‘ନୂଆ ଓ’ କାର୍ଯ୍ୟକ୍ରମ ବନ୍ଦ କଲେ ରାଜ୍ୟ ସରକାର, UG ଓ PG ପିଲାଙ୍କ ପାଇଁ ଆସିବ ନୂଆ ସ୍କିମ୍

ଭୁବନେଶ୍ବର ୩୦/୮: ପୂର୍ବ ସରକାରଙ୍କ ‘ନୂଆ ଓ’ କାର୍ଯ୍ୟକ୍ରମ ବନ୍ଦ କଲେ ମୋହନ ସରକାର । ଚଳିତ ବଜେଟ୍‌ରେ କୌଣସି ବ୍ୟୟ ଅଟକଳ ହୋଇନି । ବିଧାସଭାରେ ଏ ନେଇ ସ୍ପଷ୍ଟ କରିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ  । ବିଧାୟକ ଚନ୍ଦ୍ରମଣି କହଁର କରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏ କଥା କହିଛନ୍ତି ।ସେହିପରି UG ଓ PG ପିଲାଙ୍କୁ  ଆର୍ଥିକ ସହାୟତା ପାଇଁ ଆସିବ ନୂଆ ଯୋଜନା । "Financial Assistance to UG & PG Students" ନାଁରେ ନୂଆ ଯୋଜନା ଆଣୁଛନ୍ତି ସରକାର । ଏହାର ପ୍ରସ୍ତୁତି କାର୍ଯ୍ୟ ଚାଲୁ ରହିଛି । ଏହା ଦ୍ବାରା ଅଭାବରେ ପଡି ପିଲା ଆଉ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେବେନି ବୋଲି କହିଛନ୍ତି ମନ୍ତ୍ରୀ ।      

‘ନୂଆ ଓ’ କାର୍ଯ୍ୟକ୍ରମ ବନ୍ଦ କଲେ ରାଜ୍ୟ ସରକାର, UG ଓ PG ପିଲାଙ୍କ ପାଇଁ ଆସିବ ନୂଆ ସ୍କିମ୍

ଭୁବନେଶ୍ବର ୩୦/୮: ପୂର୍ବ ସରକାରଙ୍କ ‘ନୂଆ ଓ’ କାର୍ଯ୍ୟକ୍ରମ ବନ୍ଦ କଲେ ମୋହନ ସରକାର । ଚଳିତ ବଜେଟ୍‌ରେ କୌଣସି ବ୍ୟୟ ଅଟକଳ ହୋଇନି । ବିଧାସଭାରେ ଏ ନେଇ ସ୍ପଷ୍ଟ କରିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ  । ବିଧାୟକ ଚନ୍ଦ୍ରମଣି କହଁର କରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏ କଥା କହିଛନ୍ତି ।

ସେହିପରି UG ଓ PG ପିଲାଙ୍କୁ  ଆର୍ଥିକ ସହାୟତା ପାଇଁ ଆସିବ ନୂଆ ଯୋଜନା । "Financial Assistance to UG & PG Students" ନାଁରେ ନୂଆ ଯୋଜନା ଆଣୁଛନ୍ତି ସରକାର । ଏହାର ପ୍ରସ୍ତୁତି କାର୍ଯ୍ୟ ଚାଲୁ ରହିଛି । ଏହା ଦ୍ବାରା ଅଭାବରେ ପଡି ପିଲା ଆଉ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେବେନି ବୋଲି କହିଛନ୍ତି ମନ୍ତ୍ରୀ ।