ଘର ଭିତରୁ ସ୍ତ୍ରୀର ରକ୍ତାକ୍ତ ମୃତଦେହ ଉଦ୍ଧାର, ସ୍ବାମୀ ଗୁରୁତର
କଟକ: କଟକ ଜିଲ୍ଲା ଲାଲବାଗ୍ ଥାନା ଅଧିନ ସିଦ୍ଧେଶ୍ବରସାହିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଜଣେ ମହିଳାଙ୍କର ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କର ସ୍ବାମୀଙ୍କୁ ପୁଲିସ ଗୁରୁତର ଭାବେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ମୃତହତଙ୍କର ପରିଚୟ ମିଳିପାରି ନାହିଁ। ସ୍ଥାନୀୟ ଲୋକଙ୍କର ସୂଚନା ଅନୁସାରେ, ସିଦ୍ଧେଶ୍ବରସାହିରେ ଜଣେ ବ୍ୟକ୍ତି କ୍ଷତାକ୍ତ ଅବସ୍ଥାରେ ଥିବା ଜାଣି ଘଟଣାସ୍ଥଳରେ ପୁଲିସ ପହଞ୍ଚି ଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚିଲା ବେଳକୁ ପୁରୁଷ ବ୍ୟକ୍ତି ଜଣକଙ୍କର ବେକରୁ […]

କଟକ: କଟକ ଜିଲ୍ଲା ଲାଲବାଗ୍ ଥାନା ଅଧିନ ସିଦ୍ଧେଶ୍ବରସାହିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଜଣେ ମହିଳାଙ୍କର ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କର ସ୍ବାମୀଙ୍କୁ ପୁଲିସ ଗୁରୁତର ଭାବେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ମୃତହତଙ୍କର ପରିଚୟ ମିଳିପାରି ନାହିଁ।
ସ୍ଥାନୀୟ ଲୋକଙ୍କର ସୂଚନା ଅନୁସାରେ, ସିଦ୍ଧେଶ୍ବରସାହିରେ ଜଣେ ବ୍ୟକ୍ତି କ୍ଷତାକ୍ତ ଅବସ୍ଥାରେ ଥିବା ଜାଣି ଘଟଣାସ୍ଥଳରେ ପୁଲିସ ପହଞ୍ଚି ଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚିଲା ବେଳକୁ ପୁରୁଷ ବ୍ୟକ୍ତି ଜଣକଙ୍କର ବେକରୁ ରକ୍ତସ୍ରାବ ହେଉଥିଲା। ତାଙ୍କର ସ୍ତ୍ରୀଙ୍କ ମୃତଦେହ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଘର ଭିତରେ ପଡ଼ିଥିଲା। ଗୁରୁତର ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପୁଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ ହୋଇଥାଇପାରେ। ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ପୁରୁଷ ବ୍ୟକ୍ତି ଜଣକ ତାଙ୍କର ସ୍ତ୍ରୀଙ୍କୁ ହତ୍ୟା କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ତେବେ ପୁରୁଷ ବ୍ୟକ୍ତିଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ବାଭାବିକ ହେଲା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି। ପୁଲିସ ପାରିପାର୍ଶ୍ବିକ ଅବସ୍ଥାକୁ ଦୃଷ୍ଟିରେ ରଖି ଘଟଣାର ଅଧିକ ତଦନ୍ତ କରୁଛି। ମହିଳାଙ୍କର ମୃତଦହେ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି।