ମୋଦିଙ୍କ ଉପରେ ରାଗିଛନ୍ତି ଅଜିତ ପାଓ୍ବର

ନୂଆଦିଲ୍ଲୀ,୯।୬: ଆଉ ମାତ୍ର କିଛି ସମୟ ପରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନୂତନ ସରକାର ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଏହି ସମୟରେ ମହାରାଷ୍ଟ୍ରର ଉପମଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ୱରେ ଏନସିପି ମୋଦି କ୍ୟାବିନେଟରେ ସ୍ଥାନ ପାଇବ ନାହିଁ ବୋଲି କଳ୍ପନାଜଳ୍ପନା ଚାଲିଛି। ପ୍ରଧାନମନ୍ତ୍ରୀ ମୋଦି ଆଜି ତାଙ୍କ ଲୋକ କଲ୍ୟାଣ ମାର୍ଗ ବାସଭବନରେ ସମ୍ଭାବ୍ୟ ମନ୍ତ୍ରୀଙ୍କ ସହ ଏକ ବୈଠକ କରିଥିଲେ, ଏହି ବୈଠକରେ ଏନସିପିରୁ କେହି ଉପସ୍ଥିତ ନ ଥିଲେ। କୁହାଯାଉଛି ଯେ, ନୂତନ […] The post ମୋଦିଙ୍କ ଉପରେ ରାଗିଛନ୍ତି ଅଜିତ ପାଓ୍ବର appeared first on Dharitri Odia News.

ମୋଦିଙ୍କ ଉପରେ ରାଗିଛନ୍ତି ଅଜିତ ପାଓ୍ବର

ନୂଆଦିଲ୍ଲୀ,୯।୬: ଆଉ ମାତ୍ର କିଛି ସମୟ ପରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନୂତନ ସରକାର ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଏହି ସମୟରେ ମହାରାଷ୍ଟ୍ରର ଉପମଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ୱରେ ଏନସିପି ମୋଦି କ୍ୟାବିନେଟରେ ସ୍ଥାନ ପାଇବ ନାହିଁ ବୋଲି କଳ୍ପନାଜଳ୍ପନା ଚାଲିଛି। ପ୍ରଧାନମନ୍ତ୍ରୀ ମୋଦି ଆଜି ତାଙ୍କ ଲୋକ କଲ୍ୟାଣ ମାର୍ଗ ବାସଭବନରେ ସମ୍ଭାବ୍ୟ ମନ୍ତ୍ରୀଙ୍କ ସହ ଏକ ବୈଠକ କରିଥିଲେ, ଏହି ବୈଠକରେ ଏନସିପିରୁ କେହି ଉପସ୍ଥିତ ନ ଥିଲେ। କୁହାଯାଉଛି ଯେ, ନୂତନ କେନ୍ଦ୍ର ସରକାରରେ ଯୋଗଦେବାକୁ କୌଣସି କଲ ନ ପାଇ ଏନସିପି ମୁଖ୍ୟ ଅଜିତ ପାୱାର ରାଗିଛନ୍ତି।
ଅଜିତ ପାୱାର ଶୁକ୍ରବାର (ଜୁନ୭) ରେ ଦିଲ୍ଲୀରେ ଅନୁଷ୍ଠିତ ଏନଡିଏ ବୈଠକରେ ଯୋଗ ଦେଇଥିଲେ ଏବଂ ଏହି ସମୟରେ ସେ ମଞ୍ଚରୁ କହିଥିଲେ ଯେ ସେ ମୋଦିଙ୍କୁ ଏନଡିଏର ନେତା ଭାବରେ ସମର୍ଥନ କରୁଛନ୍ତି।

The post ମୋଦିଙ୍କ ଉପରେ ରାଗିଛନ୍ତି ଅଜିତ ପାଓ୍ବର appeared first on Dharitri Odia News.