ହରିୟାଣାରେ ବିଜେପିର ଲହର, ଅନିଲ ବିଜ୍‌ଙ୍କ ଦାବି-ଫେଲ୍ ମାରିବ ଏକ୍ସଜିଟ୍ ପୋଲ୍

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନକୁ ନେଇ ଆସିଥିବା ସମସ୍ତ ଏକ୍ସଜିଟ୍ ପୋଲ୍ସରେ କଂଗ୍ରସ ସରକାର ଗଠନ କରୁଥିବା ଅନୁମାନ କରାଯାଉଛି । ଏକ୍ସଜିଟ୍ ପୋଲରେ ବିଜେପିକୁ ସର୍ବାଧିକ ୨୦ରୁ ୨୫ ଆସନ ମିଳୁଥିବା କୁହାଯାଉଛି । କିନ୍ତୁ ପାର୍ଟିର ବରିଷ୍ଠ ନେତା ଅନିଲ ବିଜ ଏହି ଏକ୍ସଜିଟ୍ ପୋଲକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ହରିୟାଣାରେ ବିଜେପିର ଲହର ଚାଲିଛି, ସବୁ ଏକ୍ସଜିଟ୍ ପୋଲ୍ ଭୁଲ ପ୍ରମାଣିତ ହେବ । ସେ କହିଛନ୍ତି ଯେ ହରିୟାଣା କଂଗ୍ରେସ ଭାଗ ଭାଗ ହୋଇ ରହିଛି ଏବଂ ସବୁ ଆସନରେ ତାଙ୍କ ଦଳର ପ୍ରାର୍ଥୀଙ୍କ ସାମନାରେ ତାଙ୍କର ବିଦ୍ରୋହୀ ନିର୍ବାଚନ ଲଢୁଛନ୍ତି । ଏହି ସବୁ ଫ୍ୟାକ୍ଟରକୁ ଏକ୍ସଜିଟ୍ ପୋଲରେ ଦେଖାଯାଇ ନାହିଁ, କିନ୍ତୁ ଆମେ ସବୁ ଜିନିଷକୁ ନୋଟ୍ କରି ରଖିଛୁ ଏବଂ ସେହି ଆଧାରରେ ବିଜେପିକୁ ବହୁମତ ମିଳିବ ବୋଲି ଆମେ ଆମେ କହିପାରିବୁ ।ଅମ୍ୱାଲା କାଣ୍ଟରୁ ବିଜେପି ପ୍ରାର୍ଥୀ ଅନିଲ ବିଜ କହିଛନ୍ତି ଯେ ୧୦ ବର୍ଷର ସରକାରରେ ଏତେ କାମ ହୋଇଛି ଯେ ଆମେ ପୁଣି ଥରେ ଫେରିବୁ । ଏହି ଅବସରରେ ବିଜେପିରେ ବିଦ୍ରୋହ ଏବଂ ସିଏମ୍ ପାଇଁ ନିଜକୁ ଉପସ୍ଥାପନ କରୁଥିବା ସାମ୍ୱାଦିକ ପ୍ରଶ୍ନ କରିଥିଲେ । ଯାହାର ଜବାବରେ ଅନିଲ ବିଜ କହିଛନ୍ତି, 'ଏହା ବିଦ୍ରୋହ ନୁହେଁ । ମୁଁ ପାର୍ଟି ପାଇଁ ସବୁ ସ୍ତରରେ କାମ କରିଛି । ଯେତେବେଳେ ଅଯୋଧ୍ୟା ଯିବା କଥା ଆସିଥିଲା ସେତେବେଳେ ମୁଁ ସବୁଠୁ ଆଗରେ ରହିଥିଲି । ଅମରୋହାରେ ଚେତନ ଚୌହାନକୁ ନି

