ଘରକୁ ଚୁଟକିରେ ସଫା କରିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ମଜାଦାର ଟିପ୍ସ
ମୁମ୍ଵାଇ ୧୧।୦୭: ପ୍ରାୟ ମହିଳା ଛୁଟି ଦିନରେ ହିଁ ଘର ସଫା କରିବାକୁ ପସନ୍ଦ କରିଥାନ୍ତି । କାରଣ ଘର ସଫା କରିବାକୁ କେତେ ସମୟ ଲାଗିବ, ତା’ର ଠିକଣା ନ ଥାଏ । ଯଦି ଆପଣ ଘରକୁ ନିୟମିତ ହାଲ୍କା ସଫା କରିବେ, ତେବେ ଡିପ୍ କ୍ଲିନ୍ କରିବା ପାଇଁ ଅଧିକ ସମୟ ଲାଗି ନଥାଏ । ଯଦି ଘରକୁ ଚୁଟ୍କିରେ ସଫା କରିବାକୁ ଚାହୁଁଥାନ୍ତି, ତେବେ କିଛି ମଜାଦାର ଟିପ୍ସ ଆପଣାନ୍ତୁ । ମାଇକ୍ରୋ ଫାଇବର କପଡାରେ ସଫା କରନ୍ତୁ- ଘରର କାନ୍ଥ ଯେତେବି ସଫା ଲାଗୁଥିଲେ ମଧ୍ୟ ସେଥିରେ ମଇଳା ରହିଥାଏ । ଏପରିକି ଝାଡୁ ମଧ୍ୟ କାନ୍ଥକୁ ଭଲ ଭାବେ ସଫା କରିପାରି ନଥାଏ ଓ ଅଧିକ ସମୟ ମଧ୍ୟ ଲାଗିଥାଏ । ଯଦି ଆପଣ କାମକୁ ଶୀଘ୍ର ଶେଷ କରିବାକୁ ଚାହାନ୍ତି, ତେବେ ମାଇକ୍ରୋ ଫାଇବର କପଡା ବ୍ୟବହାର କରିପାରିବେ। ଏହା ମଇଳାକୁ ଭଲ ଭାବେ ସଫା କରିବା ସହ କାଚ ଗ୍ଲାସ୍, ଝରକା ଓ ଦର୍ପଣ ଆଦିକୁ ମଧ୍ୟ ସଫା କରିଥାଏ । ରବିଂ ଆଲ୍କହଲ୍ରେ ସୋଫା ସଫା କରନ୍ତୁ - ଯଦି ଆପଣଙ୍କ ପାଖରେ ସୋଫା ଓ ଗଦି ସଫା କରିବାକୁ ସମୟ ନାହିଁ । ତେବେ ବ୍ୟସ୍ତ ହୁଅନ୍ତୁନାହିଁ ବରଂ ରବିଂ ଆଲ୍କହଲ୍ ବ୍ୟବହାର କରନ୍ତୁ । ରବିଂ ଆଲ୍କହଲ୍ ସ୍ପ୍ରେ କରି ଭାକ୍ୟୁମ୍ କ୍ଲିନର୍ରେ ସଫା କରି ନିଅନ୍ତୁ । କିଛି ଘଣ୍ଟା ପରେ ଆଲ୍କହଲ୍ ବାସ୍ନା ଉଡିଯିବ । ସ୍ପ୍ରେରେ ମହକାନ୍ତୁ ଘର- ଅଧିକ ଦିନ ଯାଏ ଘରକୁ ସଫା ନ କରିବା ଯୋଗୁ ଏକ ଭିନ୍ନ ପ୍ରକାରର ବାସ୍ନା ବାହାରିଥାଏ ।
