ଚାମ୍ପିଅନ୍ସ ଟ୍ରଫିରେ ହାଇଭୋଲଟେଜ ମୁକାବିଲା, ଦୁବାଇରେ ଭାରତ-ବାଂଲାଦେଶ ମଧ୍ୟରେ ଟକ୍କର

ନୂଆଦିଲ୍ଲୀ ୨୦/୦୨: ଚାମ୍ପିଅନ୍ସ ଟ୍ରଫିରେ ହାଇଭୋଲଟେଜ ମୁକାବିଲା । ବାଂଲାଦେଶ ବିପକ୍ଷରେ ମ୍ୟାଚ ଖେଳି ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ଏଥର ୫ ସ୍ପିନରଙ୍କୁ ନେଇ ଟୁର୍ଣ୍ଣାମେଣ୍ଟକୁ ଯାଇଛି ରୋହିତ ବାହିନୀ । ଦୁବାଇରେ ଖେଳାଯିବାକୁ ଥିବା ଏହି ମୁକାବିଲା ହାଇସ୍କୋରିଂ ଓ ରୋମାଞ୍ଚକର ହେବ ବୋଲି ଦର୍ଶକ ଅପେକ୍ଷା କରିଛନ୍ତି । ବିଶେଷ କରି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବ୍ୟାଟିଂ ଜାଦୁ ଦେଖିବାକୁ ଚାହିଁବସିଛନ୍ତି କ୍ରିକେଟ ପ୍ରେମୀ । କିଛି ଦିନ ତଳେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଦର୍ଶନକୁ ଦେଖିଲେ ଲାଗୁଛି ଦଳ ଚାମ୍ପିୟନ ହେବାର ସାମର୍ଥ । ତେବେ ଭାରତ ଦିନିକିଆ କ୍ରିକେଟର ପାବାର ହାଉସ । ବୁମରା ନାହାଁନ୍ତି । ଜୟସ୍ୱାଲ ବି ନାହାନ୍ତି । ହେଲେ ସାମିଙ୍କ କମବ୍ୟାକ ଦଳକୁ ଶକ୍ତିଶାଳୀ ଓ ସନ୍ତୁଳିତ କରିଛି । ଅନ୍ୟପଟେ ବାରବାଟୀରେ ରୋହିତ ଶର୍ମା ଫର୍ମ ଫେରିପାଇବା ଟିମ୍ ଇଣ୍ଡିଆ ପାଇଁ ଶୁଭ ସଙ୍କେତ । ଅନ୍ୟପଟେ ବିରାଟ କୋହଲି ବଡ ଟୁର୍ଣ୍ଣାମେଣ୍ଟରେ ଲୟକୁ ଫେରିବାର ନଜିର ରହିଛି । ସେହିପରି ଶୁଭମନ ଗିଲ, ଶ୍ରେୟସ ଆୟାର, ଅକ୍ଷର ପଟେଲ ଜବରଦସ୍ତ ଫର୍ମରେ ଅଛନ୍ତି। ସେପଟେ ବାଂଲାଦେଶ  ବିପକ୍ଷରେ ଦୁବାଇର ଜଳବାୟୁ ଓ ପିଚ୍‌କୁ  ନଜରରେ ରଖି ଭାରତ ୫ଜଣ ସ୍ପିନରଙ୍କୁ  ଦଳରେ ଚୟନ କରିଥିବା ସ୍ପଷ୍ଟ ଜଣା ପଡ଼ୁଥିଲେ ହେଁ ଗଣମାଧ୍ୟମରେ ଚୟନ କମିଟିର ନିଷ୍ପତ୍ତିକୁ ନେଇ ନାନା ଆଲୋଚନା କରାଯାଉଛି । ସାମ୍ବାଦିକ ସମ୍ମିଳ

ଚାମ୍ପିଅନ୍ସ ଟ୍ରଫିରେ ହାଇଭୋଲଟେଜ ମୁକାବିଲା, ଦୁବାଇରେ ଭାରତ-ବାଂଲାଦେଶ ମଧ୍ୟରେ ଟକ୍କର

ନୂଆଦିଲ୍ଲୀ ୨୦/୦୨: ଚାମ୍ପିଅନ୍ସ ଟ୍ରଫିରେ ହାଇଭୋଲଟେଜ ମୁକାବିଲା । ବାଂଲାଦେଶ ବିପକ୍ଷରେ ମ୍ୟାଚ ଖେଳି ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ଏଥର ୫ ସ୍ପିନରଙ୍କୁ ନେଇ ଟୁର୍ଣ୍ଣାମେଣ୍ଟକୁ ଯାଇଛି ରୋହିତ ବାହିନୀ । ଦୁବାଇରେ ଖେଳାଯିବାକୁ ଥିବା ଏହି ମୁକାବିଲା ହାଇସ୍କୋରିଂ ଓ ରୋମାଞ୍ଚକର ହେବ ବୋଲି ଦର୍ଶକ ଅପେକ୍ଷା କରିଛନ୍ତି । 

ବିଶେଷ କରି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବ୍ୟାଟିଂ ଜାଦୁ ଦେଖିବାକୁ ଚାହିଁବସିଛନ୍ତି କ୍ରିକେଟ ପ୍ରେମୀ । କିଛି ଦିନ ତଳେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଦର୍ଶନକୁ ଦେଖିଲେ ଲାଗୁଛି ଦଳ ଚାମ୍ପିୟନ ହେବାର ସାମର୍ଥ । ତେବେ ଭାରତ ଦିନିକିଆ କ୍ରିକେଟର ପାବାର ହାଉସ । ବୁମରା ନାହାଁନ୍ତି । ଜୟସ୍ୱାଲ ବି ନାହାନ୍ତି । 

ହେଲେ ସାମିଙ୍କ କମବ୍ୟାକ ଦଳକୁ ଶକ୍ତିଶାଳୀ ଓ ସନ୍ତୁଳିତ କରିଛି । ଅନ୍ୟପଟେ ବାରବାଟୀରେ ରୋହିତ ଶର୍ମା ଫର୍ମ ଫେରିପାଇବା ଟିମ୍ ଇଣ୍ଡିଆ ପାଇଁ ଶୁଭ ସଙ୍କେତ । ଅନ୍ୟପଟେ ବିରାଟ କୋହଲି ବଡ ଟୁର୍ଣ୍ଣାମେଣ୍ଟରେ ଲୟକୁ ଫେରିବାର ନଜିର ରହିଛି । ସେହିପରି ଶୁଭମନ ଗିଲ, ଶ୍ରେୟସ ଆୟାର, ଅକ୍ଷର ପଟେଲ ଜବରଦସ୍ତ ଫର୍ମରେ ଅଛନ୍ତି। 

ସେପଟେ ବାଂଲାଦେଶ  ବିପକ୍ଷରେ ଦୁବାଇର ଜଳବାୟୁ ଓ ପିଚ୍‌କୁ  ନଜରରେ ରଖି ଭାରତ ୫ଜଣ ସ୍ପିନରଙ୍କୁ  ଦଳରେ ଚୟନ କରିଥିବା ସ୍ପଷ୍ଟ ଜଣା ପଡ଼ୁଥିଲେ ହେଁ ଗଣମାଧ୍ୟମରେ ଚୟନ କମିଟିର ନିଷ୍ପତ୍ତିକୁ ନେଇ ନାନା ଆଲୋଚନା କରାଯାଉଛି । ସାମ୍ବାଦିକ ସମ୍ମିଳନୀରେ ରୋହିତ ଶର୍ମା ଦଳ ଚୟନ ଉପରେ ମନ୍ତବ୍ୟ ଦେଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଚୁପ୍‌ କରିଛନ୍ତି । ଦଳରେ ୫ଜଣ ସ୍ପିନରଙ୍କୁ ଚୟନ କରିବା ପଛର କାରଣ  ଜଣାଇବାକୁ ଜନୈକ ଗଣମାଧ୍ୟମ ପ୍ରତିନିଧି ରୋହିତଙ୍କୁ ପ୍ରଶ୍ନ କରିଥିଲେ । 

ଜବାବରେ  ରୋହିତ କହିଥିଲେ, କେବଳ ୨ଜଣ ସ୍ପିନରଙ୍କୁ  ଦଳରେ ଚୟନ କରାଯାଇଛି । ବାକି ୩ଜଣ  ଅଲରାଉଣ୍ଡର । ରବିନ୍ଦ୍ର ଜାଡ଼େଜା, ଅକ୍ଷର  ପଟେଲ ଓ ୱାସିଂଟନ ସୁନ୍ଦରଙ୍କ ଉପସ୍ଥିତି ଆମ  ବ୍ୟାଟିଂ ବିଭାଗକୁ ବୃଦ୍ଧି କରିଛି । ପୂର୍ବ ତୁଳନାରେ  ବ୍ୟାଟିଂ ବିଭାଗ ବେଶ୍‌ ଲମ୍ବା ରହିଛି । ଏକାଧିକ  ଅଲରାଉଣ୍ଡର ରହିଥିବାରୁ ୮ନମ୍ବର ସ୍ଥାନ ପର୍ଯ୍ୟନ୍ତ  ବ୍ୟାଟିଂ କରିବା ଭଳି ଖେଳାଳି ରହିପାରୁଛନ୍ତି ।