ହରିୟାଣାରେ ବିଜେପିର ଲହର, ଅନିଲ ବିଜ୍‌ଙ୍କ ଦାବି-ଫେଲ୍ ମାରିବ ଏକ୍ସଜିଟ୍ ପୋଲ୍

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନକୁ ନେଇ ଆସିଥିବା ସମସ୍ତ ଏକ୍ସଜିଟ୍ ପୋଲ୍ସରେ କଂଗ୍ରସ ସରକାର ଗଠନ କରୁଥିବା ଅନୁମାନ କରାଯାଉଛି । ଏକ୍ସଜିଟ୍ ପୋଲରେ ବିଜେପିକୁ ସର୍ବାଧିକ ୨୦ରୁ ୨୫ ଆସନ ମିଳୁଥିବା କୁହାଯାଉଛି । କିନ୍ତୁ ପାର୍ଟିର ବରିଷ୍ଠ ନେତା ଅନିଲ ବିଜ ଏହି ଏକ୍ସଜିଟ୍ ପୋଲକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ହରିୟାଣାରେ ବିଜେପିର ଲହର ଚାଲିଛି, ସବୁ ଏକ୍ସଜିଟ୍ ପୋଲ୍ ଭୁଲ ପ୍ରମାଣିତ ହେବ । ସେ କହିଛନ୍ତି ଯେ ହରିୟାଣା କଂଗ୍ରେସ ଭାଗ ଭାଗ ହୋଇ ରହିଛି ଏବଂ ସବୁ ଆସନରେ ତାଙ୍କ ଦଳର ପ୍ରାର୍ଥୀଙ୍କ ସାମନାରେ ତାଙ୍କର ବିଦ୍ରୋହୀ ନିର୍ବାଚନ ଲଢୁଛନ୍ତି । ଏହି ସବୁ ଫ୍ୟାକ୍ଟରକୁ ଏକ୍ସଜିଟ୍ ପୋଲରେ ଦେଖାଯାଇ ନାହିଁ, କିନ୍ତୁ ଆମେ ସବୁ ଜିନିଷକୁ ନୋଟ୍ କରି ରଖିଛୁ ଏବଂ ସେହି ଆଧାରରେ ବିଜେପିକୁ ବହୁମତ ମିଳିବ ବୋଲି ଆମେ ଆମେ କହିପାରିବୁ ।

ଅମ୍ୱାଲା କାଣ୍ଟରୁ ବିଜେପି ପ୍ରାର୍ଥୀ ଅନିଲ ବିଜ କହିଛନ୍ତି ଯେ ୧୦ ବର୍ଷର ସରକାରରେ ଏତେ କାମ ହୋଇଛି ଯେ ଆମେ ପୁଣି ଥରେ ଫେରିବୁ । ଏହି ଅବସରରେ ବିଜେପିରେ ବିଦ୍ରୋହ ଏବଂ ସିଏମ୍ ପାଇଁ ନିଜକୁ ଉପସ୍ଥାପନ କରୁଥିବା ସାମ୍ୱାଦିକ ପ୍ରଶ୍ନ କରିଥିଲେ । ଯାହାର ଜବାବରେ ଅନିଲ ବିଜ କହିଛନ୍ତି, 'ଏହା ବିଦ୍ରୋହ ନୁହେଁ । ମୁଁ ପାର୍ଟି ପାଇଁ ସବୁ ସ୍ତରରେ କାମ କରିଛି । ଯେତେବେଳେ ଅଯୋଧ୍ୟା ଯିବା କଥା ଆସିଥିଲା ସେତେବେଳେ ମୁଁ ସବୁଠୁ ଆଗରେ ରହିଥିଲି । ଅମରୋହାରେ ଚେତନ ଚୌହାନକୁ ନିର୍ବାଚନ ଲଢାଇବା ପାଇଁ ମୁଁ ଆଗକୁ ଆସିଥିଲି । ଏହା ବ୍ୟତୀତ ପାର୍ଟି ମୋତେ ଯାହା ଦାୟିତ୍ୱ ଦେଇଛି, ତାହାକୁ ମୁଁ ନିର୍ବାହ କରିଛି ।'