ମୁମ୍ଵାଇ ୧୧।୦୭: ପ୍ରାୟ ମହିଳା ଛୁଟି ଦିନରେ ହିଁ ଘର ସଫା କରିବାକୁ ପସନ୍ଦ କରିଥାନ୍ତି । କାରଣ ଘର ସଫା କରିବାକୁ କେତେ ସମୟ ଲାଗିବ, ତା’ର ଠିକଣା ନ ଥାଏ । ଯଦି ଆପଣ ଘରକୁ ନିୟମିତ ହାଲ୍କା ସଫା କରିବେ, ତେବେ ଡିପ୍ କ୍ଲିନ୍ କରିବା ପାଇଁ ଅଧିକ ସମୟ ଲାଗି ନଥାଏ । ଯଦି ଘରକୁ ଚୁଟ୍କିରେ ସଫା କରିବାକୁ ଚାହୁଁଥାନ୍ତି, ତେବେ କିଛି ମଜାଦାର ଟିପ୍ସ ଆପଣାନ୍ତୁ ।
ମାଇକ୍ରୋ ଫାଇବର କପଡାରେ ସଫା କରନ୍ତୁ- ଘରର କାନ୍ଥ ଯେତେବି ସଫା ଲାଗୁଥିଲେ ମଧ୍ୟ ସେଥିରେ ମଇଳା ରହିଥାଏ । ଏପରିକି ଝାଡୁ ମଧ୍ୟ କାନ୍ଥକୁ ଭଲ ଭାବେ ସଫା କରିପାରି ନଥାଏ ଓ ଅଧିକ ସମୟ ମଧ୍ୟ ଲାଗିଥାଏ । ଯଦି ଆପଣ କାମକୁ ଶୀଘ୍ର ଶେଷ କରିବାକୁ ଚାହାନ୍ତି, ତେବେ ମାଇକ୍ରୋ ଫାଇବର କପଡା ବ୍ୟବହାର କରିପାରିବେ। ଏହା ମଇଳାକୁ ଭଲ ଭାବେ ସଫା କରିବା ସହ କାଚ ଗ୍ଲାସ୍, ଝରକା ଓ ଦର୍ପଣ ଆଦିକୁ ମଧ୍ୟ ସଫା କରିଥାଏ ।
ରବିଂ ଆଲ୍କହଲ୍ରେ ସୋଫା ସଫା କରନ୍ତୁ - ଯଦି ଆପଣଙ୍କ ପାଖରେ ସୋଫା ଓ ଗଦି ସଫା କରିବାକୁ ସମୟ ନାହିଁ । ତେବେ ବ୍ୟସ୍ତ ହୁଅନ୍ତୁନାହିଁ ବରଂ ରବିଂ ଆଲ୍କହଲ୍ ବ୍ୟବହାର କରନ୍ତୁ । ରବିଂ ଆଲ୍କହଲ୍ ସ୍ପ୍ରେ କରି ଭାକ୍ୟୁମ୍ କ୍ଲିନର୍ରେ ସଫା କରି ନିଅନ୍ତୁ । କିଛି ଘଣ୍ଟା ପରେ ଆଲ୍କହଲ୍ ବାସ୍ନା ଉଡିଯିବ ।
ସ୍ପ୍ରେରେ ମହକାନ୍ତୁ ଘର- ଅଧିକ ଦିନ ଯାଏ ଘରକୁ ସଫା ନ କରିବା ଯୋଗୁ ଏକ ଭିନ୍ନ ପ୍ରକାରର ବାସ୍ନା ବାହାରିଥାଏ । ଏହି ପରିସ୍ଥିତିରେ ଘରକୁ ଭଲ ଭାବେ ସଫା କରି ଭଲ ପରଫ୍ୟୁମ୍ ସ୍ପ୍ରେ କରିନିଅନ୍ତୁ ।
ଚାରିଆଡେ ପଡିଥିବା ଲୁଗାପଟାକୁ ଏକାଠି କରନ୍ତୁ- ଆପଣଙ୍କ ବେଡ୍ରୁମ୍ ଚେୟାର କ'ଣ ଅସନା କପଡାରେ ଭରା? ଏଭଳି ଅସନା କପଡାକୁ ଚେୟାରରେ ନ ପକାଇ ଏହାକୁ ବ୍ୟବସ୍ଥିତ ଭାବେ ଏକ ଜାଗାରେ ରଖି ନିଅନ୍ତୁ । ଯେତେବେଳେ ସମୟ ମିଳିବ, ତାହାକୁ ସଫା କରି ନେବେ ।