ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ଅଭିମନ୍ୟୁ
ହାଟଡିହୀ,୨୩l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀ ବ୍ଲକ ଅଧୀନ କଳିଙ୍ଗା ଏବଂ ପନ୍ଦାଡୋ ପଞ୍ଚାୟତରେ ଗୁରୁବାର ନିର୍ବାଚନୀ ପ୍ରଚାର ହୋଇଛି। ଯୁବ ନେତା ଅମରେନ୍ଦ୍ର ଧଳ ଏବଂ ଅନିଲ ବେହେରାଙ୍କ ନେତୃତ୍ୱରେ କର୍ମୀ ଏବଂ ସମର୍ଥକ ମାନେ କଳିଙ୍ଗା ନିକଟସ୍ଥ ପେଟ୍ରୋଲ ପମ୍ପଠାରେ ଏକଜୁଟ ହୋଇଥିଲେ। ବିଜେଡି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ସମର୍ଥକଙ୍କ ସହ ପ୍ରଚାର ଆରମ୍ଭ କରିଥିଲେ। କଳିଙ୍ଗା, ଇଛାପୁର, ତାମ୍ପଳା, ରଘୁନାଥପୁର, ଭାକୀଡୀ, ଶାଳକଣିଆ, ପନ୍ଦାଡୋ, ତେନ୍ତୁଳିପଦୀ, ପୋଡାସିଙ୍ଗିଡ଼ି, […] The post ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ଅଭିମନ୍ୟୁ appeared first on Dharitri Odia News.
ହାଟଡିହୀ,୨୩l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀ ବ୍ଲକ ଅଧୀନ କଳିଙ୍ଗା ଏବଂ ପନ୍ଦାଡୋ ପଞ୍ଚାୟତରେ ଗୁରୁବାର ନିର୍ବାଚନୀ ପ୍ରଚାର ହୋଇଛି। ଯୁବ ନେତା ଅମରେନ୍ଦ୍ର ଧଳ ଏବଂ ଅନିଲ ବେହେରାଙ୍କ ନେତୃତ୍ୱରେ କର୍ମୀ ଏବଂ ସମର୍ଥକ ମାନେ କଳିଙ୍ଗା ନିକଟସ୍ଥ ପେଟ୍ରୋଲ ପମ୍ପଠାରେ ଏକଜୁଟ ହୋଇଥିଲେ। ବିଜେଡି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ସମର୍ଥକଙ୍କ ସହ ପ୍ରଚାର ଆରମ୍ଭ କରିଥିଲେ। କଳିଙ୍ଗା, ଇଛାପୁର, ତାମ୍ପଳା, ରଘୁନାଥପୁର, ଭାକୀଡୀ, ଶାଳକଣିଆ, ପନ୍ଦାଡୋ, ତେନ୍ତୁଳିପଦୀ, ପୋଡାସିଙ୍ଗିଡ଼ି, କରଞ୍ଜବାଟି, ବୈଦାଖିଆ, ଠୂଣିଗାଁ ପ୍ରଭୃତି ଅଞ୍ଚଳରେ ଏକ ବାଇକ ରାଲି କରି ପ୍ରଚାର କରିଥିଲେ। ସମର୍ଥକ ମାନେ ନବୀନ ପଟ୍ଟନାୟକ ଜିନ୍ଦାବାଦ, ଶଙ୍ଖ ଚିହ୍ନ ଜିନ୍ଦାବାଦ ସ୍ଲୋଗାନ ଦେଇଥିବାବେଳେ ଭୋଟରଙ୍କୁ ଡବଲ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅଭିମନ୍ୟୁ ଭୋଟରଙ୍କଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ। ବିଭିନ୍ନ ସ୍ଥାନରେ ମହିଳାମାନେ ଅଭିମନ୍ୟୁଙ୍କୁ ବନ୍ଦାପନା କରି ଶୁଭ ମନାସି ଥିଲେ। ଦୁଇ ଥର ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଧାୟକ ଏବଂ ଲୋକ ସଭା ପ୍ରାର୍ଥୀଙ୍କୁ ବିଜୟୀ କରାଇବା ପାଇଁ ଅଭିମନ୍ୟୁ ଏବଂ ସମର୍ଥକମାନେ ପ୍ରଚାର ଜରିଆରେ ନିବେଦନ କରିଥିଲେ। ଜିଲା ପରିଷଦ ସଭ୍ୟ ବିମ୍ବାଧର ବିଶ୍ୱାଳ ଏବଂ ସୁକାନ୍ତି ଯେନା, ବାବୁ ଘଡେଇ, ବିଶ୍ୱନାଥ ଜେନା, କୁଳମଣି ରାଉତ ସମେତ ବହୁ ସଂଖ୍ୟାରେ ଯୁବ ଗୋଷ୍ଠୀ ଏବଂ ବରିଷ୍ଠ କର୍ମୀ ଉପସ୍ଥିତ ଥିଲେ।
The post ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ଅଭିମନ୍ୟୁ appeared first on Dharitri Odia News.