ସୂତାହାଟ ବାପିଷ୍ଟ ଚର୍ଚ୍ଚ ବୋମାମାଡ ଘଟଣା, ସିସିଟିଭିରେ ଧରାପଡିଲା ଅସଲ ସତ

କଟକ ୧୫/୦୬: କଟକ ମିଶନ ରୋଡ ଠାରେ ଥିବା ସୂତାହାଟ ବାପିଷ୍ଟ ଚର୍ଚ୍ଚ ପରିସରରେ ବୋମାମାଡ ଘଟଣାରେ ଆସିଲା ନୂଆ ମୋଡ଼। ଚର୍ଚ୍ଚ ପରିସରରେ ଥିବା ସିସିଟିଭି କ୍ୟାମେରା ଯାଞ୍ଚ ପରେ ଆସିଲା ଘଟଣାର ସତ୍ୟତା। ଏହା କୌଣସି ବୋମା ନଥିଲା ବରଂ ଥିଲା ଏକ ସର୍ଟ ବାଣ । ଜଣେ ପିଲା ଚର୍ଚ୍ଚ ପରିସରରେ ଆସି ବାଣ ଫୁଟାଇବାର ଦୃଶ୍ୟ ସିସି କ୍ୟାମେରାରେ କଏଦ ହୋଇଥିଲା । ଶୁକ୍ରବାର ରାତିରେ ଚର୍ଚ୍ଚ ପରିସରରେ ବୋମାମାଡ଼ ହେବା ନେଇ ଖବର ପ୍ରଚାରିତ ହୋଇଥିଲା। ଏମିତିକି ପୋଲିସ ମଧ୍ୟ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ସୂଚନା ଥାଉକି, କଟକ ସହର ଉପକଣ୍ଠ ସଦର ଥାନାନ୍ତର୍ଗତ ଗୋପାଳପୁର ନିକଟ କାଠଯୋଡ଼ି ନଦୀପଠାରେ ଶୁକ୍ରବାର  ଏକ ବଡ଼ ଅଘଟଣ ଘଟିଛି । ସଦର ଥାନା ଦ୍ୱାରା ଜବତ ହୋଇଥିବା ବାଣକୁ ନିଷ୍କ୍ରିୟ କରାଯିବା ବେଳେ ବିସ୍ଫୋରଣ  ହେବାରୁ ଜଣେ ରିଜର୍ଭ ହାବିଲ୍‌ଦାର୍‌ଙ୍କର ମୃତ୍ୟୁ ହୋଇଛି । ମୃତ ହାବିଲ୍‌ଦାର୍‌ ହେଲେ ଜଗତପୁର ଥାନା ପୀରବଜାର  ଅଣ୍ଡେଇସାହିର ପ୍ରଦୀପ ମଲ୍ଲିକ (୪୫)। ମୃତଦେହ ବ୍ୟବଚ୍ଛେଦ ପରେ ପୁଲିସ୍‌  ସଲାମି ପ୍ରଦାନ କରାଯାଇ ସମ୍ମାନର ସହ  ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏହି ଅଘଟଣର ତଦନ୍ତ ଭାର ଏଡିସିପି ଅନିଲ  ମିଶ୍ରଙ୍କୁ କଟକ ଡିସିପି ଦେଇଛନ୍ତି ।ଶନିବାର ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ ଆରମ୍ଭ ହେବ । ଅଘଟଣ ପଛରେ ଅବହେଳା ବା ଅସାବଧାନତା ହିଁ କାରଣ ହୋଇଥାଇପାରେ ବୋଲି ପୋଲିସ ଆଶଙ୍କା କରୁଛି ।  ମିଳିଥିବା ସୂଚନା ଅନ

ସୂତାହାଟ ବାପିଷ୍ଟ ଚର୍ଚ୍ଚ ବୋମାମାଡ ଘଟଣା, ସିସିଟିଭିରେ ଧରାପଡିଲା ଅସଲ ସତ

କଟକ ୧୫/୦୬: କଟକ ମିଶନ ରୋଡ ଠାରେ ଥିବା ସୂତାହାଟ ବାପିଷ୍ଟ ଚର୍ଚ୍ଚ ପରିସରରେ ବୋମାମାଡ ଘଟଣାରେ ଆସିଲା ନୂଆ ମୋଡ଼। ଚର୍ଚ୍ଚ ପରିସରରେ ଥିବା ସିସିଟିଭି କ୍ୟାମେରା ଯାଞ୍ଚ ପରେ ଆସିଲା ଘଟଣାର ସତ୍ୟତା। ଏହା କୌଣସି ବୋମା ନଥିଲା ବରଂ ଥିଲା ଏକ ସର୍ଟ ବାଣ । 

