ପାକିସ୍ତାନ ବିମାନ ପାଇଁ ଆକାଶ ପଥ ବନ୍ଦ କରିପାରେ ଭାରତ, ବନ୍ଦରରେ ମନା ହେଇପାରେ ପଡ଼ୋଶୀ ଜାହାଜ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଉଭୟ ଦେଶ ପରସ୍ପର ଉପରେ ଯେଶାକୁ ତେଶା ନିତିରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛନ୍ତି। ଏବେ ଭାରତ ସରକାର ପାକିସ୍ତାନ ଏୟାରଲାଇନ୍ସ ପାଇଁ ନିଜର ଏୟାର୍‌ସ୍ପେସ୍(ଆକାଶ ସୀମା) ବନ୍ଦ କରିବାକୁ ବିଚାର କରୁଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଯଦି ଏପରି ହେଲା ତେବେ ପାକିସ୍ତାନ ଦକ୍ଷିଣପୂର୍ବ ଏସିଆର କିଛି ଦେଶକୁ ଗସ୍ତ କରିବାରେ ସମସ୍ୟାରେ ସମ୍ମୁଖୀନ ହେବ। ଏହି ଘଟଣା ସହିତ ଜଡିତ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ପଦକ୍ଷେପ ପାକିସ୍ତାନୀ ବିମାନ କମ୍ପାନୀଗୁଡ଼ିକୁ କୁଆଲାଲମ୍ପୁର ଭଳି ଦକ୍ଷିଣ-ପୂର୍ବ ଏସୀୟ ଗନ୍ତବ୍ୟସ୍ଥଳଗୁଡ଼ିକରେ ପ୍ରବେଶ କରିବା ପାଇଁ ଚୀନ୍ କିମ୍ବା ଶ୍ରୀଲଙ୍କା ଭଳି ଦେଶର ବିମାନ ପଥ ଦେଇ ଗତି କରିବାକୁ ପଡ଼ିବ। ହେଲେ ତା’ ପୂର୍ବରୁ ଭାରତ ଭୟରେ ପାକିସ୍ତାନ ଏୟାରଲାଇନ୍ସଗୁଡ଼ିକ ଭାରତୀୟ ବାୟୁସୀମା ପ୍ରବେଶ କରିବା ବନ୍ଦ କରିଦେଇଛନ୍ତି। ବିମାନଗୁଡ଼ିକ ଅନ୍ୟ ରୁଟ୍ ଦେଇ ଗନ୍ତବ୍ୟ ସ୍ଥଳକୁ ଯାଉଥିବା ସୂଚନା ମିଳିଛି। ଅଧିକାରୀଙ୍କ କହିବା ଅନୁଯାୟୀ, ଭାରତୀୟ ବନ୍ଦରଗୁଡ଼ିକରେ ପାକିସ୍ତାନୀ ଜାହାଜ ଉପରେ ପ୍ରତିବନ୍ଧକ ଲଗାଇବା ଉପରେ ମଧ୍ୟ ବିଚାର କରାଯାଉଛି।ପଢ଼ନ୍ତୁ- ପାକିସ୍ତାନକୁ ଘାରିଲାଣି ଏୟାର ଷ୍ଟ୍ରାଇକ୍‌ ଭୟ ! ସିଆଲକୋଟର ଫରଓ୍ୱାର୍ଡ ବେସ୍‌ରେ ମୁତୟନ କଲା ରାଡାର ସିଷ୍ଟମ୍‌ଭାରତ ବର୍ତ୍ତମାନ ଏହିସବୁ ପ୍

ପାକିସ୍ତାନ ବିମାନ ପାଇଁ ଆକାଶ ପଥ ବନ୍ଦ କରିପାରେ ଭାରତ, ବନ୍ଦରରେ ମନା ହେଇପାରେ ପଡ଼ୋଶୀ ଜାହାଜ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଉଭୟ ଦେଶ ପରସ୍ପର ଉପରେ ଯେଶାକୁ ତେଶା ନିତିରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛନ୍ତି। ଏବେ ଭାରତ ସରକାର ପାକିସ୍ତାନ ଏୟାରଲାଇନ୍ସ ପାଇଁ ନିଜର ଏୟାର୍‌ସ୍ପେସ୍(ଆକାଶ ସୀମା) ବନ୍ଦ କରିବାକୁ ବିଚାର କରୁଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଯଦି ଏପରି ହେଲା ତେବେ ପାକିସ୍ତାନ ଦକ୍ଷିଣପୂର୍ବ ଏସିଆର କିଛି ଦେଶକୁ ଗସ୍ତ କରିବାରେ ସମସ୍ୟାରେ ସମ୍ମୁଖୀନ ହେବ। 

