ଘର ଭାଙ୍ଗୁଥିବାବେଳେ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ, ଚାପି ହୋଇଗଲେ

ବାଲିଗୁଡ଼ା,୨ା୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ତୁମୁଡ଼ିବନ୍ଧର ରାମପୁର ଛକରେ ଘର କାନ୍ଥ ପଡ଼ି କିରିକୁଟି ଗ୍ରାମର ଶ୍ରମିକ ମାନେଶ୍ୱର ପ୍ରଧାନଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ରାମପୁର ଛକରେ ରହୁଥିବା ଅଖିଳ ଦାସଙ୍କ ପୁରୁଣା ଘର ଭାଙ୍ଗୁଥିବା ବେଳେ ଶ୍ରମିକ ମାନେଶ୍ୱରଙ୍କ ଉପରେ କାନ୍ଥ ପଡ଼ିଯିବାରୁ ସେ କାନ୍ଥ ତଳେ ଚାପି ହୋଇ ରହିଥିଲେ। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି […] The post ଘର ଭାଙ୍ଗୁଥିବାବେଳେ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ, ଚାପି ହୋଇଗଲେ appeared first on Dharitri Odia News.

ଘର ଭାଙ୍ଗୁଥିବାବେଳେ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ, ଚାପି ହୋଇଗଲେ

ବାଲିଗୁଡ଼ା,୨ା୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ତୁମୁଡ଼ିବନ୍ଧର ରାମପୁର ଛକରେ ଘର କାନ୍ଥ ପଡ଼ି କିରିକୁଟି ଗ୍ରାମର ଶ୍ରମିକ ମାନେଶ୍ୱର ପ୍ରଧାନଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାମପୁର ଛକରେ ରହୁଥିବା ଅଖିଳ ଦାସଙ୍କ ପୁରୁଣା ଘର ଭାଙ୍ଗୁଥିବା ବେଳେ ଶ୍ରମିକ ମାନେଶ୍ୱରଙ୍କ ଉପରେ କାନ୍ଥ ପଡ଼ିଯିବାରୁ ସେ କାନ୍ଥ ତଳେ ଚାପି ହୋଇ ରହିଥିଲେ। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମାନେଶ୍ୱରଙ୍କୁ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ସେଠାରେ ଡାକ୍ତର ମାନେଶ୍ୱରଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି । ସେପଟେ ଘଟଣାସ୍ଥଳରେ ତୁମୁଡ଼ିବନ୍ଧ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

The post ଘର ଭାଙ୍ଗୁଥିବାବେଳେ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ, ଚାପି ହୋଇଗଲେ appeared first on Dharitri Odia News.