ୍ୟାଳୟରେ ଏୟାର ଷ୍ଟ୍ରାଇକ୍, ୩୧ ମୃତ

ନୂଆଦିଲ୍ଲୀ: ଗାଜାରେ ମାନବସଂହାର ଜାରି । ଇସ୍ରାଏଲ ଡିଫେନ୍ସ ଫୋର୍ସ ଗାଜାରେ ଧ୍ବାଂସଲୀଳା ଜାରି ରଖିଛି । ଶନିବାର ଇସ୍ରାଏଲ ବାୟୁସେନାର କେନ୍ଦ୍ରୀୟ ଗାଜାର ଡେର-ଅଲ ବଲାହରେ ଥିବା ଏକ ବାଳିବା ବିଦ୍ୟାଳୟ ଉପରେ ଏୟାର ଷ୍ଟ୍ରାଇକ୍ କରିଛି । ଏହି ମିସାଇଲ୍ ଷ୍ଟ୍ରାଇକରେ ପ୍ରାୟ ୩୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ପାଲେଷ୍ଟାୟୀନ ଆହତ  ହୋଇଛନ୍ତି । ମୃତାହତଙ୍କ ମଧ୍ୟରେ ଅଧିକାଂଶ  ମହିଳା ଓ ପିଲା ଥିବା ଜଣାପଡିଛି । ଗୁରୁତରଙ୍କ ସଂଖ୍ୟା ଅଧିକ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି । ସୂଚନା   ଅନୁସାରେ ଡେର-ଅଲ ବଲାହ ହେଉଛି ଗାଜାର ଏକ ଜନବହୁଳ ଅଞ୍ଚଳ । ଇସ୍ରାଏଲ ଆକ୍ରମଣ  ଯୋଗୁ ବିସ୍ଥାପିତ ହୋଇଥିବା ଲୋକମାନେ ଏଠାରେ  ରହୁଥିଲେ । ଇସ୍ରାଏଲ ସେନା ଯେଉଁ ସ୍କୁଲ ଉପରେ  ବୋମାବର୍ଷଣ କରିଛି ସେଠାରେ ଅଧିକାଂଶ ମହିଳା ଓ ପିଲା ଆଶ୍ରୟ ନେଇଥିଲେ । ଇସ୍ରାଏଲର ଏଭଳି  ଆକ୍ରମଣକୁ ପାଲେଷ୍ଟାଇନ ସରକାରଙ୍କ ପକ୍ଷରୁ କଡା ନିନ୍ଦା କରାଯାଇଛି । ଅନ୍ୟପକ୍ଷରେ ଇସ୍ରାଏଲ  ସେନା କହିଛି କି ଉକ୍ତ ସ୍କୁଲ କମ୍ପାଉଣ୍ଡରେ ହମାସର  ଏକ କମାଣ୍ଡ ସେଣ୍ଟର କାର୍ଯ୍ୟ କରୁଥିଲା । ତେଣୁ  ତାକୁ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ୍‌ କରାଯାଇଛି ।  ସେହିଭଳି ଗାଜାର ଅନ୍ୟ କେତେକ ସ୍ଥାନରେ  ଇସ୍ରାଏଲର ଆକ୍ରମଣ ଯୋଗୁ ୧୪ ଜଣ ପ୍ରାଣ  ହରାଇଛନ୍ତି । ଗତବର୍ଷ ଅକ୍ଟୋବର ୭ ତାରିଖରୁ ଗାଜା ଉପରେ ଇସ୍ରାଏଲର ଆକ୍ରମଣ ଫଳରେ   ଏପର୍ଯ୍ୟନ୍ତ ୩

ରକ୍ତମୁଖା ଇସ୍ରାଏଲ ସେନା, ଗାଜା ବାଳିକା ବିଦ୍ୟାଳୟରେ ଏୟାର ଷ୍ଟ୍ରାଇକ୍, ୩୧ ମୃତ

ନୂଆଦିଲ୍ଲୀ: ଗାଜାରେ ମାନବସଂହାର ଜାରି । ଇସ୍ରାଏଲ ଡିଫେନ୍ସ ଫୋର୍ସ ଗାଜାରେ ଧ୍ବାଂସଲୀଳା ଜାରି ରଖିଛି । ଶନିବାର ଇସ୍ରାଏଲ ବାୟୁସେନାର କେନ୍ଦ୍ରୀୟ ଗାଜାର ଡେର-ଅଲ ବଲାହରେ ଥିବା ଏକ ବାଳିବା ବିଦ୍ୟାଳୟ ଉପରେ ଏୟାର ଷ୍ଟ୍ରାଇକ୍ କରିଛି । ଏହି ମିସାଇଲ୍ ଷ୍ଟ୍ରାଇକରେ ପ୍ରାୟ ୩୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ପାଲେଷ୍ଟାୟୀନ ଆହତ  ହୋଇଛନ୍ତି । ମୃତାହତଙ୍କ ମଧ୍ୟରେ ଅଧିକାଂଶ  ମହିଳା ଓ ପିଲା ଥିବା ଜଣାପଡିଛି । ଗୁରୁତରଙ୍କ ସଂଖ୍ୟା ଅଧିକ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି । 

ସୂଚନା   ଅନୁସାରେ ଡେର-ଅଲ ବଲାହ ହେଉଛି ଗାଜାର ଏକ ଜନବହୁଳ ଅଞ୍ଚଳ । ଇସ୍ରାଏଲ ଆକ୍ରମଣ  ଯୋଗୁ ବିସ୍ଥାପିତ ହୋଇଥିବା ଲୋକମାନେ ଏଠାରେ  ରହୁଥିଲେ । ଇସ୍ରାଏଲ ସେନା ଯେଉଁ ସ୍କୁଲ ଉପରେ  ବୋମାବର୍ଷଣ କରିଛି ସେଠାରେ ଅଧିକାଂଶ ମହିଳା ଓ ପିଲା ଆଶ୍ରୟ ନେଇଥିଲେ । ଇସ୍ରାଏଲର ଏଭଳି  ଆକ୍ରମଣକୁ ପାଲେଷ୍ଟାଇନ ସରକାରଙ୍କ ପକ୍ଷରୁ କଡା ନିନ୍ଦା କରାଯାଇଛି । ଅନ୍ୟପକ୍ଷରେ ଇସ୍ରାଏଲ  ସେନା କହିଛି କି ଉକ୍ତ ସ୍କୁଲ କମ୍ପାଉଣ୍ଡରେ ହମାସର  ଏକ କମାଣ୍ଡ ସେଣ୍ଟର କାର୍ଯ୍ୟ କରୁଥିଲା । ତେଣୁ  ତାକୁ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ୍‌ କରାଯାଇଛି ।  ସେହିଭଳି ଗାଜାର ଅନ୍ୟ କେତେକ ସ୍ଥାନରେ  ଇସ୍ରାଏଲର ଆକ୍ରମଣ ଯୋଗୁ ୧୪ ଜଣ ପ୍ରାଣ  ହରାଇଛନ୍ତି । ଗତବର୍ଷ ଅକ୍ଟୋବର ୭ ତାରିଖରୁ ଗାଜା ଉପରେ ଇସ୍ରାଏଲର ଆକ୍ରମଣ ଫଳରେ   ଏପର୍ଯ୍ୟନ୍ତ ୩୯,୨୫୮ ଜଣ ପ୍ରାଣ ହରାଇଥିଲା  ବେଳେ ୯୦,୫୮୯ ଜଣ ଆହତ ହୋଇଛନ୍ତି ।