ଗ୍ୟାସ୍ ଲିକ୍‌ରୁ ବଜାରରେ ଲାଗିଲା ନିଆଁ, ଜଳିଗଲା ଅନେକ ଦୋକାନ

ବ୍ରହ୍ମପୁର ୨୨।୦୨ : ବ୍ରହ୍ମପୁର ଉପକଣ୍ଠ ଲାଠି ଗାଁ ବଜାରରେ ଅଗ୍ନିକାଣ୍ଡ । ହୁ ହୁ ହୋଇ ଜଳିଗଲା ମୁଖ୍ୟ ବଜାରରେ ଥିବା ୪ଟି ଦୋକାନ । ଗ୍ୟାସ୍‌ ଲିକ୍‌ ହୋଇ ଅଗ୍ନିକାଣ୍ଡ ହେବା ପରେ ପୁରା ବଜାରରେ ନିଆଁ ଲାଗିଥିବା ସୂଚନା ମିଳିଛି । ବ୍ରହ୍ମପୁର ଉପକଣ୍ଠ ଲାଠି ଛକରେ ଥିବା ବିହାରୀ ଦୋକାନରେ ଏକ ଗ୍ୟାସ୍‌ ଟାଙ୍କି ଥିଲା । ହଠାତ୍‌ ସେହି  ଟାଙ୍କିରୁ ଗ୍ୟାସ୍‌ ଲିକ୍‌ ହୋଇଥିଲା । ଦେଖୁ ଦେଖୁ ଗ୍ୟାସ୍‌ ଚାରିଆଡେ ବ୍ୟାପିବାର ଲାଗିଥିଲା । ଏମିତି ଏକ ବ୍ଲାଷ୍ଟ ବି ହୋଇଥିଲା । ତେବେ ଏହି ନିଆଁ ଲାଗିବା ଦ୍ୱାରା ୪ଟି ଦୋକାନ ଜଳିପୋଡି ପାଉଁଶ ହୋଇଯାଇଛି । ଯେଉଁଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି ।  ଅଗ୍ନିଶମ ବାହିନୀ ଘଟଣା ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ଦୀର୍ଘ ସମୟର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । 

ଗ୍ୟାସ୍ ଲିକ୍‌ରୁ ବଜାରରେ ଲାଗିଲା ନିଆଁ, ଜଳିଗଲା ଅନେକ ଦୋକାନ

ବ୍ରହ୍ମପୁର ୨୨।୦୨ : ବ୍ରହ୍ମପୁର ଉପକଣ୍ଠ ଲାଠି ଗାଁ ବଜାରରେ ଅଗ୍ନିକାଣ୍ଡ । ହୁ ହୁ ହୋଇ ଜଳିଗଲା ମୁଖ୍ୟ ବଜାରରେ ଥିବା ୪ଟି ଦୋକାନ । ଗ୍ୟାସ୍‌ ଲିକ୍‌ ହୋଇ ଅଗ୍ନିକାଣ୍ଡ ହେବା ପରେ ପୁରା ବଜାରରେ ନିଆଁ ଲାଗିଥିବା ସୂଚନା ମିଳିଛି । 

ବ୍ରହ୍ମପୁର ଉପକଣ୍ଠ ଲାଠି ଛକରେ ଥିବା ବିହାରୀ ଦୋକାନରେ ଏକ ଗ୍ୟାସ୍‌ ଟାଙ୍କି ଥିଲା । ହଠାତ୍‌ ସେହି  ଟାଙ୍କିରୁ ଗ୍ୟାସ୍‌ ଲିକ୍‌ ହୋଇଥିଲା । ଦେଖୁ ଦେଖୁ ଗ୍ୟାସ୍‌ ଚାରିଆଡେ ବ୍ୟାପିବାର ଲାଗିଥିଲା । ଏମିତି ଏକ ବ୍ଲାଷ୍ଟ ବି ହୋଇଥିଲା । ତେବେ ଏହି ନିଆଁ ଲାଗିବା ଦ୍ୱାରା ୪ଟି ଦୋକାନ ଜଳିପୋଡି ପାଉଁଶ ହୋଇଯାଇଛି । ଯେଉଁଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି ।  ଅଗ୍ନିଶମ ବାହିନୀ ଘଟଣା ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ଦୀର୍ଘ ସମୟର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ ।