ଘର ସାମ୍ନାରେ ଖେଳୁଥିଲା ନାବାଳିକା, ଜଙ୍ଗଲକୁ ନେଇ ମାରିଦେଲା ବାଘ

ଉମରକୋଟ୍‌ ୩୧/୮:  ନବରଙ୍ଗପୁର ସୀମା ଛତିଶଗଡ ଧମତେରୀ ଜିଲ୍ଲାରେ ବାଘ ଆତଙ୍କ । ୩ ବର୍ଷର କୁନି ଝିଅକୁ ଟାଣିନେଲା ବାଘ ।ଶୁକ୍ରବାର ସଂଧ୍ୟା ସମୟ । ନଗରୀ ବ୍ଲକ ଭିନସାମୁଡା ପଞ୍ଚାୟତ ଧରାବତାର ଗାଁର ସନ୍ତୋଷ କୁମାରଙ୍କ ଝିଅ ନେହା ଘର ସାମ୍ନାରେ ଖେଳୁଥିଲା । ଏହି ସମୟରେ ବାଘ ନେହାକୁ ଆକ୍ରମଣ କରି ଜଙ୍ଗଲ ଆଡକୁ ଟେକି ନେଇଥିଲା ।  ଗାଁ ଲୋକ ଦେଖି ଜୋରରେ ପାଟିତୁଣ୍ଡ ସହ ଚିତ୍କାର କରିଥିଲେ । ଲୋକଙ୍କ ପାଟି ଶୁଣି ବାଘ ଝିଅକୁ ଛାଡିଦେଇ ଗାଁ ପାଖ ଜଙ୍ଗଲକୁ ପଳାଇଥିଲା ।ଝିଅର ବେକରେ ବାଘ ଆକ୍ରମଣ କରିଥିବାରୁ ଝିଅର ମୃତ୍ୟୁ ହୋଇଯାଇଥିଲା । ଘଟଣାସ୍ଥଳରେ ବନବିଭାଗ ଓ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଛି ଦିନ ପୂର୍ବରୁ ମଧ୍ୟ ସହରୀ ଜଙ୍ଗଲ ଅଞ୍ଚଳର ସିହାୱା ଅନ୍ତର୍ଗତ କରମୁଦ ଗାଁର ୩ ବର୍ଷର ଝିଅକୁ ଟାଣି ନେଇଥିଲା ବାଘ । ପରେ ଜଙ୍ଗଲରୁ ଝିଅର ଅବଶେଷ ମିଳିଥିଲା । ବାରମ୍ବାର ସେହି ଅଞ୍ଚଳରେ ବାଘ ବୁଲୁଥିବାରୁ ଆତଙ୍କିତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକେ ।  

ଘର ସାମ୍ନାରେ ଖେଳୁଥିଲା ନାବାଳିକା, ଜଙ୍ଗଲକୁ ନେଇ ମାରିଦେଲା ବାଘ

ଉମରକୋଟ୍‌ ୩୧/୮:  ନବରଙ୍ଗପୁର ସୀମା ଛତିଶଗଡ ଧମତେରୀ ଜିଲ୍ଲାରେ ବାଘ ଆତଙ୍କ । ୩ ବର୍ଷର କୁନି ଝିଅକୁ ଟାଣିନେଲା ବାଘ ।ଶୁକ୍ରବାର ସଂଧ୍ୟା ସମୟ । ନଗରୀ ବ୍ଲକ ଭିନସାମୁଡା ପଞ୍ଚାୟତ ଧରାବତାର ଗାଁର ସନ୍ତୋଷ କୁମାରଙ୍କ ଝିଅ ନେହା ଘର ସାମ୍ନାରେ ଖେଳୁଥିଲା । ଏହି ସମୟରେ ବାଘ ନେହାକୁ ଆକ୍ରମଣ କରି ଜଙ୍ଗଲ ଆଡକୁ ଟେକି ନେଇଥିଲା ।  ଗାଁ ଲୋକ ଦେଖି ଜୋରରେ ପାଟିତୁଣ୍ଡ ସହ ଚିତ୍କାର କରିଥିଲେ । ଲୋକଙ୍କ ପାଟି ଶୁଣି ବାଘ ଝିଅକୁ ଛାଡିଦେଇ ଗାଁ ପାଖ ଜଙ୍ଗଲକୁ ପଳାଇଥିଲା ।

ଝିଅର ବେକରେ ବାଘ ଆକ୍ରମଣ କରିଥିବାରୁ ଝିଅର ମୃତ୍ୟୁ ହୋଇଯାଇଥିଲା । ଘଟଣାସ୍ଥଳରେ ବନବିଭାଗ ଓ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଛି ଦିନ ପୂର୍ବରୁ ମଧ୍ୟ ସହରୀ ଜଙ୍ଗଲ ଅଞ୍ଚଳର ସିହାୱା ଅନ୍ତର୍ଗତ କରମୁଦ ଗାଁର ୩ ବର୍ଷର ଝିଅକୁ ଟାଣି ନେଇଥିଲା ବାଘ । ପରେ ଜଙ୍ଗଲରୁ ଝିଅର ଅବଶେଷ ମିଳିଥିଲା । ବାରମ୍ବାର ସେହି ଅଞ୍ଚଳରେ ବାଘ ବୁଲୁଥିବାରୁ ଆତଙ୍କିତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକେ ।