ଘର ନା ଅଳଙ୍କାର ଦୋକାନ !

ଚଢ଼ାଉ ବେଳେ ଭୁବନେଶ୍ୱର ଘରୁ ପୁଳାପୁଳା ସୁନା, ହୀରା ଗହଣା ଏବଂ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ।

ଘର ନା ଅଳଙ୍କାର ଦୋକାନ !

ଭିଜିଲାନ୍ସ ଜାଲରେ ଆଉ ଜଣେ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ R&B ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍। ତାରା ପ୍ରସାଦଙ୍କ ପୈତୃକ ଘର ସମେତ ଭୁବନେଶ୍ୱର, କଟକ, ଝାରସୁଗୁଡ଼ାର ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ଭୁବନେଶ୍ୱର ଘରୁ ପୁଳାପୁଳା ସୁନା, ହୀରା ଗହଣା ଏବଂ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ।