ଠିକ୍ ଭାବରେ ବ୍ରଶ୍ ନ କଲେ କର୍କଟ ରୋଗର ଆଶଙ୍କା ! ରିସର୍ଚ୍ଚରୁ ଖୁଲାସା
ନୂଆଦିଲ୍ଲୀ ୨୧।୦୭; ସାଧାରଣତଃ ଡାକ୍ତରମାନେ ଛୋଟରୁ ବଡ ଯାଏଁ ସମସ୍ତଙ୍କୁ ଦିନକୁ ଦୁଇଥର ଦାନ୍ତ ସଫା କରିବାକୁ ପରାମର୍ଶ ଦେଇଥାନ୍ତି। ଏହାଦ୍ବାରା ଦାନ୍ତ ପରିଷ୍କାର ରହିବା ସହ ଓରଲ ହେଲଥ ମଧ୍ୟ ଭଲ ରହିଥାଏ। ଏନେଇ ଏକ ରିସର୍ଚ୍ଚ ରିପୋର୍ଟ ସାମ୍ନାକୁ ଆସିଛି। ଆପଣ ଯଦି ନିଜର ଓରଲ ହେଲଥର ଯତ୍ନ ଠିକରେ ନେଉନାହାନ୍ତି, ତେବେ ଆପଣଙ୍କୁ କ୍ୟାନସର ସହିତ କିଛି ଗମ୍ଭୀର ରୋଗ ହୋଇପାରେ। ଯଦି ମୁହଁକୁ ଠିକ୍ ଭାବେ ଦେଖାଶୁଣା କରାନଯାଏ, ତେବେ ଏହା କିଛି ଗମ୍ଭୀର ରୋଗର କାରଣ ସାଜିପାରେ। ଦାନ୍ତ ଓ ମାଢ଼ିକୁ ଦୈନିକ ସଫା କରିବା ଉଚିତ ବୋଲି ଏହି ରିସର୍ଚ୍ଚରେ ସ୍ପଷ୍ଟ ଭାବେ କୁହାଯାଇଛି।ରିସର୍ଚ୍ଚରେ କୁହାଯାଇଛି, ନିଜର ଦାନ୍ତକୁ ଓ ମାଢ଼ିର ଦେଖାଶୁଣା କରିବାର ଅର୍ଥ କେବଳ ଦୁର୍ଗନ୍ଧ ଦୂର କରିବା ନୁହେଁ । ଏହା ଆପଣଙ୍କର ଓଭରାଲ ହେଲଥ ସହ ଗଭୀର ଭାବେ ଜଡ଼ିତ ଓ ଅନେକ ଗମ୍ଭୀର ହେଲଥ ସମସ୍ୟାକୁ କମ୍ କରିବାର ସହାୟକ ହୋଇପାରେ । ସେଥିମଧ୍ୟରେ କ୍ୟାନସର, ହୃଦରୋଗ, ଡାଇବେଟିସ, ପ୍ରେଗନାନ୍ସି, ଅଲଜାଇମର ପରି ପ୍ରାଣଘାତୀ ରୋଗ ସାମିଲ ରହିଛି । ଖରାପ ଓରାଲ ହାଇଜିନ ସହ କ୍ୟାନସର, ଖାସ କରି ମୁଣ୍ଡ ଓ ଗର୍ଦ୍ଦନ କ୍ୟାନସରର ଗଭୀର ସମ୍ପର୍କ ରହିଛି। ମୁହଁରେ ଥିବା କିଛି ହାନିକାରଣ ବ୍ୟାକ୍ଟେରିଆ କ୍ୟାନସରର ସମ୍ଭାବନାକୁ ବଢ଼ାଇଥାନ୍ତି। ତେଣୁ ସକାଳୁ ଓ ଶୋଇବାକୁ ଯିବା ପୂର୍ବରୁ ଫ୍ଲୋରାଇଲ ଟୁଥେପଷ୍ଟରେ ଦାନ୍ତକୁ ବ୍ରସ କରନ୍ତୁ। କୀଟାଣୁଙ୍
ନୂଆଦିଲ୍ଲୀ ୨୧।୦୭; ସାଧାରଣତଃ ଡାକ୍ତରମାନେ ଛୋଟରୁ ବଡ ଯାଏଁ ସମସ୍ତଙ୍କୁ ଦିନକୁ ଦୁଇଥର ଦାନ୍ତ ସଫା କରିବାକୁ ପରାମର୍ଶ ଦେଇଥାନ୍ତି। ଏହାଦ୍ବାରା ଦାନ୍ତ ପରିଷ୍କାର ରହିବା ସହ ଓରଲ ହେଲଥ ମଧ୍ୟ ଭଲ ରହିଥାଏ। ଏନେଇ ଏକ ରିସର୍ଚ୍ଚ ରିପୋର୍ଟ ସାମ୍ନାକୁ ଆସିଛି। ଆପଣ ଯଦି ନିଜର ଓରଲ ହେଲଥର ଯତ୍ନ ଠିକରେ ନେଉନାହାନ୍ତି, ତେବେ ଆପଣଙ୍କୁ କ୍ୟାନସର ସହିତ କିଛି ଗମ୍ଭୀର ରୋଗ ହୋଇପାରେ। ଯଦି ମୁହଁକୁ ଠିକ୍ ଭାବେ ଦେଖାଶୁଣା କରାନଯାଏ, ତେବେ ଏହା କିଛି ଗମ୍ଭୀର ରୋଗର କାରଣ ସାଜିପାରେ। ଦାନ୍ତ ଓ ମାଢ଼ିକୁ ଦୈନିକ ସଫା କରିବା ଉଚିତ ବୋଲି ଏହି ରିସର୍ଚ୍ଚରେ ସ୍ପଷ୍ଟ ଭାବେ କୁହାଯାଇଛି।
ରିସର୍ଚ୍ଚରେ କୁହାଯାଇଛି, ନିଜର ଦାନ୍ତକୁ ଓ ମାଢ଼ିର ଦେଖାଶୁଣା କରିବାର ଅର୍ଥ କେବଳ ଦୁର୍ଗନ୍ଧ ଦୂର କରିବା ନୁହେଁ । ଏହା ଆପଣଙ୍କର ଓଭରାଲ ହେଲଥ ସହ ଗଭୀର ଭାବେ ଜଡ଼ିତ ଓ ଅନେକ ଗମ୍ଭୀର ହେଲଥ ସମସ୍ୟାକୁ କମ୍ କରିବାର ସହାୟକ ହୋଇପାରେ । ସେଥିମଧ୍ୟରେ କ୍ୟାନସର, ହୃଦରୋଗ, ଡାଇବେଟିସ, ପ୍ରେଗନାନ୍ସି, ଅଲଜାଇମର ପରି ପ୍ରାଣଘାତୀ ରୋଗ ସାମିଲ ରହିଛି । ଖରାପ ଓରାଲ ହାଇଜିନ ସହ କ୍ୟାନସର, ଖାସ କରି ମୁଣ୍ଡ ଓ ଗର୍ଦ୍ଦନ କ୍ୟାନସରର ଗଭୀର ସମ୍ପର୍କ ରହିଛି। ମୁହଁରେ ଥିବା କିଛି ହାନିକାରଣ ବ୍ୟାକ୍ଟେରିଆ କ୍ୟାନସରର ସମ୍ଭାବନାକୁ ବଢ଼ାଇଥାନ୍ତି।
ତେଣୁ ସକାଳୁ ଓ ଶୋଇବାକୁ ଯିବା ପୂର୍ବରୁ ଫ୍ଲୋରାଇଲ ଟୁଥେପଷ୍ଟରେ ଦାନ୍ତକୁ ବ୍ରସ କରନ୍ତୁ। କୀଟାଣୁଙ୍କୁ ମାରିବା, ମୁହଁକୁ ଫ୍ରେସ ରଖିବା ପାଇଁ ଆଣ୍ଟିବ୍ୟାକ୍ଟେରିୟଲ ମାଉଥଓ୍ବାସ ବ୍ୟବହାର କରନ୍ତୁ। ମିଠା ସ୍ନାକ୍ସ ଓ ପାନୀୟ ସୀମିତ ମାତ୍ରାରେ ଖାଆନ୍ତୁ। ମଜବୁତ ଦାନ୍ତ ଓ ହାଡ଼ ପାଇଁ କ୍ୟାଲସିୟମ ଭରପୁର ଫୁଡସ ଯେପରିକି ଦୁଗ୍ଧଜାତ ସାମଗ୍ରୀ, ସବଜିକୁ ସାମିଲ କରନ୍ତୁ। ନିଜର ଟୁଥବ୍ରସକୁ ନିୟମିତ ଭାବେ ୩-୪ ମାସରେ ବଦଳାନ୍ତୁ। ମୁହଁକୁ ହାଇଡ୍ରେଟ ରଖିବା ପାଇଁ ପର୍ଯ୍ୟାପ୍ତ ପାଣି ପିଅନ୍ତୁ। ଧୂମ୍ରପାନ ଠାରୁ ଦୂରେଇ ରୁହନ୍ତୁ।