ପିଜିଆଇର ଏମ୍‌ଏସ୍‌ ଧୋନି ସିଗ୍‌ନେଚର କଲେକ୍ସନ

ଭୁବନେଶ୍ୱର,୩୦।୯: ପ୍ଲାଟିନମ ଗିଲ୍‌ଡ ଇଣ୍ଟରନ୍ୟାଶନାଲ ବା ପିଜିଆଇ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ସୁକ୍ଷ୍ମ କାରିଗରିରେ ନିର୍ମିତ ମେନ୍‌ ଅଫ ପ୍ଲାଟିନମ୍‌ ଏମ୍‌ଏସ୍‌ ଧୋନି ସିଗ୍‌ନେଚର କଲେକ୍ସନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଭାରତୀୟ କ୍ରିକେଟ ଜଗତର କିମ୍ବଦନ୍ତୀ ଏମ୍‌ଏସ୍‌ ଧୋନିଙ୍କ ପ୍ରେରଣାଦାୟୀ ମୂଲ୍ୟବୋଧକୁ ଏହା ଶାଶ୍ୱତ କରୁଛି। ଏହି ସ୍ବତନ୍ତ୍ର କଲେକ୍ସନରେ ଭରପୂର ଡିଜାଇନ ରହିଛି, ଯାହା ଧୋନିଙ୍କର ଅନନ୍ୟ ଷ୍ଟାଇଲ ଏବଂ ଚମତ୍କାର ଯାତ୍ରାକୁ ପ୍ରତିଫଳିତ କରିବା ସହିତ ତାଙ୍କର ଅତୁଳନୀୟ ବ୍ୟକ୍ତିତ୍ୱ […] The post ପିଜିଆଇର ଏମ୍‌ଏସ୍‌ ଧୋନି ସିଗ୍‌ନେଚର କଲେକ୍ସନ appeared first on Dharitri Odia News.

ପିଜିଆଇର ଏମ୍‌ଏସ୍‌ ଧୋନି ସିଗ୍‌ନେଚର କଲେକ୍ସନ

ଭୁବନେଶ୍ୱର,୩୦।୯: ପ୍ଲାଟିନମ ଗିଲ୍‌ଡ ଇଣ୍ଟରନ୍ୟାଶନାଲ ବା ପିଜିଆଇ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ସୁକ୍ଷ୍ମ କାରିଗରିରେ ନିର୍ମିତ ମେନ୍‌ ଅଫ ପ୍ଲାଟିନମ୍‌ ଏମ୍‌ଏସ୍‌ ଧୋନି ସିଗ୍‌ନେଚର କଲେକ୍ସନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଭାରତୀୟ କ୍ରିକେଟ ଜଗତର କିମ୍ବଦନ୍ତୀ ଏମ୍‌ଏସ୍‌ ଧୋନିଙ୍କ ପ୍ରେରଣାଦାୟୀ ମୂଲ୍ୟବୋଧକୁ ଏହା ଶାଶ୍ୱତ କରୁଛି। ଏହି ସ୍ବତନ୍ତ୍ର କଲେକ୍ସନରେ ଭରପୂର ଡିଜାଇନ ରହିଛି, ଯାହା ଧୋନିଙ୍କର ଅନନ୍ୟ ଷ୍ଟାଇଲ ଏବଂ ଚମତ୍କାର ଯାତ୍ରାକୁ ପ୍ରତିଫଳିତ କରିବା ସହିତ ତାଙ୍କର ଅତୁଳନୀୟ ବ୍ୟକ୍ତିତ୍ୱ ଓ ମହାନତାକୁ ପ୍ରତିପାଦିତ କରୁଛି।
୯୫% ଶୁଦ୍ଧ ପ୍ଲାଟିନମ୍‌ରେ ପ୍ରସ୍ତୁତ ମେନ୍‌ ଅଫ ପ୍ଲାଟିନମ୍‌ର ଏହି କଲେକ୍ସନ ସ୍ବଚ୍ଛ, ଦମଦାର ଲାଇନ ଏବଂ ଏହାର ମୂଳରେ ଅତି ସୂକ୍ଷ୍ମ ଭାବରେ ପ୍ରସ୍ତୁତ କରାଯାଇଛି।
ଏ ସମ୍ପର୍କରେ ପିଜିଆଇ ଇଣ୍ଡିଆର ଏମଡି ବୈଶାଳୀ ବାନାର୍ଜୀ କହିଛନ୍ତି, ଏହି ଅନନ୍ୟ କଲେକ୍ସନରେ ଏମ୍‌ଏସ୍‌ ଧୋନିଙ୍କ ସହିତ ସହଭାଗିତା କରିବା ଏକ ସୌଭାଗ୍ୟ ଓ ଗୌରବର ବିଷୟ ହୋଇଛି। ଏହି କଲେକ୍ସନରେ ପ୍ରତ୍ୟେକଟି ପିସ୍‌ ତାଙ୍କର ସିଗ୍‌ନେଚର ବହନ କରୁଛି, ଏହାକୁ ବାସ୍ତବିକ ସ୍ବତନ୍ତ୍ର କରି ଗଢି ତୋଳୁଛି। ଏହା ଏଭଳି ଏକ ଭାଗୀଦାରି ଯାହା ଅତି ସୁନ୍ଦର ଜୁଏଲେରି ସୃଷ୍ଟି କରିବାର ଊର୍ଦ୍ଧ୍ୱରେ-ଏହା ଆମର ବ୍ରାଣ୍ଡ୍‌କୁ ଗୁଣବତ୍ତା ସହିତ ସମ୍ମିଶ୍ରିତ କରିବା ହୋଇଛି, ଯାହା ବାସ୍ତବରେ ଧୈର୍ଯ୍ୟ, ମଜଭୁତପଣ ଏବଂ ନେତୃତ୍ୱ ଭଳି ଆମ ଗ୍ରାହକମାନଙ୍କ ସହିତ ବାସ୍ତବରେ ମେଳ ଖାଉଛି। ଏମଏସ୍‌ ଧୋନିଙ୍କ ସହିତ ଏହି ସହଯୋଗିତା ଜରିଆରେ ଆମର ଦୃଢ ବିଶ୍ୱାସ ଯେ ଆମେ ପ୍ଲାଟିନମ୍‌ ପ୍ରତିନିଧିତ୍ୱ କରୁଥିବା ମୂଲ୍ୟବୋଧକୁ ଅଧିକ ସୁଦୃଢ କରିପାରିବୁ ଏବଂ ଦୀର୍ଘସ୍ଥାୟୀ ସଫଳତାର ପ୍ରତୀକ ଭାବରେ ଏହାର ଗରିମାକୁ ପୁନଃ ଉପରକୁ ଉଠାଇପାରିବୁ।

The post ପିଜିଆଇର ଏମ୍‌ଏସ୍‌ ଧୋନି ସିଗ୍‌ନେଚର କଲେକ୍ସନ appeared first on Dharitri Odia News.