ଘରକୁ ଫେରୁଥିଲେ ଯୁବକ, ବସ୍ ଧକ୍କାରେ ଚାଲିଗଲା ଜୀବନ
ବାଲିପାଟଣା ୦୫।୦୪ : ବସ୍ ଧକ୍କାରେ ଯୁବକ ମୃତ । ରାଜଧାନୀ ଉପକଣ୍ଠ ବାଲିଅନ୍ତ ଥାନା ହଂସପାଳ-ଅଭୟମୁଖି ରାସ୍ତା ବାଲିକାନ୍ଥିଆ ଠାରେ ସ୍କୁଲ ବସ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଉଛନ୍ତି ବଡ଼ମ୍ବା ନରସିଂହପୁରର ବିପିନ ବିହାରୀ ମହାରଣା ବୋଲି ଜଣାପଡିଛି । ଖବର ଅନୁଯାୟୀ, ବିପିନ୍ ବେଣୁପୁର ଗାଁରେ ଭଡ଼ା ରହୁଥିଲେ । କୌଣସି କାମରେ ବାହାରକୁ ଯାଇଥିଲେ ବିପିନ । ସେଠାରୁ ନିଜ ଭଡ଼ା ଘରକୁ ବାଇକ୍ ଯୋଗେ ଫେରୁଥିବା ସମୟରେ ଅଧାରାସ୍ତାରେ ଏକ ଘରୋଇ ବସ୍ ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ବିପିନଙ୍କର ମୃତ୍ୟୁ ହୋଇଥିଲା । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ବାଲିଅନ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବସ୍କୁ ଜବତ କରିଛି । ଏହାସହ ଘଟଣାରେ ଛାନ୍ଭିନ୍ ଆରମ୍ଭ କରିଛି । ଅସମ୍ଭାଳ କଲାଣି ଖରା, ଆସନ୍ତା ୪ରୁ ୫ ଦିନ ଯାଏ ତାପମାତ୍ରାରେ ହେବନି ପରିବର୍ତ୍ତନ
ବାଲିପାଟଣା ୦୫।୦୪ : ବସ୍ ଧକ୍କାରେ ଯୁବକ ମୃତ । ରାଜଧାନୀ ଉପକଣ୍ଠ ବାଲିଅନ୍ତ ଥାନା ହଂସପାଳ-ଅଭୟମୁଖି ରାସ୍ତା ବାଲିକାନ୍ଥିଆ ଠାରେ ସ୍କୁଲ ବସ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଉଛନ୍ତି ବଡ଼ମ୍ବା ନରସିଂହପୁରର ବିପିନ ବିହାରୀ ମହାରଣା ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ବିପିନ୍ ବେଣୁପୁର ଗାଁରେ ଭଡ଼ା ରହୁଥିଲେ । କୌଣସି କାମରେ ବାହାରକୁ ଯାଇଥିଲେ ବିପିନ । ସେଠାରୁ ନିଜ ଭଡ଼ା ଘରକୁ ବାଇକ୍ ଯୋଗେ ଫେରୁଥିବା ସମୟରେ ଅଧାରାସ୍ତାରେ ଏକ ଘରୋଇ ବସ୍ ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ବିପିନଙ୍କର ମୃତ୍ୟୁ ହୋଇଥିଲା । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ବାଲିଅନ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବସ୍କୁ ଜବତ କରିଛି । ଏହାସହ ଘଟଣାରେ ଛାନ୍ଭିନ୍ ଆରମ୍ଭ କରିଛି ।
ଅସମ୍ଭାଳ କଲାଣି ଖରା, ଆସନ୍ତା ୪ରୁ ୫ ଦିନ ଯାଏ ତାପମାତ୍ରାରେ ହେବନି ପରିବର୍ତ୍ତନ