ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ କଡ଼ା ନିର୍ଦ୍ଦେଶ, ମହିଳାଙ୍କୁ ଅସଦାଚରଣ କଲେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୧।୮: ମହିଳାଙ୍କ ପ୍ରତି ଅସଦାଚରଣ କି ର୍ଦୁବ୍ୟବହାର କଲେ ହେବ କଡ଼ କାର୍ଯ୍ୟାନୁଷ୍ଠାନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମହିଳା ଉତ୍ପୀଡନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଆରକ୍ଷୀ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ତଥା ଭାରତୀୟ ସାକ୍ଷ୍ୟ ଅଧିନିୟମ ଅନୁଯାୟୀ ମହିଳାମାନଙ୍କ ସୁରକ୍ଷା ସହିତ ଲିଙ୍ଗଗତ ହିଂସାର ଶିକାର ହେଉଥିବା ମହିଳା ମାନଙ୍କୁ ତୁତନ୍ତ […] The post ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ କଡ଼ା ନିର୍ଦ୍ଦେଶ, ମହିଳାଙ୍କୁ ଅସଦାଚରଣ କଲେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ appeared first on Dharitri Odia News.

ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ କଡ଼ା ନିର୍ଦ୍ଦେଶ, ମହିଳାଙ୍କୁ ଅସଦାଚରଣ କଲେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୧।୮: ମହିଳାଙ୍କ ପ୍ରତି ଅସଦାଚରଣ କି ର୍ଦୁବ୍ୟବହାର କଲେ ହେବ କଡ଼ କାର୍ଯ୍ୟାନୁଷ୍ଠାନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମହିଳା ଉତ୍ପୀଡନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଆରକ୍ଷୀ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ତଥା ଭାରତୀୟ ସାକ୍ଷ୍ୟ ଅଧିନିୟମ ଅନୁଯାୟୀ ମହିଳାମାନଙ୍କ ସୁରକ୍ଷା ସହିତ ଲିଙ୍ଗଗତ ହିଂସାର ଶିକାର ହେଉଥିବା ମହିଳା ମାନଙ୍କୁ ତୁତନ୍ତ ନ୍ୟାୟ ପ୍ରଦାନ କରିବା ହେଉଛି ରାଜ୍ୟ ସରକାରଙ୍କ ପ୍ରାଥମିକତା। ଏହି କ୍ରମରେ ଏଫ.ଆଇ.ଆର ପଞ୍ଜୀକରଣଠୁ ଆରମ୍ଭ କରି ତଦନ୍ତ ପ୍ରକ୍ରିୟା ଏବଂ ଦୋଷୀଙ୍କ ବିରୁଦ୍ଧରେ ମକଦ୍ଦମା ପରିଚାଳନା ପର୍ଯ୍ୟନ୍ତ ସମସ୍ତ ନ୍ୟାୟିକ ପ୍ରକ୍ରିୟା ଆଇନ ମୁତାବକ ସମ୍ପୂର୍ଣ୍ଣ କରିବା ଏବଂ ଦୋଷୀଙ୍କ ଦଣ୍ଡ ବିଧାନକୁ ସୁନିଶ୍ଚିତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକସ୍ଥଳେ ପୋଲିସ ଅଧିକାରୀଙ୍କ ପାଇଁ ପ୍ରଶିକ୍ଷଣ ବ୍ୟବସ୍ଥା କରିବା ପାଇଁ ମଧ୍ୟ ସେ କହିଛନ୍ତି।

The post ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ କଡ଼ା ନିର୍ଦ୍ଦେଶ, ମହିଳାଙ୍କୁ ଅସଦାଚରଣ କଲେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ appeared first on Dharitri Odia News.