ଡ୍ରିମ୍ସ ପଲିଟେକ୍ନିକ୍ର କ୍ୟାମ୍ପସ ଚୟନ
ଭୁବନେଶ୍ୱର,୨୮।୫: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଡ୍ରିମ୍ସ ଗ୍ରୁପର ପ୍ରମୁଖ କଲେଜ ଡ୍ରିମ୍ସ ପଲିଟେକ୍ନିକର କ୍ୟାମ୍ପସ ଚୟନ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କଲେଜର ମୋଟ ୪୪୨ ଜଣ ଛାତ୍ରୀଛାତ୍ରଙ୍କୁ ନିଯୁକ୍ତି ମିଳିଛି। ଏପରିକି ଗତ ୬ ମାସ ମଧ୍ୟରେ ବିଭିନ୍ନ କମ୍ପାନୀ ପକ୍ଷରୁ ଆୟୋଜିତ ହୋଇଥିବା କ୍ୟାମ୍ପସ ଚୟନରେ କଲେଜର ସିଭିଲ, ମେକାନିକାଲ, ଇଲେକ୍ଟ୍ରିକାଲ, ଇଲେକ୍ଟ୍ରୋନିକ୍ସ ଆଣ୍ଡ ଟେଲିକମ୍ୟୁନିକେଶନ ଇଞ୍ଜିନିୟରିଂ ଭଳି ବିଭାଗର ଛାତ୍ରୀଛାତ୍ରମାନେ ଅଂଶଗ୍ରହଣ କରି ଏହି ସଫଳତା ହାସଲ କରିଛନ୍ତି। […] The post ଡ୍ରିମ୍ସ ପଲିଟେକ୍ନିକ୍ର କ୍ୟାମ୍ପସ ଚୟନ appeared first on Dharitri Odia News.
ଭୁବନେଶ୍ୱର,୨୮।୫: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଡ୍ରିମ୍ସ ଗ୍ରୁପର ପ୍ରମୁଖ କଲେଜ ଡ୍ରିମ୍ସ ପଲିଟେକ୍ନିକର କ୍ୟାମ୍ପସ ଚୟନ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କଲେଜର ମୋଟ ୪୪୨ ଜଣ ଛାତ୍ରୀଛାତ୍ରଙ୍କୁ ନିଯୁକ୍ତି ମିଳିଛି। ଏପରିକି ଗତ ୬ ମାସ ମଧ୍ୟରେ ବିଭିନ୍ନ କମ୍ପାନୀ ପକ୍ଷରୁ ଆୟୋଜିତ ହୋଇଥିବା କ୍ୟାମ୍ପସ ଚୟନରେ କଲେଜର ସିଭିଲ, ମେକାନିକାଲ, ଇଲେକ୍ଟ୍ରିକାଲ, ଇଲେକ୍ଟ୍ରୋନିକ୍ସ ଆଣ୍ଡ ଟେଲିକମ୍ୟୁନିକେଶନ ଇଞ୍ଜିନିୟରିଂ ଭଳି ବିଭାଗର ଛାତ୍ରୀଛାତ୍ରମାନେ ଅଂଶଗ୍ରହଣ କରି ଏହି ସଫଳତା ହାସଲ କରିଛନ୍ତି।
ସେହିଭଳି ଦେଶର ପ୍ରତିଷ୍ଠିତ ଉଦ୍ୟୋଗ ମଧ୍ୟରେ ଆପୋଲୋ ଟାୟାର, ଭୋଲଟାସ୍, ହିଟାଚି ଆସଟେମୋ ଲିଃ, ଏଚ୍ଏଫ୍ସିଏଲ୍ ଗ୍ରୁପ, ଟାଟା ଷ୍ଟିଲ, ସୁବ୍ରୋସ ଲିମିଟେଡ୍, ଟେକ୍ ମହିନ୍ଦ୍ରା, ଟାଟା ପାୱାର, ଥରମାକ୍ସ, ଏକଜିମ୍ ଲଜିଷ୍ଟିକ୍, କ୍ୟୁମେନ୍ସ ଇଣ୍ଡିଆ, ଏସ୍ପିଡି କନ୍ଷ୍ଟ୍ରକଶନ୍, ଆମ୍ପିନ୍ ଏନର୍ଜି ଟ୍ରାଜିସନ୍, ବଜାଜ ଅଟୋ, ଆର୍ସେଲର ମିତ୍ତଲ ନିପନ ଷ୍ଟିଲ, ଏଲ୍ ଆଣ୍ଡ ଟି, ଇନଡଚ୍ କମ୍ପୋଜିଟ୍ସ ଟେକ୍ନୋଲୋଜି, ନୀଳାଚଳ ଇସ୍ପାତ୍ ନିଗମ ଲିମିଟେଡ୍ ଭଳି ପ୍ରମୁଖ କମ୍ପାନୀ ପକ୍ଷରୁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା।
ସେହିପରି ବୈଷୟିକ ଶିକ୍ଷା ଓ ବିଷୟଗତ ପାରଦର୍ଶିତା ଓ ଯୋଗାଯୋଗ କ୍ଷେତ୍ରରେ ପ୍ରଭାବୀ ପ୍ରଦର୍ଶନ ଆଧାରରେ ଏହି ନିଯୁକ୍ତି ଚୟନ କରାଯାଇଥିଲାବେଳେ ଛାତ୍ରୀଛାତ୍ର ଯେଭଳି ଅଧିକ ସଂଖ୍ୟାରେ କର୍ମ ନିୟୋଜନ ସୁଯୋଗ ପାଇବେ, ସେଥିପାଇଁ ଆବଶ୍ୟକ ପ୍ରଶିକ୍ଷଣ ଓ ମାର୍ଗଦର୍ଶନ କାର୍ଯ୍ୟକ୍ରମମାନ ପୂର୍ବରୁ ଆୟୋଜନ କରାଯାଇଥିବା ଶିକ୍ଷାନୁଷ୍ଠାନର ପ୍ଲେସ୍ମେଣ୍ଟ ଅଧିକାରୀ ବୈଦ୍ୟନାଥ ସାମଲ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।
ଅପରପକ୍ଷରେ ନିଯୁକ୍ତି ସୁଯୋଗ ପାଇଥିବା ଛାତ୍ରୀଛାତ୍ରଙ୍କୁ ଡ୍ରିମ୍ସ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ପ୍ରମୋଦ ଚନ୍ଦ୍ର ରଥ, ପ୍ରଶାସନିକ ନିର୍ଦ୍ଦେଶକ ବଳରାମ କର, ବରିଷ୍ଠ ନିର୍ଦ୍ଦେଶକ ପ୍ରଦୀପ୍ତ ଚନ୍ଦ୍ର ରଥ, ନିର୍ଦ୍ଦେଶିକା ଚିନ୍ମୟୀ ରଥ, ଏକାଡେମିକ୍ ନିର୍ଦ୍ଦେଶକ ପ୍ରଦୀପ୍ତ ରଞ୍ଜନ ମହାନ୍ତି ଓ ଅଧ୍ୟକ୍ଷା ଇଂ. ତପସ୍ବିନୀ ସାହୁ ପ୍ରମୁଖ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।
The post ଡ୍ରିମ୍ସ ପଲିଟେକ୍ନିକ୍ର କ୍ୟାମ୍ପସ ଚୟନ appeared first on Dharitri Odia News.