ଜଣଙ୍କୁ ପ୍ରେମ ବିବାହ କଲେ ଦୁଇ ଭଉଣୀ, ଖୁସିର ଏମିତି ରାଜ୍ କହିଲେ…
ସେମାନେ ଦୁଇ ଭଉଣୀ ତଥାପି ଅଲଗା ନୁହନ୍ତି। ଦୁହେଁ ଜଣେ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। ତିନିଜଣ ଏବେ ବହୁତ ଖୁସି ଥିବା କହିଛନ୍ତି। କାରଣ ସେମାନେ ନିଜ ପସନ୍ଦର ବ୍ୟକ୍ତିଙ୍କୁ ହିଁ ବିବାହ କରିଛନ୍ତି। ଦୁଇ ଭଉଣୀ ଜୋଶ ବଲିଙ୍ଗ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। ଯାହା ନିକଟରେ ପ୍ରକାଶ ପାଇଛି। ବିବାହର ତିନି ବର୍ଷ ପରେ ମଧ୍ୟ ସେ ସୁଖମୟ ଜୀବନ ବିତାଉଛନ୍ତି। ଏହି ତିନିଜଣଙ୍କ ପାଇଁ ଏହା ସ୍ବାଭାବିକ ନୁହେଁ, କିନ୍ତୁ ଏହା […] The post ଜଣଙ୍କୁ ପ୍ରେମ ବିବାହ କଲେ ଦୁଇ ଭଉଣୀ, ଖୁସିର ଏମିତି ରାଜ୍ କହିଲେ… appeared first on Dharitri Odia News.
ସେମାନେ ଦୁଇ ଭଉଣୀ ତଥାପି ଅଲଗା ନୁହନ୍ତି। ଦୁହେଁ ଜଣେ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। ତିନିଜଣ ଏବେ ବହୁତ ଖୁସି ଥିବା କହିଛନ୍ତି। କାରଣ ସେମାନେ ନିଜ ପସନ୍ଦର ବ୍ୟକ୍ତିଙ୍କୁ ହିଁ ବିବାହ କରିଛନ୍ତି। ଦୁଇ ଭଉଣୀ ଜୋଶ ବଲିଙ୍ଗ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। ଯାହା ନିକଟରେ ପ୍ରକାଶ ପାଇଛି। ବିବାହର ତିନି ବର୍ଷ ପରେ ମଧ୍ୟ ସେ ସୁଖମୟ ଜୀବନ ବିତାଉଛନ୍ତି। ଏହି ତିନିଜଣଙ୍କ ପାଇଁ ଏହା ସ୍ବାଭାବିକ ନୁହେଁ, କିନ୍ତୁ ଏହା ବିଶ୍ୱ ପାଇଁ ଏକ ଉଦାହରଣଠାରୁ କମ୍ ନୁହେଁ।
ଯାଆଁଳା ଭଉଣୀ ଆବି ଏବଂ ବ୍ରିଟାନି। ସେମାନେ ତଳଠାରୁ ଭିନ୍ନ ଏବଂ ଦୁଇଟି ମୁଣ୍ଡ ଅଛି। ୧୯୯୬ରେ ଓପ୍ରା ଓ୍ବିନ୍ଫ୍ରେଙ୍କ ଶୋ’ରେ ଉଭୟ ଭଉଣୀ ଦୁନିଆରେ ପ୍ରସିଦ୍ଧ ହୋଇଥିଲେ। ସେମାନଙ୍କର ନିଜସ୍ବ ଟିଭି ଶୋ’ ମଧ୍ୟ ପ୍ରସିଦ୍ଧ ହେଲା। ଯେଉଁଥିରେ ଲୋକମାନେ ଜାଣିବାର ସୁଯୋଗ ପାଇଲେ ଯେ, ଦୁହେଁ କିପରି ସାଧାରଣ ଜୀବନଯାପନ କରୁଛନ୍ତି ଏବଂ ଖୁସି ଅଛନ୍ତି।
ଆଜି ଉଭୟ ଭଉଣୀଙ୍କୁ ୩୪ ବର୍ଷ ବୟସ ହୋଇଛି ଏବଂ ନିକଟରେ ସେମାନଙ୍କର ବିବାହ ଫଟୋ ଶେୟାର କରିଛନ୍ତି। ସେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଦୁନିଆକୁ କହିବାକୁ ପସନ୍ଦ କରନ୍ତି ନାହିଁ। ତଥାପି ସେମାନେ କହିଛନ୍ତି , ଜଣେ ମା ହେବାକୁ ଚାହୁଁଛନ୍ତି କିନ୍ତୁ ଏହା କିପରି ହେବ ସେ ବିଷୟରେ ଆଲୋଚନା କରିବାକୁ ଚାହୁଁନାହାନ୍ତି।
ଆବି ଏବଂ ବ୍ରିଟାନୀଙ୍କ ସ୍ବାମୀ ଜୋଶ ବଲିଙ୍ଗ ପୂର୍ବରୁ ସେନାବାହିନୀରେ କାର୍ଯ୍ୟ କରିଥିଲେ। ଆଜି ସମସ୍ତ ତିନିଜଣ ମିନେସୋଟାଠାରେ ରୁହନ୍ତି। ଯେଉଁଠାରେ ଯାଆଁଳା ଭଉଣୀ ବଢ଼ିଥିଲେ। ଜୋଶ କହିଛନ୍ତି, ତିନିଜଣ ବୁଲିବାକୁ ଯାଇ ଆଇସକ୍ରିମ ଖାଇବାକୁ ପସନ୍ଦ କରନ୍ତି। ତାଙ୍କ ବିବାହ ପୂର୍ବରୁ ତାଙ୍କର ଏକ ୮ ବର୍ଷର ଝିଅ ମଧ୍ୟ ଅଛି, ଯିଏ ତାଙ୍କ ପରିବାରର ଏକ ଅଂଶ।
ଆବି ଏବଂ ବ୍ରିଟାନି ଜନ୍ମ ହେବା ପରେ, ସେମାନଙ୍କ ମା’ଏବଂ ବାପା ସେମାନଙ୍କୁ ପୃଥକ୍ କରିବେ କି ନାହିଁ ତାହା ସ୍ଥିର କରିଥିଲେ। କିନ୍ତୁ ସମ୍ଭାବ୍ୟ ଜଟିଳ ଅସ୍ତ୍ରୋପଚାର ହେତୁ ସେମାନେ ତାହା ନ କରିବାକୁ ସ୍ଥିର କଲେ। ଦୁହେଁ କୁହନ୍ତି, ସେମାନେ କେବେ ବି ଅଲଗା ହେବା ବିଷୟରେ ଚିନ୍ତା କରିନାହାନ୍ତି ଏବଂ ସେମାନେ ଖୁସି ଯେ, ସେମାନଙ୍କର ମାତାପିତା ସେମାନଙ୍କୁ ଅଲଗା କରିନାହାନ୍ତି।
The post ଜଣଙ୍କୁ ପ୍ରେମ ବିବାହ କଲେ ଦୁଇ ଭଉଣୀ, ଖୁସିର ଏମିତି ରାଜ୍ କହିଲେ… appeared first on Dharitri Odia News.