ପ୍ରଶିଦ୍ଧ ଲୋକଙ୍କ ବଡ଼ ଭବିଷ୍ୟତବାଣୀ, ମୋବିୟସ୍ କହିଲେ-ଦିନ ଆସିବ ଭାରତର ପାଖାପାଖି ମଧ୍ୟ ନଥିବ ଚୀନ୍

ନୂଆଦିଲ୍ଲୀ ୭।୧୨: ମୋବିୟସ ଏମର୍ଜିଂ ଅପରଚ୍ୟୁନିଟିଜ୍ ଫଣ୍ଡ (ଏମଇଓଏଫ)ର ଅଧ୍ୟକ୍ଷ ମାର୍କ ମୋବିୟସଙ୍କ ଏକ ସାକ୍ଷାତକାର ଆଜିକାଲି ଖୁବ୍ ଚର୍ଚ୍ଚାରେ। ସେ ଭାରତ ଓ ଚୀନ୍‌ ବଜାରକୁ ନେଇ ନିଜର ବିଚାର ବ୍ୟକ୍ତ କରିଛନ୍ତି। ଏହା ଛଡା ଡଲାରର ବଳ ଓ ନିବେଶ ନୀତି ଉପରେ ମଧ୍ୟ ସେ ତାଙ୍କ ରାୟ ଦେଇଛନ୍ତି। ମୋବିୟସ ଭାରତୀୟ ବଜାରର ଚମକ୍ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବାର ସମ୍ଭାବନା ବ୍ୟକ୍ତ କରିଛନ୍ତି। ସେ ଭବିଷ୍ୟବାଣୀ କରିଛନ୍ତି ଯେ ଆଗାମୀ ୧୮ମାସରେ ଭାରତରେ ୨୦ ପ୍ରତିଶତ ରିଟର୍ଣ୍ଣ ମିଳିପାରେ। ମୋବିୟସ କହିଛନ୍ତି ଯେ ଟ୍ରମ୍ପ ଯେଉଁ ଶୁଳ୍କ ପ୍ରସ୍ତାବ କରିଛନ୍ତି ତାର ଲାଭ ଭାରତକୁ ମିଳିପାରେ। ଏଣୁ ଉତ୍ପାଦନ ଚୀନ୍‌ରୁ ଭାରତକୁ ସ୍ଥାନାନ୍ତରିତ ହୋଇଯିବ। ସେ ଚୀନ୍‌କୁ ନେଇ ଏତେଟା ଉତ୍ସାହିତ ନୁହନ୍ତି, ସେ କହିଛନ୍ତି ଯେ ଚୀନ୍‌ ଭାରତର ବେଗ ସହ ଆଗକୁ ତାଳ ମିଳାଇ ପାରିବନି। ମୋବିୟସ ତାଙ୍କ ପୋର୍ଟଫୋଲିଓରେ ୫୦ ପ୍ରତିଶତ ନିବେଶ ବୈଷୟିକ କ୍ଷେତ୍ରରେ କରିଛନ୍ତି ଓ ଏହାର କାରଣ ସମ୍ପର୍କରେ ମଧ୍ୟ କହିଛନ୍ତି। କିଛି ବିଶିଷ୍ଟ କମ୍ପାନୀରେ ତାଙ୍କର ନିବେଶ ରହିଛି। ତାଙ୍କ ଫଣ୍ଡ ବିଶେଷ କରି ସଫ୍ଟୱେର କମ୍ପାନୀ ଓ ବ୍ୟାକ୍ ରୁମ ପ୍ରୋସେସିଂ କମ୍ପାନୀମାନଙ୍କରେ ନିବେଶ କରିଛନ୍ତି। ଗତ କିଛି ମାସ ହେଲା ଭାରତରେ ହ୍ରାସ ଦେଖାଯାଇଛି। କିନ୍ତୁ ଚୀନ୍‌ ବଜାରରେ ଚମକ୍ ଫେରିଛି। ଏହା ଡଲାର ବଳରେ ବୋଲି ସେ କହିଛନ୍ତି। ଏହି କାରଣରୁ ନିବେଶକ ଆମେରିକା ବଜାର ପ୍

