ମିଜୋରାମରେ ମିଆଁମାରର ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୪ ଗୁରୁତର

ଗୌହାଟୀ: ମିଜୋରାମର ଲେଙ୍ଗପୁଇ ବିମାନବନ୍ଦରର ରନୱେରେ ଦୁର୍ଘଟଣାଗସ୍ତ ହୋଇଛି ମିଆଁମାରର ସେନା ବିମାନ। ମଙ୍ଗଳବାର ସକାଳେ ଏହି ବିମାନ ୧୪... The post ମିଜୋରାମରେ ମିଆଁମାରର ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୪ ଗୁରୁତର appeared first on .

ମିଜୋରାମରେ ମିଆଁମାରର ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୪ ଗୁରୁତର

ଗୌହାଟୀ: ମିଜୋରାମର ଲେଙ୍ଗପୁଇ ବିମାନବନ୍ଦରର ରନୱେରେ ଦୁର୍ଘଟଣାଗସ୍ତ ହୋଇଛି ମିଆଁମାରର ସେନା ବିମାନ। ମଙ୍ଗଳବାର ସକାଳେ ଏହି ବିମାନ ୧୪ ଜଣ କ୍ରୁ-ମେମ୍ବରଙ୍କୁ ଧରି ଉଡାଣ ଭରି ଥିଲା ।

ତେବେ ଦୁର୍ଘଟଣାରେ ୪ ଜଣ କ୍ରୁ ସଦସ୍ୟ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ଲେଙ୍ଗପୁଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ବିଦ୍ରୋହୀ ଓ ମିଆଁମାର୍‌ ସେନାଙ୍କ ମଧ୍ୟରେ ଲାଗି ରହିଥିବା ସଂଘର୍ଷ ଭିତରେ ପ୍ରାୟ ୧୦୦ରୁ ଅଧିକ ସୈନିକ ସେଠାରୁ ପଳାୟନ କରି ମିଜୋରାମର ଲାଙ୍ଗତୋଲାଇ ଜିଲ୍ଲାରେ ଆଶ୍ରୟ ନେଇଥିଲେ।  ଏହି ବିମାନ ସେମାନଙ୍କୁ ଫେରାଇନେବାକୁ ଆସିଥିଲା ।

ଲେଙ୍ଗପୁଇ ବିମାନବନ୍ଦରରୁ ମୋଟ ୨୭୬ ମିଆଁମାର ସେନାଙ୍କୁ ଅଜୱଲ୍ ଅଣାଯାଇଥିଲା, ଯେଉଁମାନେକି ଘରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତେ। ମିଆଁମାର ବିମାନ ସେନାବାହିନୀକୁ ପର୍ଯ୍ୟାୟକ୍ରମେ ନେବା ପାଇଁ ଯୋଜନା କରିଥିଲା। ଏହାପୂର୍ବରୁ ଗତ ବର୍ଷ ମିଆଁମାରର ୧୦୪ ସେନା କର୍ମଚାରୀଙ୍କୁ ଭାରତୀୟ ବାୟୁସେନା ହେଲିକପ୍ଟର ଯୋଗେ ମିଜୋରାମର ବିଭିନ୍ନ ସ୍ଥାନରୁ ମଣିପୁରର ମୋରେହକୁ ନିଆଯାଇଥିଲା ଏବଂ ପରେ ସେମାନଙ୍କୁ ଫେରାଇ ଦିଆଯାଇଥିଲା।

The post ମିଜୋରାମରେ ମିଆଁମାରର ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୪ ଗୁରୁତର appeared first on .