ଘର ଭାଙ୍ଗି ୫ କ୍ୱିଣ୍ଟାଲରୁ ଅଧିକ ଧାନ ଖାଇଗଲା ଗୋଠଛଡ଼ା ଦନ୍ତା
କେନ୍ଦୁଝର,୨୫ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ରେଞ୍ଜ ପଳାସପଙ୍ଗା ଫରେଷ୍ଟ ବିଟ୍ ଅଞ୍ଚଳରେ ଗୋଠଛଡ଼ା ଦନ୍ତା ଉତ୍ପାତ କରି ଚାଲିଛି। ଶୁକ୍ରବାର ରାତିରେ ଦନ୍ତାଣ୍ହାତୀ କଣ୍ଡରାପଶି ତେଲିବନ୍ଧ ସାହିରେ ପଶି ବାଣେଶ୍ୱର ନାୟକଙ୍କ ଘର ଭାଙ୍ଗିବା ସହ ୫ କ୍ୱିଣ୍ଟାଲରୁ ଊଦ୍ଧର୍ବ ସାଇତି ରଖିଥିବା ଧାନକୁ ଖାଇ ନଷ୍ଟ କରି ଦେଇଥିଲା। ଏହାସହ ପରିବାର ଲୋକେ ଶୋଇଥିବା ବେଳେ ଦନ୍ତାହାତୀଘର ଭାଙ୍ଗି ଦେଇଛି। ହାତୀ ଘର ଭାଙ୍ଗୁଥିବା ଜାଣି ପରିବାର ଲୋକେ ଭୟରେ ଘରୁ ବାହାରି ସାହି […] The post ଘର ଭାଙ୍ଗି ୫ କ୍ୱିଣ୍ଟାଲରୁ ଅଧିକ ଧାନ ଖାଇଗଲା ଗୋଠଛଡ଼ା ଦନ୍ତା appeared first on Dharitri Odia News.
କେନ୍ଦୁଝର,୨୫ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ରେଞ୍ଜ ପଳାସପଙ୍ଗା ଫରେଷ୍ଟ ବିଟ୍ ଅଞ୍ଚଳରେ ଗୋଠଛଡ଼ା ଦନ୍ତା ଉତ୍ପାତ କରି ଚାଲିଛି। ଶୁକ୍ରବାର ରାତିରେ ଦନ୍ତାଣ୍ହାତୀ କଣ୍ଡରାପଶି ତେଲିବନ୍ଧ ସାହିରେ ପଶି ବାଣେଶ୍ୱର ନାୟକଙ୍କ ଘର ଭାଙ୍ଗିବା ସହ ୫ କ୍ୱିଣ୍ଟାଲରୁ ଊଦ୍ଧର୍ବ ସାଇତି ରଖିଥିବା ଧାନକୁ ଖାଇ ନଷ୍ଟ କରି ଦେଇଥିଲା। ଏହାସହ ପରିବାର ଲୋକେ ଶୋଇଥିବା ବେଳେ ଦନ୍ତାହାତୀଘର ଭାଙ୍ଗି ଦେଇଛି। ହାତୀ ଘର ଭାଙ୍ଗୁଥିବା ଜାଣି ପରିବାର ଲୋକେ ଭୟରେ ଘରୁ ବାହାରି ସାହି ଲୋକଙ୍କୁ ଖବର ଦେଇଥିଲେ। ପରେ ସାହିଲୋକେ ମିଶି ହାତୀଟିକୁ ସେଠାରୁ ଘଉଡାଇ ଦେବାରୁ ହାତୀଟି ରେଙ୍ଗାଳବେଡ଼ା ନିକଟସ୍ଥ ଜଙ୍ଗଲ ଆଡକୁ ଚାଲିଯାଇଥିଲା।ତେବେ ବାଣେଶ୍ୱର ଜଣେ ଛୋଟ ଚାଷୀ। କ୍ଷୟକ୍ଷତି ଆକଳନ କରି ତାଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି।
The post ଘର ଭାଙ୍ଗି ୫ କ୍ୱିଣ୍ଟାଲରୁ ଅଧିକ ଧାନ ଖାଇଗଲା ଗୋଠଛଡ଼ା ଦନ୍ତା appeared first on Dharitri Odia News.