ଦ୍ୱାପର ଯୁଗର ଦୁର୍ଲଭ ଯୋଗରେ ଅନୁଷ୍ଠିତ ହେବ କୃଷ୍ଣ ଜନ୍ମାଷ୍ଟମୀ
ନୂଆଦିଲ୍ଲୀ : କୃଷ୍ଣ ଜନ୍ମାଷ୍ଟମୀ ଅଗଷ୍ଟ ୨୬ ତାରିଖ ସୋମବାର ପାଳିତ ହେବ। ଏଥର ଜନ୍ମାଷ୍ଟମୀ ସେହି ବିରଳ ଯୋଗ-ସଂଯୋଗରେ ଅନୁଷ୍ଠିତ ହେବ ଯାହା ୫୨୫୧ ବର୍ଷ ପୂର୍ବେ ଦ୍ୱାପର ଯୁଗରେ କୃଷ୍ଣଙ୍କ ଜନ୍ମ ସମୟରେ ହୋଇଥିଲା। କୃଷ୍ମଙ୍କ ଜନ୍ମ ରୋହିଣୀ ନକ୍ଷେତ୍ର ଓ ଅଷ୍ଟମୀ ତିଥି ସଂଯୋଗରେ ଜୟନ୍ତୀ ନାମକ ଯୋଗରେ ସୋମବାର ମଧ୍ୟରାତ୍ରରେ ହୋଇଥିଲା। ଏଥର ବି ଏହି ଯୋଗ ପଡିଛି। ଏଣୁ ଜନ୍ମାଷ୍ଟମୀ ପୂଜା ଓ ବ୍ରତର ମହତ୍ୱ ଅନେକଗୁଣା ବଢି ଯାଇଛି। ଜୟନ୍ତୀ ଯୋଗରେ ବ୍ରତ ରଖିଲେ ଅକ୍ଷୟପୁଣ୍ୟ ପ୍ରାପ୍ତି ହେବା ସହ ଶ୍ରୀକୃଷ୍ଣଙ୍କ ଆଶିର୍ବାଦ ମଧ୍ୟ ମିଳିଥାଏ। ଏଥର ବୈଷ୍ଣବ ଓ ସ୍ମାର୍ତ ମତରେ ଜନ୍ମାଷ୍ଟମୀ ପର୍ବ ଅଗଷ୍ଟ ୨୬ରେ ପାଳିତ ହେଉଛି। ଶ୍ରୀକୃଷ୍ଣଙ୍କ ଜନ୍ମ ଅଷ୍ଟମ ଅବତାର ଅଷ୍ଟମ ମନୁ ବୈବସୂତଙ୍କ ମନ୍ୱନ୍ତରର ୨୮ ଦ୍ୱାପର ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଅଷ୍ଟମ ମୁହୂର୍ତ୍ତ ଅର୍ଦ୍ଧରାତ୍ରିରେ ଜୟନ୍ତୀ ନାମକ ଯୋଗ ଓ ରୋହିଣୀ ନକ୍ଷତ୍ରରେ ସେତେବେଳେ ହୋଇଥିଲା ଯେତେବେଳେ ଚନ୍ଦ୍ର ତାଙ୍କର ଉଚ୍ଚଅଂଶ ବୃଷଭ ରାଶିରେ ବିରାଜମାନଥିଲେ ଓ ସେହି ଦିନ ସୋମବାର ଥିଲା। ସେହି ସମୟରେ ୬ଟି ଗ୍ରହ ଉଚ୍ଚରେ ଥିଲେ। ଚତୁର୍ଥ ଭାବରେ ସିଂହରାଶି ଥିଲା ଯେଉଁଥିରେ ସୂର୍ଯ୍ୟ ବିରାଜମାନ କରୁଥିଲେ। ପଞ୍ଚମ ଭାବ କନ୍ୟାରାଶିରେ ବୁଧ ବିରାଜମାନ ଥିଲେ। ଷଷ୍ଠ ଭାବର ତୁଳା ରାଶିରେ ଶନି ଓ ଶୁକ୍ରଗ୍ରହ ଥିଲେ। ନବମ ଅର୍ଥାତ ଭାଗ୍ୟ ସ୍ଥାନ ମକର ରାଶିଥିବା ବେଳେ ଏଥିରେ ମଙ୍ଗଳ ଗ
