ଘରକୁ ଫେରୁଥିଲେ ବ୍ୟବସାୟୀ, ବାଟରେ ଝାମ୍ପି ନେଲେ ସୁନା, ରୁପା ଭର୍ତ୍ତି ବ୍ୟାଗ

ଲହୁଣୀପଡ଼ା,୧୭ା୧୧(ଦାଶରଥି ପଣ୍ଡା): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଖୁଣ୍ଟଗାଁ ହାଟରୁ ସୁନା ବ୍ୟବସାୟୀଙ୍କଠାରୁ ସୁନା ଝାମ୍ପିନେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ଲହୁଣୀପଡ଼ା ଥାନାରେ ଅଭିଯୋଗ ହୋଇଛି। ଉକ୍ତ ହାଟରେ ପୁରୁଷୋତ୍ତମ ଦଣ୍ଡିଆ ସୁନା ଦୋକାନ ଲଗାଇ ଥିଲେ। ଶନିବାର ଅପରାହ୍ନ ପ୍ରାୟ ୪ଟା ବେଳେ ହାଟରୁ ଦୋକାନ ବନ୍ଦ କରି ସ୍କୁଟି ଯୋଗେ ଘରକୁ ଫେରୁଥିବା ବେଳେ ଏକ ବାଇକରେ ୨ ଜଣ ଯୁବକ ଆସି ସୁନା ରୁପା ଭର୍ତ୍ତି ବ୍ୟାଗକୁ ଝାମ୍ପି ନେଇ ମହୁଲଡିହା […] The post ଘରକୁ ଫେରୁଥିଲେ ବ୍ୟବସାୟୀ, ବାଟରେ ଝାମ୍ପି ନେଲେ ସୁନା, ରୁପା ଭର୍ତ୍ତି ବ୍ୟାଗ appeared first on Dharitri Odia News.

ଘରକୁ ଫେରୁଥିଲେ ବ୍ୟବସାୟୀ, ବାଟରେ ଝାମ୍ପି ନେଲେ ସୁନା, ରୁପା ଭର୍ତ୍ତି ବ୍ୟାଗ

ଲହୁଣୀପଡ଼ା,୧୭ା୧୧(ଦାଶରଥି ପଣ୍ଡା): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଖୁଣ୍ଟଗାଁ ହାଟରୁ ସୁନା ବ୍ୟବସାୟୀଙ୍କଠାରୁ ସୁନା ଝାମ୍ପିନେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ଲହୁଣୀପଡ଼ା ଥାନାରେ ଅଭିଯୋଗ ହୋଇଛି। ଉକ୍ତ ହାଟରେ ପୁରୁଷୋତ୍ତମ ଦଣ୍ଡିଆ ସୁନା ଦୋକାନ ଲଗାଇ ଥିଲେ। ଶନିବାର ଅପରାହ୍ନ ପ୍ରାୟ ୪ଟା ବେଳେ ହାଟରୁ ଦୋକାନ ବନ୍ଦ କରି ସ୍କୁଟି ଯୋଗେ ଘରକୁ ଫେରୁଥିବା ବେଳେ ଏକ ବାଇକରେ ୨ ଜଣ ଯୁବକ ଆସି ସୁନା ରୁପା ଭର୍ତ୍ତି ବ୍ୟାଗକୁ ଝାମ୍ପି ନେଇ ମହୁଲଡିହା ପଟେ ପଳାଇଥିଲେ। ଏନେଇ ପୁରୁଷୋତ୍ତମ ଲହୁଣୀପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି।

The post ଘରକୁ ଫେରୁଥିଲେ ବ୍ୟବସାୟୀ, ବାଟରେ ଝାମ୍ପି ନେଲେ ସୁନା, ରୁପା ଭର୍ତ୍ତି ବ୍ୟାଗ appeared first on Dharitri Odia News.