ଏହି ଘଟଣା ସହିତ ଜଡିତ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ପଦକ୍ଷେପ ପାକିସ୍ତାନୀ ବିମାନ କମ୍ପାନୀଗୁଡ଼ିକୁ କୁଆଲାଲମ୍ପୁର ଭଳି ଦକ୍ଷିଣ-ପୂର୍ବ ଏସୀୟ ଗନ୍ତବ୍ୟସ୍ଥଳଗୁଡ଼ିକରେ ପ୍ରବେଶ କରିବା ପାଇଁ ଚୀନ୍ କିମ୍ବା ଶ୍ରୀଲଙ୍କା ଭଳି ଦେଶର ବିମାନ ପଥ ଦେଇ ଗତି କରିବାକୁ ପଡ଼ିବ। ହେଲେ ତା’ ପୂର୍ବରୁ ଭାରତ ଭୟରେ ପାକିସ୍ତାନ ଏୟାରଲାଇନ୍ସଗୁଡ଼ିକ ଭାରତୀୟ ବାୟୁସୀମା ପ୍ରବେଶ କରିବା ବନ୍ଦ କରିଦେଇଛନ୍ତି। ବିମାନଗୁଡ଼ିକ ଅନ୍ୟ ରୁଟ୍ ଦେଇ ଗନ୍ତବ୍ୟ ସ୍ଥଳକୁ ଯାଉଥିବା ସୂଚନା ମିଳିଛି। ଅଧିକାରୀଙ୍କ କହିବା ଅନୁଯାୟୀ, ଭାରତୀୟ ବନ୍ଦରଗୁଡ଼ିକରେ ପାକିସ୍ତାନୀ ଜାହାଜ ଉପରେ ପ୍ରତିବନ୍ଧକ ଲଗାଇବା ଉପରେ ମଧ୍ୟ ବିଚାର କରାଯାଉଛି।

ପଢ଼ନ୍ତୁ- ପାକିସ୍ତାନକୁ ଘାରିଲାଣି ଏୟାର ଷ୍ଟ୍ରାଇକ୍‌ ଭୟ ! ସିଆଲକୋଟର ଫରଓ୍ୱାର୍ଡ ବେସ୍‌ରେ ମୁତୟନ କଲା ରାଡାର ସିଷ୍ଟମ୍‌

ଭାରତ ବର୍ତ୍ତମାନ ଏହିସବୁ ପ୍ରତିବନ୍ଧକ ବିଷୟରେ ଚିନ୍ତା କରୁଥିବା ବେଳେ ପାକିସ୍ତାନ ପୂର୍ବରୁ ହିଁ ଭାରତ ପାଇଁ ଏସବୁ ବନ୍ଦ କରି ଦେଇଛି। ପହଲଗାମ ଆତଙ୍କବାଦୀ ଘଟଣାରେ ପାକିସ୍ତାନକୁ ଦାୟୀ କରି ଭାରତ କୂଟନୈତିକ ସମ୍ପର୍କ ଠାରୁ ଆରମ୍ଭ କରି ଭିସା ଫେରାଇବା ଓ ପାକିସ୍ତାନୀ ନାଗରିକଙ୍କୁ ନିଜ ଦେଶରୁ ବିଦା କରିବା ଭଳି ପଦକ୍ଷେପ ନେବା ପରେ ପାକିସ୍ତାନ ମଧ୍ୟ ଯେଶାକୁ ତେଶା ନିତିରେ ଭାରତ ଏୟାରଲାଇନ୍ସ ପାଇଁ ନିଜର ଆକାଶ ସୀମୀ ବନ୍ଦ କରିଦେଇଛି।  

ତା ସହିତ ଭାରତ ସିନ୍ଧୁ ଜଳ ଚୁକ୍ତି ନିଲମ୍ବିତ କରିବା, ପାକିସ୍ତାନ ସିମ୍ଲା ଚୁକ୍ତି ରଦ୍ଦ କରିବା ଓ ଦୁଇ ଦେଶ ସମସ୍ତ ବାଣିଜ୍ୟ ସମ୍ପର୍କ ଛିନ୍ନ କରିବା ଭଳି ଚରମ ପଦକ୍ଷେପ ନେଇଥିବାରୁ ବର୍ତ୍ତମାନ ଯୁଦ୍ଧ ସ୍ଥିତି ଆସନ୍ନ ପ୍ରାୟ ପରିସ୍ଥିତିରେ ରହିଛି। ଏପଟେ ଜାତିସଂଘ ପକ୍ଷରୁ ପୁଣିଥରେ ଉଭୟ ଦେଶକୁ ସଞ୍ଜମତା ରକ୍ଷା କରିବା ପାଇଁ ଆହ୍ୱାନ ଦିଆଯାଇଛି। ଏନେଇ ସୋମବାର ଜାତିସଂଘ କାର୍ଯ୍ୟାଳୟ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି।ଉତ୍ତେଜନା ହ୍ରାସ କରିବା ଓ ଆଲୋଚନା ପାଇଁ ଉଭୟ ପକ୍ଷରୁ ଗ୍ରହଣୀୟ ଯେ କୌଣସି ଉଦ୍ୟମକୁ ଜାତିଂସଘ ସମର୍ଥନ କରିବାକୁ ପ୍ରସ୍ତୁତ୍ ବୋଲି ଗୁଟେରେସଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ପଢନ୍ତୁ- ବଡ଼ ଆକ୍ରମଣ ଯୋଜନାରେ ଆତଙ୍କବାଦୀ: ବନ୍ଦ ହେଲା ଜମ୍ମୁ-କାଶ୍ମୀର ପର୍ଯ୍ୟଟନ ସ୍ଥଳ: ଗୁଇନ୍ଦା ସୂଚନା ପରେ ଆଲର୍ଟ