Odisha Budget 2025: ମତ୍ସ୍ୟ ଓ ପଶୁପାଳନ ପାଇଁ ୧୯୦୯ କୋଟି, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଲାଗୁ
ଭୁବନେଶ୍ୱର: ୨୦୨୫-୨୬ ବର୍ଷର ରାଜ୍ୟ ବଜେଟ୍ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ବିଧାନସଭାରେ ଉପସ୍ଥାପନ କରାଯାଉଛି। ଏଥିରେ ୩୭, ୮୦୦ କୋଟିର କୃଷି ବଜେଟ ରହିଛି। ଯାହା ଗତ ବର୍ଷ ତୁଳନାରେ ୧୨ ପ୍ରତିଶତ ଅଧିକ ରହିଛି। ସିଏମ କିଷାନ ଯୋଜନାରେ ବ୍ୟୟ ଅଟକଳ ୨ ହଜାର ୨୦ କୋଟି ଟଙ୍କା ରହିଛି। ଏହାସହ ବଜେଟ୍ରେ ଫସଲ ବିବିଧତାର ପ୍ରସାର ପାଇଁ ୬୯୫ କୋଟି ରଖାଯାଇଛି । ବଜେଟ୍ ଘୋଷଣା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି- ମତ୍ସ୍ୟ ଓ ପଶୁପାଳନ ପାଇଁ ପେଡି ଖୋଲିଦେଇଛନ୍ତି ରାଜ୍ୟ ସରକାର। ମତ୍ସ୍ୟ ଓ ପଶୁପାଳନ ପାଇଁ ୧୯୦୯ କୋଟି ବ୍ୟୟବରାଦ କରାଯାଇଛି। ମତ୍ସ୍ୟ, ପଶୁପାଳନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଲକ୍ଷ୍ୟ ରଖାଯାଇଛି। ସେହିପରି ଦୁଗ୍ଧ ଉତ୍ପାଦନ ବୃଦ୍ଧି ନିମନ୍ତେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଲାଗୁ କରାଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ୧୪୬ କୋଟି ଖର୍ଚ୍ଚ ହେବ। ଗୋମାତା ଯୋଜନା ପାଇଁ ୪୬ କୋଟି ରଖାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।
ଭୁବନେଶ୍ୱର: ୨୦୨୫-୨୬ ବର୍ଷର ରାଜ୍ୟ ବଜେଟ୍ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ବିଧାନସଭାରେ ଉପସ୍ଥାପନ କରାଯାଉଛି। ଏଥିରେ ୩୭, ୮୦୦ କୋଟିର କୃଷି ବଜେଟ ରହିଛି। ଯାହା ଗତ ବର୍ଷ ତୁଳନାରେ ୧୨ ପ୍ରତିଶତ ଅଧିକ ରହିଛି। ସିଏମ କିଷାନ ଯୋଜନାରେ ବ୍ୟୟ ଅଟକଳ ୨ ହଜାର ୨୦ କୋଟି ଟଙ୍କା ରହିଛି। ଏହାସହ ବଜେଟ୍ରେ ଫସଲ ବିବିଧତାର ପ୍ରସାର ପାଇଁ ୬୯୫ କୋଟି ରଖାଯାଇଛି ।
ବଜେଟ୍ ଘୋଷଣା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି- ମତ୍ସ୍ୟ ଓ ପଶୁପାଳନ ପାଇଁ ପେଡି ଖୋଲିଦେଇଛନ୍ତି ରାଜ୍ୟ ସରକାର। ମତ୍ସ୍ୟ ଓ ପଶୁପାଳନ ପାଇଁ ୧୯୦୯ କୋଟି ବ୍ୟୟବରାଦ କରାଯାଇଛି। ମତ୍ସ୍ୟ, ପଶୁପାଳନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଲକ୍ଷ୍ୟ ରଖାଯାଇଛି।
ସେହିପରି ଦୁଗ୍ଧ ଉତ୍ପାଦନ ବୃଦ୍ଧି ନିମନ୍ତେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଲାଗୁ କରାଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ୧୪୬ କୋଟି ଖର୍ଚ୍ଚ ହେବ। ଗୋମାତା ଯୋଜନା ପାଇଁ ୪୬ କୋଟି ରଖାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।