ଭୁଲ୍ ଅଲଟ୍ରାସାଉଣ୍ଡ ରିପୋର୍ଟ ଯୋଗୁ ଶିଶୁ ମୃତ୍ୟୁ ଅଭିଯୋଗ, ଧାରଣାରେ ବସିଲେ ଗର୍ଭବତୀଙ୍କ ସ୍ବାମୀ

ଭଦ୍ରକ: ଘରୋଇ କ୍ଲିନିକ୍‌ର ଅଲଟ୍ରାସାଉଣ୍ଡ ରିପୋର୍ଟରେ ଆସିଲା ଗର୍ଭବତୀଙ୍କ ପେଟରେ ଛୁଆ ସୁସ୍ଥ ଅଛି । ହେଲେ କିଛି ସମୟ ପରେ ହେଲା ଯନ୍ତ୍ରଣା ଆଉ ମେଡିକାଲ ନେବା ବେଳକୁ ଜଣାପଡ଼ିଲା ଗର୍ଭରେ ଥିବା ଶିଶୁର ମୃତ୍ୟୁ ହୋଇସାରିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକରେ । ସେପଟେ ଘଟଣାକୁ ନେଇ ଦେଖାଦେଇଛି ଉତ୍ତେଜନା। ନ୍ୟାୟ ଦାବିରେ ଘରୋଇ କ୍ଲିନିକ୍‌ ଆଗରେ ଧାରଣାରେ ବସିଲେ ଗର୍ଭବତୀଙ୍କ ସ୍ବାମୀ।ସୂଚନା ଅନୁସାରେ, ଭଦ୍ରକ ତିହିଡ଼ି ଥାନା ଅଧୀନ ଦୋଳସାହି ରାଢ଼ଙ୍ଗ ଅଞ୍ଚଳର ପ୍ରଫୁଲ୍ଲ ଗିରି, ନିଜ ଗର୍ଭବତୀ ସ୍ତ୍ରୀଙ୍କୁ ଚେକଅପ୍ ପାଇଁ ଭଦ୍ରକ ସହରାଞ୍ଚଳ ଥାନା ଅଧୀନ ବାଇପାସ୍ ସ୍ଥିତ ଏକ ଘରୋଇ ଅଲଟ୍ରାସାଉଣ୍ଡକୁ ନେଇଥିଲେ । ଏଠାରେ ଅଲଟ୍ରାସାଉଣ୍ଡ କରାଇ ଏହାର ରିପୋର୍ଟ ମଧ୍ୟ ନେଇଥିଲେ। ଯେଉଁ ରିପୋର୍ଟରେ ଛୁଆ ସୁସ୍ଥ ଥିବା କଥା କୁହାଯାଇଛି। ହେଲେ ଏହାର କିଛି ସମୟ ପରେ ଗର୍ଭବତୀଙ୍କ ପେଟରେ ଯନ୍ତ୍ରଣା ହେବାରୁ ଭଦ୍ରକ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ପେଟରେ ଥିବା ଶିଶୁର ମୃତ୍ୟୁ ହୋଇସାରିଥିବା ଜାଣିବାକୁ ପାଇଥିଲେ ପରିବାର ଲୋକେ। ତେବେ ମୃତ ଶିଶୁଟିକୁ ଅପରେସନ ପରେ ବାହାର କରାଯାଇଥିବାବେଳେ  ଗର୍ଭବତୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କର ଚିକିତ୍ସା ଜାରି ରହିଛି।ସେପଟେ ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି। ମୃତ ଶିଶୁକୁ ଧରି ଅଲଟ୍ରାସାଉଣ୍ଡ ସେଣ୍ଟର ସାମ୍ନାରେ ବସିଛନ୍ତି ମ

ଭୁଲ୍ ଅଲଟ୍ରାସାଉଣ୍ଡ ରିପୋର୍ଟ ଯୋଗୁ ଶିଶୁ ମୃତ୍ୟୁ ଅଭିଯୋଗ, ଧାରଣାରେ ବସିଲେ ଗର୍ଭବତୀଙ୍କ ସ୍ବାମୀ

