ଏହି ଦେଶରେ ପକ୍ଷୀଙ୍କ ତିଆରି ହୁଏ ପାସପୋର୍ଟ, କାରଣ ରହିଛି ବେଶ୍ ରୋଚକ
ନୂଆଦିଲ୍ଲୀ ୨୩।୦୭: ବିଦେଶ ଯିବା ପାଇଁ ପାସପୋର୍ଟ ଏବଂ ଭିସା ଆବଶ୍ୟକ । କିନ୍ତୁ କେବେ ଶୁଣିଛନ୍ତି କି ପକ୍ଷୀଙ୍କର ପାସପୋର୍ଟ ତିଆରି ହେବା । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । ବିଶ୍ୱରେ ଏପରି ଏକ ଦେଶ ଅଛି ଯେଉଁଠାରେ ବାଜ ପକ୍ଷୀମାନଙ୍କ ପାଇଁ ତିଆରି କରାଯାଏ ପାସପୋର୍ଟ । ଏମିତିକି ସେମାନେ ବିମାନରେ ଯାତ୍ରା କରନ୍ତି। କାତାରରେ ମଣିଷ ପରି ବାଜ ପକ୍ଷୀ ଭଳି ବିଶେଷ ପକ୍ଷୀଙ୍କ ପାଇଁ ତିଆରି କରାଯାଏ ପାସପୋର୍ଟ । ଆରବ ଦେଶଗୁଡ଼ିକରେ ବାଜ କେବଳ ଏକ ପକ୍ଷୀ ନୁହେଁ, ବରଂ ସମ୍ମାନ, ସାହସ ଏବଂ ପରମ୍ପରାର ପ୍ରତୀକ। କାତାରରେ ଏହାକୁ ଜାତୀୟ ପକ୍ଷୀର ମାନ୍ୟତା ମିଳିଛି ଏବଂ ଏହା ଶିକାର କରିବାର ପାରମ୍ପରିକ କଳା "ଫାଲକନ୍ରୀ"ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ବାଜ ପକ୍ଷୀମାନଙ୍କୁ ଅନ୍ତର୍ଜାତୀୟ ପ୍ରତିଯୋଗିତା, ଚିକିତ୍ସା କିମ୍ବା ଶିକାର ଅଭିଯାନକୁ ନିଆଯାଇଥାଏ। ଏଥିପାଇଁ, ସେମାନଙ୍କୁ ଏକ ସରକାରୀ ପରିଚୟ ଆବଶ୍ୟକ। ବାଜ୍ ପକ୍ଷୀର ପାସପୋର୍ଟରେ ପ୍ରଜାତି, ବୟସ, ଓଜନ, ମାଲିକଙ୍କ ନାଁ, ଫଟୋ ଏବଂ ମାଇକ୍ରୋଚିପ୍ର ନମ୍ବର ଥାଏ। ଏହାର ବୈଧତା ୩ ବର୍ଷ। ଏହି ପାସପୋର୍ଟ CITES ଅଧୀନରେ ଜାରି କରାଯାଇଛି । ଯାହା ଦ୍ଵାରା ପକ୍ଷୀମାନଙ୍କର ଚୋରା ଚାଲାଣ ବନ୍ଦ ହୋଇପାରିବ ଏବଂ ସେମାନଙ୍କର ଟ୍ରାକିଂ ସହଜ ହୋଇପାରିବ। କାତାର, UAE, ସାଉଦି ଭଳି ଦେଶରେ ବାଜପକ୍ଷୀମାନେ ମଧ୍ୟ ଫାଷ୍ଟକ୍ଲାସ୍ରେ ଯାତ୍ରା କରନ୍ତି। କାତାର ଏୟାରୱେଜ୍ ଏବଂ ଏତିହାଦ ଭଳି