ନୂଆଦିଲ୍ଲୀ : କୃଷ୍ଣ ଜନ୍ମାଷ୍ଟମୀ ଅଗଷ୍ଟ ୨୬ ତାରିଖ ସୋମବାର ପାଳିତ ହେବ। ଏଥର ଜନ୍ମାଷ୍ଟମୀ ସେହି ବିରଳ ଯୋଗ-ସଂଯୋଗରେ ଅନୁଷ୍ଠିତ ହେବ ଯାହା ୫୨୫୧ ବର୍ଷ ପୂର୍ବେ ଦ୍ୱାପର ଯୁଗରେ କୃଷ୍ଣଙ୍କ ଜନ୍ମ ସମୟରେ ହୋଇଥିଲା। କୃଷ୍ମଙ୍କ ଜନ୍ମ ରୋହିଣୀ ନକ୍ଷେତ୍ର ଓ ଅଷ୍ଟମୀ ତିଥି ସଂଯୋଗରେ ଜୟନ୍ତୀ ନାମକ ଯୋଗରେ ସୋମବାର ମଧ୍ୟରାତ୍ରରେ ହୋଇଥିଲା। ଏଥର ବି ଏହି ଯୋଗ ପଡିଛି। ଏଣୁ ଜନ୍ମାଷ୍ଟମୀ ପୂଜା ଓ ବ୍ରତର ମହତ୍ୱ ଅନେକଗୁଣା ବଢି ଯାଇଛି।
ଜୟନ୍ତୀ ଯୋଗରେ ବ୍ରତ ରଖିଲେ ଅକ୍ଷୟପୁଣ୍ୟ ପ୍ରାପ୍ତି ହେବା ସହ ଶ୍ରୀକୃଷ୍ଣଙ୍କ ଆଶିର୍ବାଦ ମଧ୍ୟ ମିଳିଥାଏ। ଏଥର ବୈଷ୍ଣବ ଓ ସ୍ମାର୍ତ ମତରେ ଜନ୍ମାଷ୍ଟମୀ ପର୍ବ ଅଗଷ୍ଟ ୨୬ରେ ପାଳିତ ହେଉଛି। ଶ୍ରୀକୃଷ୍ଣଙ୍କ ଜନ୍ମ ଅଷ୍ଟମ ଅବତାର ଅଷ୍ଟମ ମନୁ ବୈବସୂତଙ୍କ ମନ୍ୱନ୍ତରର ୨୮ ଦ୍ୱାପର ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଅଷ୍ଟମ ମୁହୂର୍ତ୍ତ ଅର୍ଦ୍ଧରାତ୍ରିରେ ଜୟନ୍ତୀ ନାମକ ଯୋଗ ଓ ରୋହିଣୀ ନକ୍ଷତ୍ରରେ ସେତେବେଳେ ହୋଇଥିଲା ଯେତେବେଳେ ଚନ୍ଦ୍ର ତାଙ୍କର ଉଚ୍ଚଅଂଶ ବୃଷଭ ରାଶିରେ ବିରାଜମାନଥିଲେ ଓ ସେହି ଦିନ ସୋମବାର ଥିଲା।
ସେହି ସମୟରେ ୬ଟି ଗ୍ରହ ଉଚ୍ଚରେ ଥିଲେ। ଚତୁର୍ଥ ଭାବରେ ସିଂହରାଶି ଥିଲା ଯେଉଁଥିରେ ସୂର୍ଯ୍ୟ ବିରାଜମାନ କରୁଥିଲେ। ପଞ୍ଚମ ଭାବ କନ୍ୟାରାଶିରେ ବୁଧ ବିରାଜମାନ ଥିଲେ। ଷଷ୍ଠ ଭାବର ତୁଳା ରାଶିରେ ଶନି ଓ ଶୁକ୍ରଗ୍ରହ ଥିଲେ। ନବମ ଅର୍ଥାତ ଭାଗ୍ୟ ସ୍ଥାନ ମକର ରାଶିଥିବା ବେଳେ ଏଥିରେ ମଙ୍ଗଳ ଗ୍ରହ ଉଚ୍ଚର ହୋଇ ବିରାଜମାନ ଥିଲେ। ଏକାଦଶ ଭାବରେ ମିନ ରାଶିରେ ଗୁରୁ ଉଚ୍ଚସ୍ଥ ଥିଲେ। ଏଥର ମଧ୍ୟ ୨୬ ଅଗଷ୍ଟ ସୋମବାର କୃଷ୍ମ ଜନ୍ମାଷ୍ଟମୀ ଦିନ ଜୟନ୍ତୀ ଯୋଗ ସହ ଗ୍ରହମାନେ ସେହିପରି ବିରାଜମାନ କରିଛନ୍ତି ।