ହଷ୍ଟେଲରେ ଖାଦ୍ୟ ଖାଇ ୨୨ ଛାତ୍ରୀ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

କେନ୍ଦୁଝର : ହଷ୍ଟେଲରେ ପଖାଳ ଖାଇ ୨୨ ଛାତ୍ରୀ ଅସୁସ୍ଥ l କେନ୍ଦୁଝର ତେଲକୋଇ ବ୍ଲକ ପିଟାନାଳୀ ଆଦର୍ଶ ବିଦ୍ୟାଳୟରେ ଥିବା ହଷ୍ଟେଲ ଛାତ୍ରୀ ଅସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ହଷ୍ଟେଲ ୱାର୍ଡେନଙ୍କ କହିବା ଅନୁଯାୟୀ, ପ୍ରତିଦିନ ସକାଳେ ପିଲାମାନେ ସୁଜି ଖାଇଥାନ୍ତି । ହେଲେ ଆଜି ସୁଜି ନଥିବାରୁ ପଖାଳ ଖାଇଥିଲେ । ପରେ ସମସ୍ତେ ଅସୁସ୍ଥ ହୋଇପଡିଥିଲେ । ପେଟ କାଟିବା ସହ ବାନ୍ତି ହୋଇଥିଲା । […]

ହଷ୍ଟେଲରେ ଖାଦ୍ୟ ଖାଇ ୨୨ ଛାତ୍ରୀ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

କେନ୍ଦୁଝର : ହଷ୍ଟେଲରେ ପଖାଳ ଖାଇ ୨୨ ଛାତ୍ରୀ ଅସୁସ୍ଥ l କେନ୍ଦୁଝର ତେଲକୋଇ ବ୍ଲକ ପିଟାନାଳୀ ଆଦର୍ଶ ବିଦ୍ୟାଳୟରେ ଥିବା ହଷ୍ଟେଲ ଛାତ୍ରୀ ଅସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ହଷ୍ଟେଲ ୱାର୍ଡେନଙ୍କ କହିବା ଅନୁଯାୟୀ, ପ୍ରତିଦିନ ସକାଳେ ପିଲାମାନେ ସୁଜି ଖାଇଥାନ୍ତି ।

ହେଲେ ଆଜି ସୁଜି ନଥିବାରୁ ପଖାଳ ଖାଇଥିଲେ । ପରେ ସମସ୍ତେ ଅସୁସ୍ଥ ହୋଇପଡିଥିଲେ । ପେଟ କାଟିବା ସହ ବାନ୍ତି ହୋଇଥିଲା । ତୁରନ୍ତ ସେମାନଙ୍କୁ ହସ୍ପିଟାଲ ନିଆଯାଇଥିଲା । ତେବେ କଣ ପାଇଁ ଛାତ୍ରୀ ଅସୁସ୍ଥ ହେଲେ ସେନେଇ ତଦନ୍ତ କରିବାକୁ ଦାବି କରିଛନ୍ତି ଅଭିଭାବକ ।