ଭଦ୍ରକ: ଘରୋଇ କ୍ଲିନିକ୍‌ର ଅଲଟ୍ରାସାଉଣ୍ଡ ରିପୋର୍ଟରେ ଆସିଲା ଗର୍ଭବତୀଙ୍କ ପେଟରେ ଛୁଆ ସୁସ୍ଥ ଅଛି । ହେଲେ କିଛି ସମୟ ପରେ ହେଲା ଯନ୍ତ୍ରଣା ଆଉ ମେଡିକାଲ ନେବା ବେଳକୁ ଜଣାପଡ଼ିଲା ଗର୍ଭରେ ଥିବା ଶିଶୁର ମୃତ୍ୟୁ ହୋଇସାରିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକରେ । ସେପଟେ ଘଟଣାକୁ ନେଇ ଦେଖାଦେଇଛି ଉତ୍ତେଜନା। ନ୍ୟାୟ ଦାବିରେ ଘରୋଇ କ୍ଲିନିକ୍‌ ଆଗରେ ଧାରଣାରେ ବସିଲେ ଗର୍ଭବତୀଙ୍କ ସ୍ବାମୀ।

ସୂଚନା ଅନୁସାରେ, ଭଦ୍ରକ ତିହିଡ଼ି ଥାନା ଅଧୀନ ଦୋଳସାହି ରାଢ଼ଙ୍ଗ ଅଞ୍ଚଳର ପ୍ରଫୁଲ୍ଲ ଗିରି, ନିଜ ଗର୍ଭବତୀ ସ୍ତ୍ରୀଙ୍କୁ ଚେକଅପ୍ ପାଇଁ ଭଦ୍ରକ ସହରାଞ୍ଚଳ ଥାନା ଅଧୀନ ବାଇପାସ୍ ସ୍ଥିତ ଏକ ଘରୋଇ ଅଲଟ୍ରାସାଉଣ୍ଡକୁ ନେଇଥିଲେ । ଏଠାରେ ଅଲଟ୍ରାସାଉଣ୍ଡ କରାଇ ଏହାର ରିପୋର୍ଟ ମଧ୍ୟ ନେଇଥିଲେ। ଯେଉଁ ରିପୋର୍ଟରେ ଛୁଆ ସୁସ୍ଥ ଥିବା କଥା କୁହାଯାଇଛି। ହେଲେ ଏହାର କିଛି ସମୟ ପରେ ଗର୍ଭବତୀଙ୍କ ପେଟରେ ଯନ୍ତ୍ରଣା ହେବାରୁ ଭଦ୍ରକ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। 

କିନ୍ତୁ ସେଠାରେ ପେଟରେ ଥିବା ଶିଶୁର ମୃତ୍ୟୁ ହୋଇସାରିଥିବା ଜାଣିବାକୁ ପାଇଥିଲେ ପରିବାର ଲୋକେ। ତେବେ ମୃତ ଶିଶୁଟିକୁ ଅପରେସନ ପରେ ବାହାର କରାଯାଇଥିବାବେଳେ  ଗର୍ଭବତୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କର ଚିକିତ୍ସା ଜାରି ରହିଛି।

ସେପଟେ ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି। ମୃତ ଶିଶୁକୁ ଧରି ଅଲଟ୍ରାସାଉଣ୍ଡ ସେଣ୍ଟର ସାମ୍ନାରେ ବସିଛନ୍ତି ମୃତ ନବଜାତର ବାପା ଓ ସମ୍ପର୍କୀୟ।  ଖବର ପାଇ ଭଦ୍ରକ ସହରାଞ୍ଚଳ ପୋଲିସ ଅଲଟ୍ରାସାଉଣ୍ଡ ସେଣ୍ଟରରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରୁଛି। ଏପଟେ ଘଟଣାକୁ ନେଇ ଅଲଟ୍ରାସାଉଣ୍ଡ କରିଥିବା କ୍ଲିନିକର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ହୋଇପାରିନାହିଁ।