ଘରକୁ ଫେରି ପାରିଲେନି; ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ, ୩ ଗୁରୁତର

ଜି.ଉଦୟଗିରି,୧୮।୪(ଚିନ୍ମୟ କୁମାର ସେଠୀ): ଜି. ଉଦୟଗିରିରେ ୨ ପୃଥକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ପରିଷଦ ଅନ୍ତର୍ଗତ ବେଥଲ ସମ୍ମୁଖରେ ବାଇକ ଦୁର୍ଘଟଣାରେ ଜଣେ ମୃତ ହୋଇଥିବା ବେଳେ ଜଣେ ଗୁରୁତର ହୋଇ ସ୍ଥାନୀୟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସେହିଭଳି ଅନ୍ୟ ଏକ ଦୁର୍ଘଟଣା କନବାଗିରି ଗ୍ରାମ ନିକଟରେ ଥିବା ହମ୍ପସରେ ହୋଇଥିବା ବେଳେ ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଚିକିତ୍ସା କରାଯାଉଛି । ସୂଚନା ଅନୁସାରେ, ଜି.ଉଦୟଗିରି ବ୍ଲକ […] The post ଘରକୁ ଫେରି ପାରିଲେନି; ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ, ୩ ଗୁରୁତର appeared first on Dharitri Odia News.

ଘରକୁ ଫେରି ପାରିଲେନି; ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ, ୩ ଗୁରୁତର

ଜି.ଉଦୟଗିରି,୧୮।୪(ଚିନ୍ମୟ କୁମାର ସେଠୀ): ଜି. ଉଦୟଗିରିରେ ୨ ପୃଥକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ପରିଷଦ ଅନ୍ତର୍ଗତ ବେଥଲ ସମ୍ମୁଖରେ ବାଇକ ଦୁର୍ଘଟଣାରେ ଜଣେ ମୃତ ହୋଇଥିବା ବେଳେ ଜଣେ ଗୁରୁତର ହୋଇ ସ୍ଥାନୀୟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସେହିଭଳି ଅନ୍ୟ ଏକ ଦୁର୍ଘଟଣା କନବାଗିରି ଗ୍ରାମ ନିକଟରେ ଥିବା ହମ୍ପସରେ ହୋଇଥିବା ବେଳେ ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଚିକିତ୍ସା କରାଯାଉଛି ।

ସୂଚନା ଅନୁସାରେ, ଜି.ଉଦୟଗିରି ବ୍ଲକ ରାଇକଲା ପଞ୍ଚାୟତ ଖାରିଆପଡା ଗ୍ରାମ ନିବାସୀ ଅନିଲ କୁମାର ପ୍ରଧାନ ସ୍ଥାନୀୟ ଏମ୍‌ଏମ୍‌ସି ମେଡିକାଲରେ କାମ କରନ୍ତି। ସା ସମୟ ପ୍ରାୟ ୭.୩୦ ସମୟରେ ଅନ୍ୟ ଜଣେ ସହଯୋଗୀଙ୍କ ସହିତ ସେ ନିଜ ବସାକୁ ଚାଲି ଚାଲି ଆସି ଫେରୁଥିବା ବେଳେ କତୀଙ୍ଗିଆ ପଞ୍ଚାୟତ ବେଟିକଲା ଗ୍ରାମ ନିବାସୀ ଲୁଲୁ ପ୍ରଧାନ ତାଙ୍କୁ ପଛ ପଟୁ ଧକ୍କା ଦେଇଥିଲେ। ଯାହା ଫଳରେ ଅନିଲଙ୍କ ମୃତ୍ୟୁ ହୋଇଥିବା ମେଡ଼ିକାଲ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ବାଇକ ଚାଳକ ଗୁରୁତର ହୋଇ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ସେହିଭଳି ଅନ୍ୟ ଏକ ଦୁର୍ଘଟଣାରେ ଦେବାଶିଷ ପାଣି (୧୮ କୁଲାଡ,ରୁଦ୍ରପ୍ରସାଦ ପାଢ଼ୀ (୧୮) ଭଞ୍ଜନଗର ଅଞ୍ଚଳର ଦୁଇ ଯୁବକ ଗୁରୁତର ହୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ସେମାନେ ଘୁ ଉଦୟଗିରି ଅଞ୍ଚଳକୁ ଆସି ଫେରୁଥିବା ସମୟରେ କନବାଗିରି ପ୍ରଥମ ହମ୍ପସ ରେ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଛନ୍ତି। ଯାହା ସୂଚନା ରହିଛି ବିଗତ ଦିନ ମାନଙ୍କରେ ଏହି ପରି ଅନେକ ଦୁର୍ଘଟଣା ସେହି ହମ୍ପସରେ ଘଟିଛି ଓ ଲୋକ ମରିବା ସହ ଗୁରୁତର ଆହତ ହୋଇଛନ୍ତି। ତେବେ ମୁଖ୍ୟ ରାସ୍ତାରେ ଏହିପରି ବଡ଼ ବଡ଼ ହମ୍ପସ ରଖିବା ଦ୍ବାରା ଅନେକ ଲୋକ ଦୁର୍ଘଟଣାର ଶିକାର ହେଉଛନ୍ତି । ତେଣୁ ଏହାର ପ୍ରତିକାର କରିବା ନିମନ୍ତେ ଜନ ସାଧାରଣ ଦାବି କରିଛନ୍ତି।

The post ଘରକୁ ଫେରି ପାରିଲେନି; ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ, ୩ ଗୁରୁତର appeared first on Dharitri Odia News.