ଜଣେ ପିଲା ଚର୍ଚ୍ଚ ପରିସରରେ ଆସି ବାଣ ଫୁଟାଇବାର ଦୃଶ୍ୟ ସିସି କ୍ୟାମେରାରେ କଏଦ ହୋଇଥିଲା । ଶୁକ୍ରବାର ରାତିରେ ଚର୍ଚ୍ଚ ପରିସରରେ ବୋମାମାଡ଼ ହେବା ନେଇ ଖବର ପ୍ରଚାରିତ ହୋଇଥିଲା। ଏମିତିକି ପୋଲିସ ମଧ୍ୟ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। 

ସୂଚନା ଥାଉକି, କଟକ ସହର ଉପକଣ୍ଠ ସଦର ଥାନାନ୍ତର୍ଗତ ଗୋପାଳପୁର ନିକଟ କାଠଯୋଡ଼ି ନଦୀପଠାରେ ଶୁକ୍ରବାର  ଏକ ବଡ଼ ଅଘଟଣ ଘଟିଛି । ସଦର ଥାନା ଦ୍ୱାରା ଜବତ ହୋଇଥିବା ବାଣକୁ ନିଷ୍କ୍ରିୟ କରାଯିବା ବେଳେ ବିସ୍ଫୋରଣ  ହେବାରୁ ଜଣେ ରିଜର୍ଭ ହାବିଲ୍‌ଦାର୍‌ଙ୍କର ମୃତ୍ୟୁ ହୋଇଛି । 

ମୃତ ହାବିଲ୍‌ଦାର୍‌ ହେଲେ ଜଗତପୁର ଥାନା ପୀରବଜାର  ଅଣ୍ଡେଇସାହିର ପ୍ରଦୀପ ମଲ୍ଲିକ (୪୫)। ମୃତଦେହ ବ୍ୟବଚ୍ଛେଦ ପରେ ପୁଲିସ୍‌  ସଲାମି ପ୍ରଦାନ କରାଯାଇ ସମ୍ମାନର ସହ  ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏହି ଅଘଟଣର ତଦନ୍ତ ଭାର ଏଡିସିପି ଅନିଲ  ମିଶ୍ରଙ୍କୁ କଟକ ଡିସିପି ଦେଇଛନ୍ତି ।

ଶନିବାର ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ ଆରମ୍ଭ ହେବ । ଅଘଟଣ ପଛରେ ଅବହେଳା ବା ଅସାବଧାନତା ହିଁ କାରଣ ହୋଇଥାଇପାରେ ବୋଲି ପୋଲିସ ଆଶଙ୍କା କରୁଛି ।  ମିଳିଥିବା ସୂଚନା ଅନୁସାରେ, ୨୦୨୩ ମସିହାରେ ସଦର ଥାନା ପକ୍ଷରୁ ବିଭିନ୍ନ ବେଆଇନ ବାଣ ନିର୍ମାତା ଓ ବିକ୍ରେତାଙ୍କ ଉପରେ ଚଢ଼ଉ କରାଯାଇ ଦୋକାନ ଓ ଗୋଦାମ୍‌ରୁ ଶତାଧିକ ବାଣ(ଗଡ଼ମା ବୋମା) ଜବତ ହୋଇଥିଲା । 

ଏସବୁ ବାଣ ପୁଲିସର ମାଲ୍‌ଖାନାରେ ରଖାଯାଇଥିଲା । ମାତ୍ର ମାମଲାର ତଦନ୍ତ ଶେଷ ପରେ କୋର୍ଟ  ଏହାକୁ ନିଷ୍କ୍ରିୟ କରିବାକୁ ନିର୍ଦ୍ଦେଶ  ଦେଇଥିଲେ । ଏହି କ୍ରମରେ ବାଣ  ନିଷ୍କ୍ରିୟ କରିବା ପାଇଁ ରିଜର୍ଭ ପୁଲିସରେ ବୋମା ନିଷ୍କ୍ରିୟ କରାଯିବାର ତାଲିମ  ନେଇଥିବା ପ୍ରଦୀପ ମଲ୍ଲିକଙ୍କୁ ନିୟୋଜିତ କରାଯାଇଥିଲା ।