ପ୍ରଶିଦ୍ଧ ଲୋକଙ୍କ ବଡ଼ ଭବିଷ୍ୟତବାଣୀ, ମୋବିୟସ୍ କହିଲେ-ଦିନ ଆସିବ ଭାରତର ପାଖାପାଖି ମଧ୍ୟ ନଥିବ ଚୀନ୍

ନୂଆଦିଲ୍ଲୀ ୭।୧୨: ମୋବିୟସ ଏମର୍ଜିଂ ଅପରଚ୍ୟୁନିଟିଜ୍ ଫଣ୍ଡ (ଏମଇଓଏଫ)ର ଅଧ୍ୟକ୍ଷ ମାର୍କ ମୋବିୟସଙ୍କ ଏକ ସାକ୍ଷାତକାର ଆଜିକାଲି ଖୁବ୍ ଚର୍ଚ୍ଚାରେ। ସେ ଭାରତ ଓ ଚୀନ୍‌ ବଜାରକୁ ନେଇ ନିଜର ବିଚାର ବ୍ୟକ୍ତ କରିଛନ୍ତି। ଏହା ଛଡା ଡଲାରର ବଳ ଓ ନିବେଶ ନୀତି ଉପରେ ମଧ୍ୟ ସେ ତାଙ୍କ ରାୟ ଦେଇଛନ୍ତି। ମୋବିୟସ ଭାରତୀୟ ବଜାରର ଚମକ୍ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବାର ସମ୍ଭାବନା ବ୍ୟକ୍ତ କରିଛନ୍ତି। ସେ ଭବିଷ୍ୟବାଣୀ କରିଛନ୍ତି ଯେ ଆଗାମୀ ୧୮ମାସରେ ଭାରତରେ ୨୦ ପ୍ରତିଶତ ରିଟର୍ଣ୍ଣ ମିଳିପାରେ। 

ମୋବିୟସ କହିଛନ୍ତି ଯେ ଟ୍ରମ୍ପ ଯେଉଁ ଶୁଳ୍କ ପ୍ରସ୍ତାବ କରିଛନ୍ତି ତାର ଲାଭ ଭାରତକୁ ମିଳିପାରେ। ଏଣୁ ଉତ୍ପାଦନ ଚୀନ୍‌ରୁ ଭାରତକୁ ସ୍ଥାନାନ୍ତରିତ ହୋଇଯିବ। ସେ ଚୀନ୍‌କୁ ନେଇ ଏତେଟା ଉତ୍ସାହିତ ନୁହନ୍ତି, ସେ କହିଛନ୍ତି ଯେ ଚୀନ୍‌ ଭାରତର ବେଗ ସହ ଆଗକୁ ତାଳ ମିଳାଇ ପାରିବନି। ମୋବିୟସ ତାଙ୍କ ପୋର୍ଟଫୋଲିଓରେ ୫୦ ପ୍ରତିଶତ ନିବେଶ ବୈଷୟିକ କ୍ଷେତ୍ରରେ କରିଛନ୍ତି ଓ ଏହାର କାରଣ ସମ୍ପର୍କରେ ମଧ୍ୟ କହିଛନ୍ତି। କିଛି ବିଶିଷ୍ଟ କମ୍ପାନୀରେ ତାଙ୍କର ନିବେଶ ରହିଛି। ତାଙ୍କ ଫଣ୍ଡ ବିଶେଷ କରି ସଫ୍ଟୱେର କମ୍ପାନୀ ଓ ବ୍ୟାକ୍ ରୁମ ପ୍ରୋସେସିଂ କମ୍ପାନୀମାନଙ୍କରେ ନିବେଶ କରିଛନ୍ତି। 

