ଟିକେଟ୍‌ ଘୋଷଣା ପରେ ନବୀନ ନିବାସରେ ଭିଡ, ସୁପ୍ରିମୋଙ୍କୁ କଲେ ସାକ୍ଷାତ

ଭୁବନେଶ୍ୱର ୨୮।୦୩ : ବୁଧବାର ବିଜେଡି ଘୋଷଣା କରିଛି ପ୍ରାର୍ଥୀ ତାଲିକା । ପ୍ରଥମେ ୭୨ ଜଣ ବିଧାୟକ ପ୍ରାର୍ଥୀ ଏବଂ ୧୫ ଜଣ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ଟିକେଟ ଘୋଷଣା ପରେ ନବୀନ ନିବାସ ଯାଇ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଭିନ୍ନ ଅଞ୍ଚଳର ନେତା । ପର୍ଯ୍ୟାୟ କ୍ରମେ ନବୀନ ନିବାସରେ ପହଞ୍ଚିଥିଲେ ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀ । ସେମାନଙ୍କ ଉପରେ ଆସ୍ଥା ପ୍ରକଟ କରି ଲୋକଙ୍କ ସେବା ପାଇଁ ସୁଯୋଗ ଦେଇଥିବାରୁ ନବୀନଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି । ଗୁରୁବାର ବିଜେଡି ପ୍ରାଥୀ ଘୋଷଣା କରିବା ପରେ ଆଜି ନବୀନ ନିବାସରେ ବସିଥିଲା  ଟିକେଟ ପାଇଥିବା ବିଧାୟକ ଓ ସାଂସଦ ପ୍ରାଥୀ ଙ୍କ ବୈଠକ । ନିର୍ବାଚକୁ କେମିତି ଓହ୍ଲାଇବେ, ବିରୋଧୀଙ୍କ ଅପ୍ରଚାରକୁ କେମିତି ରୋକିବେ,  ଲୋକଙ୍କ ପାଖକୁ କେମିତି ଯିବେ। କାହାକୁ ପ୍ରସଙ୍ଗ କରିବେ ଏ ନେଇ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀମାନଙ୍କୁ ଦିଗଦର୍ଶନ ଦେଇଥିଲେ ମୁଖ୍ୟମନ୍ତ୍ରୀ।  ନିର୍ବାଚନଙ୍କୁ ଗରୁତ୍ୱପୂର୍ଣ ଭାବି ଲଢ଼ିବା। ବିକାଶ ମୁଦା ନେଇ ଲୋକଙ୍କୁ ପାଖକୁ ଯିବା, ଲୋକଙ୍କୁ ରାଜ୍ୟ ସରକାର କରିଥିବା ଜଣ କଲ୍ୟାଣ ଯୋଜନା ବିଷୟରେ ଜଣାଇ ଭୋଟ ଭିକ୍ଷା କରିବା ପାଇଁ ପ୍ରାର୍ଥୀମାନଙ୍କୁ   ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ପ୍ରତିଟି ଲୋକଙ୍କ ପାଖରେ ପହଁଚିବା ପାଇଁ ପ୍ରାଥୀଙ୍କୁ କହିଛନ୍ତି ମୁ

ଟିକେଟ୍‌ ଘୋଷଣା ପରେ ନବୀନ ନିବାସରେ ଭିଡ, ସୁପ୍ରିମୋଙ୍କୁ କଲେ ସାକ୍ଷାତ

ଭୁବନେଶ୍ୱର ୨୮।୦୩ : ବୁଧବାର ବିଜେଡି ଘୋଷଣା କରିଛି ପ୍ରାର୍ଥୀ ତାଲିକା । ପ୍ରଥମେ ୭୨ ଜଣ ବିଧାୟକ ପ୍ରାର୍ଥୀ ଏବଂ ୧୫ ଜଣ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ଟିକେଟ ଘୋଷଣା ପରେ ନବୀନ ନିବାସ ଯାଇ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଭିନ୍ନ ଅଞ୍ଚଳର ନେତା । ପର୍ଯ୍ୟାୟ କ୍ରମେ ନବୀନ ନିବାସରେ ପହଞ୍ଚିଥିଲେ ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀ । ସେମାନଙ୍କ ଉପରେ ଆସ୍ଥା ପ୍ରକଟ କରି ଲୋକଙ୍କ ସେବା ପାଇଁ ସୁଯୋଗ ଦେଇଥିବାରୁ ନବୀନଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି । 

ଗୁରୁବାର ବିଜେଡି ପ୍ରାଥୀ ଘୋଷଣା କରିବା ପରେ ଆଜି ନବୀନ ନିବାସରେ ବସିଥିଲା  ଟିକେଟ ପାଇଥିବା ବିଧାୟକ ଓ ସାଂସଦ ପ୍ରାଥୀ ଙ୍କ ବୈଠକ । ନିର୍ବାଚକୁ କେମିତି ଓହ୍ଲାଇବେ, ବିରୋଧୀଙ୍କ ଅପ୍ରଚାରକୁ କେମିତି ରୋକିବେ,  ଲୋକଙ୍କ ପାଖକୁ କେମିତି ଯିବେ। କାହାକୁ ପ୍ରସଙ୍ଗ କରିବେ ଏ ନେଇ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀମାନଙ୍କୁ ଦିଗଦର୍ଶନ ଦେଇଥିଲେ ମୁଖ୍ୟମନ୍ତ୍ରୀ।  ନିର୍ବାଚନଙ୍କୁ ଗରୁତ୍ୱପୂର୍ଣ ଭାବି ଲଢ଼ିବା। ବିକାଶ ମୁଦା ନେଇ ଲୋକଙ୍କୁ ପାଖକୁ ଯିବା, ଲୋକଙ୍କୁ ରାଜ୍ୟ ସରକାର କରିଥିବା ଜଣ କଲ୍ୟାଣ ଯୋଜନା ବିଷୟରେ ଜଣାଇ ଭୋଟ ଭିକ୍ଷା କରିବା ପାଇଁ ପ୍ରାର୍ଥୀମାନଙ୍କୁ   ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ପ୍ରତିଟି ଲୋକଙ୍କ ପାଖରେ ପହଁଚିବା ପାଇଁ ପ୍ରାଥୀଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।