ତେଲ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଫୋନ୍ କରି କହିଥିଲେ…
ବଲାଙ୍ଗୀର,୨୫/୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷରା ଥାନା ଅନ୍ତର୍ଗତ ତୁଷରା’ର ଯୁବକ ଆସମାନ ଛତ୍ରିଆ (୧୯) ଙ୍କ ମୃତଦେହ ସୋମବାର ରାତିରେ ତେଲନଦୀ ବ୍ରିଜ ତଳୁ ଉଦ୍ଧାର କରାଯାଇଛି। ସୋମବାର ରାତିରେ ଜଣେ ଯୁବତୀ ମୃତ ଆସମାନଙ୍କ ଜଣେ ସମ୍ପର୍କୀୟଙ୍କୁ ଫୋନ କରି ତେଲନଦୀ ବ୍ରିଜ ଉପରେ ଆସମାନ ଅଛନ୍ତି ତାଙ୍କୁ ଘରକୁ ନେଇଯାଆନ୍ତୁ ବୋଲି ଫୋନ୍ କରି ଜଣାଇଥିଲେ। ଏଭଳି ଏକ ଅପ୍ରତ୍ୟାଶିତ ଫୋନ କଲ୍ ପାଇ ପରିବାର ଲୋକେ ତୁଷରା ତେଲନଦୀ ବ୍ରିଜକୁ […] The post ତେଲ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଫୋନ୍ କରି କହିଥିଲେ… appeared first on Dharitri Odia News.
ବଲାଙ୍ଗୀର,୨୫/୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷରା ଥାନା ଅନ୍ତର୍ଗତ ତୁଷରା’ର ଯୁବକ ଆସମାନ ଛତ୍ରିଆ (୧୯) ଙ୍କ ମୃତଦେହ ସୋମବାର ରାତିରେ ତେଲନଦୀ ବ୍ରିଜ ତଳୁ ଉଦ୍ଧାର କରାଯାଇଛି। ସୋମବାର ରାତିରେ ଜଣେ ଯୁବତୀ ମୃତ ଆସମାନଙ୍କ ଜଣେ ସମ୍ପର୍କୀୟଙ୍କୁ ଫୋନ କରି ତେଲନଦୀ ବ୍ରିଜ ଉପରେ ଆସମାନ ଅଛନ୍ତି ତାଙ୍କୁ ଘରକୁ ନେଇଯାଆନ୍ତୁ ବୋଲି ଫୋନ୍ କରି ଜଣାଇଥିଲେ।
ଏଭଳି ଏକ ଅପ୍ରତ୍ୟାଶିତ ଫୋନ କଲ୍ ପାଇ ପରିବାର ଲୋକେ ତୁଷରା ତେଲନଦୀ ବ୍ରିଜକୁ ଯିବାରୁ ସେଠାରେ ଏକ ସାଇକେଲ, ଚପଲ ଏବଂ ମୋବାଇଲ ଫୋନ ଥିବା ଦେଖିଥିଲେ। ବ୍ରିଜ ତଳେ ଆସମାନଙ୍କ ମୃତଦେହ ପଡ଼ିଥିଲା। ପୋଲିସ ଥାନାକୁ ଖବର ଦେବାପରେ ପରେ ମୃତଦେହ ଉଦ୍ଧାର କରାଯାଇଛି। ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ମଙ୍ଗଳବାର ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ଏହି ଘଟଣାର ତଦନ୍ତ କରିବାକୁ ପରିବାର ଲୋକେ ତୁଷୁରା ଥାନରେ ଦାବି କରିଛନ୍ତି। ତଦନ୍ତ ଜାରି ରହିଥିବା ପୋଲିସ ପକ୍ଷରୁ କୁହାଯାଇଛିl
The post ତେଲ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଫୋନ୍ କରି କହିଥିଲେ… appeared first on Dharitri Odia News.