ନୂଆଦିଲ୍ଲୀ ୨୩।୦୭: ବିଦେଶ ଯିବା ପାଇଁ ପାସପୋର୍ଟ ଏବଂ ଭିସା ଆବଶ୍ୟକ । କିନ୍ତୁ କେବେ ଶୁଣିଛନ୍ତି କି ପକ୍ଷୀଙ୍କର ପାସପୋର୍ଟ ତିଆରି ହେବା । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । ବିଶ୍ୱରେ ଏପରି ଏକ ଦେଶ ଅଛି ଯେଉଁଠାରେ ବାଜ ପକ୍ଷୀମାନଙ୍କ ପାଇଁ ତିଆରି କରାଯାଏ ପାସପୋର୍ଟ । ଏମିତିକି ସେମାନେ ବିମାନରେ ଯାତ୍ରା କରନ୍ତି।
କାତାରରେ ମଣିଷ ପରି ବାଜ ପକ୍ଷୀ ଭଳି ବିଶେଷ ପକ୍ଷୀଙ୍କ ପାଇଁ ତିଆରି କରାଯାଏ ପାସପୋର୍ଟ । ଆରବ ଦେଶଗୁଡ଼ିକରେ ବାଜ କେବଳ ଏକ ପକ୍ଷୀ ନୁହେଁ, ବରଂ ସମ୍ମାନ, ସାହସ ଏବଂ ପରମ୍ପରାର ପ୍ରତୀକ। କାତାରରେ ଏହାକୁ ଜାତୀୟ ପକ୍ଷୀର ମାନ୍ୟତା ମିଳିଛି ଏବଂ ଏହା ଶିକାର କରିବାର ପାରମ୍ପରିକ କଳା "ଫାଲକନ୍ରୀ"ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ।
ବାଜ ପକ୍ଷୀମାନଙ୍କୁ ଅନ୍ତର୍ଜାତୀୟ ପ୍ରତିଯୋଗିତା, ଚିକିତ୍ସା କିମ୍ବା ଶିକାର ଅଭିଯାନକୁ ନିଆଯାଇଥାଏ। ଏଥିପାଇଁ, ସେମାନଙ୍କୁ ଏକ ସରକାରୀ ପରିଚୟ ଆବଶ୍ୟକ। ବାଜ୍ ପକ୍ଷୀର ପାସପୋର୍ଟରେ ପ୍ରଜାତି, ବୟସ, ଓଜନ, ମାଲିକଙ୍କ ନାଁ, ଫଟୋ ଏବଂ ମାଇକ୍ରୋଚିପ୍ର ନମ୍ବର ଥାଏ। ଏହାର ବୈଧତା ୩ ବର୍ଷ। ଏହି ପାସପୋର୍ଟ CITES ଅଧୀନରେ ଜାରି କରାଯାଇଛି । ଯାହା ଦ୍ଵାରା ପକ୍ଷୀମାନଙ୍କର ଚୋରା ଚାଲାଣ ବନ୍ଦ ହୋଇପାରିବ ଏବଂ ସେମାନଙ୍କର ଟ୍ରାକିଂ ସହଜ ହୋଇପାରିବ।
କାତାର, UAE, ସାଉଦି ଭଳି ଦେଶରେ ବାଜପକ୍ଷୀମାନେ ମଧ୍ୟ ଫାଷ୍ଟକ୍ଲାସ୍ରେ ଯାତ୍ରା କରନ୍ତି। କାତାର ଏୟାରୱେଜ୍ ଏବଂ ଏତିହାଦ ଭଳି ଏୟାରଲାଇନ୍ସ ବାଜପକ୍ଷୀମାନଙ୍କ ପାଇଁ କ୍ୟାବିନ ସିଟ୍, ହୁଡ୍ କଭର ଏବଂ ଆଇଡି ଟ୍ୟାଗ୍ ଭଳି ବିଶେଷ ସୁବିଧା ପ୍ରଦାନ କରନ୍ତି। ପ୍ରତିବର୍ଷ ଏହି ଦେଶଗୁଡ଼ିକରେ ଫାଲକନ୍ ଫେଷ୍ଟ, ଦୌଡ଼ ଏବଂ ଶିକାର ପ୍ରତିଯୋଗିତା ଅନୁଷ୍ଠିତ ହୁଏ । ଯେଉଁଥିରେ କୋଟି କୋଟି ଟଙ୍କାର ପୁରସ୍କାର ରାଶି ରହିଥାଏ।