ଗତ କିଛି ମାସ ହେଲା ଭାରତରେ ହ୍ରାସ ଦେଖାଯାଇଛି। କିନ୍ତୁ ଚୀନ୍‌ ବଜାରରେ ଚମକ୍ ଫେରିଛି। ଏହା ଡଲାର ବଳରେ ବୋଲି ସେ କହିଛନ୍ତି। ଏହି କାରଣରୁ ନିବେଶକ ଆମେରିକା ବଜାର ପ୍ରତି ଆକର୍ଷିତ ହେଉଥିବା ବେଳେ ଡଲାର ଅଧିକ ମଜଭୁତ ହେବ, କିନ୍ତୁ ଚୀନ୍‌ର ଗତି ଧିମେଇ ଯିବ। ସେ ଭାରତୀୟ ମୁଦ୍ରାର ବିଶେଷ ହ୍ରାସ  ଅନୁମାନ କରୁ ନାହାନ୍ତି। ତେବେ ଚୀନ ବଜାରର ଚମକ ବେଶି ସମୟ ରହି ପାରିବନି ବୋଲି କହିଛନ୍ତି। ସେ କହିଛନ୍ତି ଯେ ଚୀନ୍‌ ଏବେ ଏକ ବଡ଼ ଅର୍ଥ ବ୍ୟବସ୍ଥାରେ ପରିଣତ ହୋଇଛି। ଏଣୁ ୫,୬ ଅଥବା ୭ ପ୍ରତିଶତ ବିକାଶ ହାର ହାସଲ କରିବା ତା ପାଇଁ କଷ୍ଟକର ହେବ। 

ଚୀନ୍‌ର ଘରୋଇ କ୍ଷେତ୍ର ଏବେବି ଚାପରେ ରହିଛି। ଏଣୁ ଦେଶର ବିକାଶ ବେଗ ଧିମା ହୋଇଯାଇଛି। ତେବେ ଏଥିରୁ ଇଲେକ୍ଟ୍ରୋନିକ୍ସ ଓ ସଫ୍ଟୱେର କମ୍ପାନୀ ଏବେବି ବାହାରେ ରହିଛନ୍ତି। ତେବେ ଭାରତୀୟ ବଜାରରେ ଦେଖା ଦେଇଥିବା ହ୍ରାସ ଖୁବ୍ ଶୀଘ୍ର ବୃଦ୍ଧିରେ ପରିଣତ ହେବ। ସେ ତାଙ୍କ ବ୍ୟକ୍ତିଗତ ନିବେଶରୁ ୫୦ ପ୍ରତିଶତ କେବଳ ଭାରତରେ ନିବେଶ କରିଛନ୍ତି। ଆଗାମୀ ୧୨ରୁ ୧୮ ମାସ ମଧ୍ୟରେ ଭାରତୀୟ ବଜାରରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ରିଟର୍ଣ୍ଣ ମିଳିପାରେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। 

ସେ କହିଛନ୍ତି ଯେ ଚୀନ୍‌ରେ ବୃଦ୍ଧଙ୍କ ଜନସଂଖ୍ୟା ହାର ସର୍ବାଧିକ ଓ  ବିକାଶ ହାର ହ୍ରାସ ହେବାରେ ଲାଗିଛି। ଏଣୁ ଫ୍ୟାକ୍ଟ୍ରିମାନଙ୍କରେ କାମ କରୁଥିବା ଲୋକଙ୍କ ସଂଖ୍ୟା ହ୍ରାସ ହେବାରେ ଲାଗିଛି। ଏଥିପାଇଁ କମ୍ପାନୀମାନେ ଖୁବ୍ ଶୀଘ୍ର ଚୀନ୍‌ରୁ ଭାରତ ଓ ଅନ୍ୟ ଦେଶକୁ ସ୍ଥାନାନ୍ତରିତ ହେବେ।  ତେବେ ଏଥିରୁ ଭାରତ ଅଧିକ ଲାଭରେ ରହିବ ବୋଲି ମୋବିୟସ ଆକଳନ କରିଛନ୍ତି।