ମଥୁରା-କାଶୀରେ ମନ୍ଦିର, ପିଓକେ ଭାରତର ହେବ; ହିମନ୍ତ କହିଲେ ୪୦୦ ଆସନ ଜିତିଲେ କ’ଣ କ’ଣ କରିବ ଭାଜପା…
ନୂଆଦିଲ୍ଲୀ,୨୩।୫: ଭାଜପା ଲୋକ ସଭା ନିର୍ବାଚନ ୨୦୨୪ ଲାଗି ୩୭୦ରୁ ଅଧିକ ଆସନ ଜିତିବାର ଲକ୍ଷ୍ୟ ରଖିଛି। ଏଥିସହ ଏନ୍ଡିଏ ଲାଗି ୪୦୦ରୁ ଅଧିକ ଟାର୍ଗେଟ ସ୍ଥିର କରାଯାଇଛି। ତେବେ ଦଳ ନିଶ୍ଚିତ ଭାବେ ନିର୍ଦ୍ଧାରିତ ଆସନରେ ବିଜେତା ହେବ ବୋଲି କିଛି ବରିଷ୍ଠ ନେତା ଦାବି କରୁଛନ୍ତି। ଏହା ସ୍ପଷ୍ଟ ହେବ କି ନାହିଁ ତାହା ଆଗାମୀ ଜୁନ ୪ରେ ସ୍ପଷ୍ଟ ହେବ। ଏସବୁ ମଧ୍ୟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବଡ଼ ଦାବି କରିଛନ୍ତି। […] The post ମଥୁରା-କାଶୀରେ ମନ୍ଦିର, ପିଓକେ ଭାରତର ହେବ; ହିମନ୍ତ କହିଲେ ୪୦୦ ଆସନ ଜିତିଲେ କ’ଣ କ’ଣ କରିବ ଭାଜପା… appeared first on Dharitri Odia News.
ନୂଆଦିଲ୍ଲୀ,୨୩।୫: ଭାଜପା ଲୋକ ସଭା ନିର୍ବାଚନ ୨୦୨୪ ଲାଗି ୩୭୦ରୁ ଅଧିକ ଆସନ ଜିତିବାର ଲକ୍ଷ୍ୟ ରଖିଛି। ଏଥିସହ ଏନ୍ଡିଏ ଲାଗି ୪୦୦ରୁ ଅଧିକ ଟାର୍ଗେଟ ସ୍ଥିର କରାଯାଇଛି। ତେବେ ଦଳ ନିଶ୍ଚିତ ଭାବେ ନିର୍ଦ୍ଧାରିତ ଆସନରେ ବିଜେତା ହେବ ବୋଲି କିଛି ବରିଷ୍ଠ ନେତା ଦାବି କରୁଛନ୍ତି। ଏହା ସ୍ପଷ୍ଟ ହେବ କି ନାହିଁ ତାହା ଆଗାମୀ ଜୁନ ୪ରେ ସ୍ପଷ୍ଟ ହେବ। ଏସବୁ ମଧ୍ୟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବଡ଼ ଦାବି କରିଛନ୍ତି। ସେ କାଶୀ ଏବଂ ମଥୁରାରେ ମନ୍ଦିର ନିର୍ମାଣର କଥା କହିବା ସହ ଏଥିଲାଗି ୪୦୦ ଆସନରେ ବିଜେତା କରିବାର ସର୍ତ୍ତ ରଖିଛନ୍ତି।
ଜ୍ଞାନବାପି ଏବଂ କୃଷ୍ଣ ଜନ୍ମଭୂମି ମାମଲାର ସମାଧାନ ଲାଗି ଭାଜପାର ସଂକଳ୍ପ ବିଷୟରେ ଉଲ୍ଲେଖ କରି ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯଦି ତାଙ୍କ ଦଳ ନିଜର ୪୦୦ରୁ ଅଧିକ ଲକ୍ଷ୍ୟ ପୂରଣ କରିଦିଏ ତେବେ ମଥୁରାରେ ଭଗବାନଙ୍କ ଜନ୍ମଭୂମୀ ଏବଂ ବାରଣାସୀ ମସଜିଦ୍ ସ୍ଥାନରେ ମନ୍ଦିର ନିର୍ମାଣ କରିବ। ୨୦୧୯ରେ ୩୦୦ ଆସନ ହାସଲ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ନିଶ୍ଚିତ କରିଥିଲେ, ଯେମିତିକି ହିନ୍ଦୁମାନଙ୍କ ହୃଦୟ ଜିତିପାରିବେ। ଆମେ ରାମଲାଲାଙ୍କୁ ଅସ୍ଥାୟୀ ତମ୍ବୁରୁ ମୁକ୍ତ କରିଛୁ। ଯେତେବେଳେ ଆପଣ ଭାଜପାକୁ ୩୦୦ ଆସନ ଦେଲେ, ଆମେ ପୂର୍ବ ରାଜ୍ୟରେ ଶାନ୍ତି, ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇଥିଲୁ। ଅଳ୍ପସଂଖ୍ୟକ ହିନ୍ଦୁଙ୍କୁ ମୁସଲିମ ବହୁଳ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଲାଂଦେଶରୁ ସିଏଏ ଜରିଆରେ ନାଗରିକତା ଦିଆଯାଉଛି।
ସେହିଭଳି ଜୁନ ୪ରେ ଭାଜପା ନେତୃତ୍ୱାଧୀନ ଏନ୍ଡିଏ ସରକାରକୁ ଆସିଲେ ଆମେ ମଥୁରା ଏବଂ କାଶୀରେ ମନ୍ଦିର ନିର୍ମାଣ କରିବୁ। ଆମ କାମ ଏବେ ବି ଅଧା। ଆଜି ବି କୃଷ୍ଣ ଜନ୍ମଭୂମିରେ ଏକ ମସଜିଦ ଅଛି। ଜ୍ଞାନବାପି ମନ୍ଦିର ସ୍ଥାନରେ ମସଜିଦ ଅଛି। ଏବେ ଏଠାରେ ମନ୍ଦିର ନିର୍ମାଣ କରିବାର କାମ ବାକି ଅଛି। ପିଓକେ କୁ ଆମେ ଫେରାଇ ଆଣିବୁ। ଆମେ ଭାରତକୁ ବିଶ୍ୱଗୁରୁ ଏବଂ ଦୁନିଆର ସବୁଠାରୁ ଭଲ ଅର୍ଥବ୍ୟବସ୍ଥା କରିବୁ। ଏଥିଲାଗି ମୋଦିଙ୍କୁ ୪୦୦ରୁ ଅଧିକ ଆସନ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି।
The post ମଥୁରା-କାଶୀରେ ମନ୍ଦିର, ପିଓକେ ଭାରତର ହେବ; ହିମନ୍ତ କହିଲେ ୪୦୦ ଆସନ ଜିତିଲେ କ’ଣ କ’ଣ କରିବ ଭାଜପା… appeared first on Dharitri Odia News.