ବାତ୍ୟା ଦାନା ଅପଡେଟ୍: ୫,୮୪୫୮୮ ଲୋକ ସ୍ଥାନାନ୍ତର, ଚୁଡ଼ା ଗୁଡ଼ ପ୍ରସ୍ତୁତ
ଭୁବନେଶ୍ୱର: ବାତ୍ୟା ଦାନା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସମ୍ପର୍କରେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ବାଲେଶ୍ୱର ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି । ତେଣୁ ସେଠାରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଦ୍ୱିତୀୟରେ ମୟୂରଭଞ୍ଜ ଜିଲ୍ଲାରୁ ଲକ୍ଷେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଭଦ୍ରକରୁ ୭୫ ହଜାର, ଯାଜପୁରରୁ ୬୦ ହଜାର ଏବଂ କେନ୍ଦ୍ରାପଡ଼ାରୁ ୪୬ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନନ୍ତର କରାଯାଇଛି। ସେହିପରି ମାଆ ଗୃହରେ ୪୪୩୧ ଗର୍ଭବତୀ ମହିଳାମାନଙ୍କୁ ରଖାଯାଇଛି। ସେମାନଙ୍କ ମଧ୍ୟରୁ ୧୬୦୦ ଜଣ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଉଭୟ ମାଆ ଏବଂ ପିଲା ସୁସ୍ଥ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ପ୍ରଥମରେ ୧୧ ଜିଲ୍ଲାକୁ ମିଶାଇ ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରିବାର ଟାର୍ଗେଟ ଥିଲା। ହେଲେ ବାତ୍ୟା ଗତିପଥ ବଦଳିବାରୁ ଏହି ଟାର୍ଗେଟ୍କୁ ୩ ଲକ୍ଷ ,୬୨ ହଜାର ଟାର୍ଗେଟ କରାଯାଇଥିଲା।ତେବେ ବର୍ତ୍ତମାନ ସୁଦ୍ଧା ୫,୮୪୫୮୮ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସାରିଛି। ଏହା ୬ ଲକ୍ଷ ପାର କରିବ। ବାତ୍ୟା ଆଶ୍ରୟ ସ୍ଥଳ ୮୩୮୨କୁ ବୃଦ୍ଧି ହୋଇଛି। ସେଥିମଧ୍ୟରୁ ୬୦୦୮ ଟି କାର୍ଯ୍ୟକ୍ଷମ ହୋଇଛି। ଯୋଜନା ମୁତବାକ ୧୦୦ ପ୍ରତିଶତ କାର୍ଯ୍ୟ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି କୌଣସି ଜାଗାରେ ଟିକେ ବି
ଭୁବନେଶ୍ୱର: ବାତ୍ୟା ଦାନା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସମ୍ପର୍କରେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ବାଲେଶ୍ୱର ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି । ତେଣୁ ସେଠାରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଦ୍ୱିତୀୟରେ ମୟୂରଭଞ୍ଜ ଜିଲ୍ଲାରୁ ଲକ୍ଷେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଭଦ୍ରକରୁ ୭୫ ହଜାର, ଯାଜପୁରରୁ ୬୦ ହଜାର ଏବଂ କେନ୍ଦ୍ରାପଡ଼ାରୁ ୪୬ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନନ୍ତର କରାଯାଇଛି।
ସେହିପରି ମାଆ ଗୃହରେ ୪୪୩୧ ଗର୍ଭବତୀ ମହିଳାମାନଙ୍କୁ ରଖାଯାଇଛି। ସେମାନଙ୍କ ମଧ୍ୟରୁ ୧୬୦୦ ଜଣ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଉଭୟ ମାଆ ଏବଂ ପିଲା ସୁସ୍ଥ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ପ୍ରଥମରେ ୧୧ ଜିଲ୍ଲାକୁ ମିଶାଇ ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରିବାର ଟାର୍ଗେଟ ଥିଲା। ହେଲେ ବାତ୍ୟା ଗତିପଥ ବଦଳିବାରୁ ଏହି ଟାର୍ଗେଟ୍କୁ ୩ ଲକ୍ଷ ,୬୨ ହଜାର ଟାର୍ଗେଟ କରାଯାଇଥିଲା।
ତେବେ ବର୍ତ୍ତମାନ ସୁଦ୍ଧା ୫,୮୪୫୮୮ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସାରିଛି। ଏହା ୬ ଲକ୍ଷ ପାର କରିବ। ବାତ୍ୟା ଆଶ୍ରୟ ସ୍ଥଳ ୮୩୮୨କୁ ବୃଦ୍ଧି ହୋଇଛି। ସେଥିମଧ୍ୟରୁ ୬୦୦୮ ଟି କାର୍ଯ୍ୟକ୍ଷମ ହୋଇଛି। ଯୋଜନା ମୁତବାକ ୧୦୦ ପ୍ରତିଶତ କାର୍ଯ୍ୟ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି କୌଣସି ଜାଗାରେ ଟିକେ ବି ଅସୁବିଧା ହେଲେ ଖବର ଆସିଲେ ସାଙ୍ଗେ ସାଙ୍ଗେ କାର୍ଯ୍ୟ କରାଯାଉଛି। ଅନେକ ଜାଗାରେ ଚୁଡା, ଚିନି, ଗୁଡ, କ୍ୟାଣ୍ଡେଲ, ମାଚିଶ ଯୋଗାଇ ଦିଆଯାଇଛି। ରେଡକ୍ରସ ଭବନରେ ପ୍ରସ୍ତୁତ ହୋଉଛି। ନିଜେ ଚୁଡା ଖାଇ ମାନ ପରଖିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଚୁଡ଼ାସବୁ ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ୱର ଜ଼ିଲ୍ଲାରେ ଅଭାବ ପଠାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ଗୋ ଖାଦ୍ୟ ଓ ଔଷଧ ମଧ୍ୟ ସମସ୍ତ ଜାଗାରେ ପହଞ୍ଚି ଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାର, ୧୯୪୭୬ ପଶୁ ସମ୍ପଦକୁ ଉଚ୍ଚା ଜାଗାକୁ ସ୍ଥାନାନ୍ତରିତ କରାଯାଇଛି।