ଘର ଭାଙ୍ଗିବା ସହ ଫସଲ ନଷ୍ଟକଲା କୁଆପଥର ବର୍ଷା
ଆନନ୍ଦପୁର ୧।୪: କୁଆପଥର ବର୍ଷା ଯୋଗୁଁ ଭଙ୍ଗିଲା ଘର, ଉଜୁଡିଲା ଫସଲ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍ ମାର୍ଷାପାଳ ଗାଁରେ ଏଭଳି କ୍ଷୟକ୍ଷତି ଘଟାଇଛି ରବିବାର ସନ୍ଧ୍ଯାର କୁଆପଥର ବର୍ଷା । ରବିବାର ସନ୍ଧ୍ଯାରେ ହଠାତ ଜୋରରେ ପବନ ହେବା ପରେ ପରେ ବଡ ବଡ କୁଆପଥର ପଡିବା ସହ ପ୍ରାୟ ଏକ ଘଣ୍ଟା ଧରି ବର୍ଷା ହୋଇଥିଲା । ବିରାଟକାୟ କୁଆପଥର ପଡିବାରୁ ଗାଁର ଅନେକ ଆଜବେଷ୍ଟ ଘର ଛପର ଭାଙ୍ଗି ଯାଇଥିଲା । ଅନ୍ଯପଟେ ଗାଁର ଅନେକ ଚାଷୀ ନିଜ କ୍ଷେତରେ ଲଗାଇଥିବା ବାଇଗଣ, ବିଲାତି, ବୋଇତାଳୁ ଓ କଦଳୀ ଚାଷକୁ ବିଶେଷ କ୍ଷତି କରିଛି କୁଆ ପଥର ବର୍ଷା । ଫସଲ ସବୁ ନଷ୍ଟ ହୋଇଯାଇଥିବା ବେଳେ ଋଣ କରି ଚାଷ କରିଥିବା ଚାଷୀମାନେ ଏବେ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି ।You Can Read :ବିଜେପିରେ ମିଶିଲେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି, ଦୁଇ ଦିନ ତଳେ ବିଜେଡିରୁ ଦେଇଥିଲେ ଇସ୍ତଫା
ଆନନ୍ଦପୁର ୧।୪: କୁଆପଥର ବର୍ଷା ଯୋଗୁଁ ଭଙ୍ଗିଲା ଘର, ଉଜୁଡିଲା ଫସଲ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍ ମାର୍ଷାପାଳ ଗାଁରେ ଏଭଳି କ୍ଷୟକ୍ଷତି ଘଟାଇଛି ରବିବାର ସନ୍ଧ୍ଯାର କୁଆପଥର ବର୍ଷା ।
ରବିବାର ସନ୍ଧ୍ଯାରେ ହଠାତ ଜୋରରେ ପବନ ହେବା ପରେ ପରେ ବଡ ବଡ କୁଆପଥର ପଡିବା ସହ ପ୍ରାୟ ଏକ ଘଣ୍ଟା ଧରି ବର୍ଷା ହୋଇଥିଲା । ବିରାଟକାୟ କୁଆପଥର ପଡିବାରୁ ଗାଁର ଅନେକ ଆଜବେଷ୍ଟ ଘର ଛପର ଭାଙ୍ଗି ଯାଇଥିଲା । ଅନ୍ଯପଟେ ଗାଁର ଅନେକ ଚାଷୀ ନିଜ କ୍ଷେତରେ ଲଗାଇଥିବା ବାଇଗଣ, ବିଲାତି, ବୋଇତାଳୁ ଓ କଦଳୀ ଚାଷକୁ ବିଶେଷ କ୍ଷତି କରିଛି କୁଆ ପଥର ବର୍ଷା । ଫସଲ ସବୁ ନଷ୍ଟ ହୋଇଯାଇଥିବା ବେଳେ ଋଣ କରି ଚାଷ କରିଥିବା ଚାଷୀମାନେ ଏବେ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି ।
You Can Read :
ବିଜେପିରେ ମିଶିଲେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି, ଦୁଇ ଦିନ ତଳେ ବିଜେଡିରୁ ଦେଇଥିଲେ ଇସ୍ତଫା